ଆଳି,୧୩/୮(ବନମାଳୀ ସେନାପତି):ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି ହେବାକୁ ଯାଇ ପୋଖରୀରେ ବୁଡି ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ମୁତାବକ, ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ଗ୍ରାମର ରବି ନାରାୟଣ ଜେନାଙ୍କ ପୁଅ
ଆୟୁଷ୍ମାନ କୁମାର ଜେନା (୧୧) ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି ହୋଇ ସାରି ଗ୍ରାମ ପୋଖରୀରେ ଗାଧୋଉଥିବାବେଳେ ପୋଖରୀରେ ବୁଡି ଯାଇଥିଲେ। ପୋଖରୀ ନିକଟରେ ଥିବା ପିଲାମାନେ ଚିତ୍କାର କରିବାରୁ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରି ଆୟୁଷ୍ମାନକୁ ଉଦ୍ଧାର କରି ଆଳି ମେଡିକାଲ ଆଣିଥିଲେ l ଆଳି ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l