ଲ୍ୟାଣ୍ଡମାଇନ ନଷ୍ଟ କଲେ ବମ୍‌ ସ୍କ୍ବାଡ୍‌

ବୌଦ୍ଧ/କଣ୍ଟାମାଳ,୧୬ା୧୨(ଅଜିତ କୁମାର ବାରିକ/ ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନଳିକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନ ଥିଲା। ତେବେ ଏହି ଘଟଣା ପରେ ଜଙ୍ଗଲରେ ମାଓବାଦୀଙ୍କ ପକ୍ଷରୁ ଲ୍ୟାଣ୍ଡମାଇନ ବିଛା ଯାଇଥିବା ସୂଚନା ମିଳିବା ପରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। କନ୍ଧମାଳ ପଟୁ ୭ ଟିମ୍‌ ଓ ବୌଦ୍ଧ ପଟୁ ୫ଟି ଟିମ୍‌ ଏହି ଅପରେଶନରେ ସାମିଲ ହୋଇଥିଲେ। କୋମ୍ବିଂ ବେଳେ ମାଓବାଦୀମାନେ ଖଞ୍ଜି ଥିବା କିଛି ଲ୍ୟାଣ୍ଡ ମାଇନକୁ ବମ୍‌ ସ୍କ୍ବାଡ୍‌ ନଷ୍ଟ କରିଦେଇଛନ୍ତି। ଘଟଣା ସ୍ଥଳରେ ଏସ୍‌ପି ରାଜ ପ୍ରସାଦ, ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଅନ୍ୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ପୋଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ଏସ୍‌ପି ରାଜ ପ୍ରସାଦ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିଥିବା କହିଛନ୍ତି।

ମାଓବାଦୀ କ୍ୟାମ୍ପରେ ୧୨ଟି ଆଇଇଡି, ୪ ଜିଲେଟିନ, ଲୋକାଲ ମେଡ ହେଣ୍ଡ ଗ୍ରାନେଡ ୪,ଏସପିଜିଲେ ଲାଇଭ ରାଉଣ୍ଡ ୨, ବିଦ୍ୟୁତ୍‌ ତାର ୫ ବଣ୍ଡଲ, ମଲଟି ମିଟର ୧,ଗନ କି୍ଲନିଂ ପୁଲ ଥ୍ରୋ ୨, ପଟାସିୟମ ନାଇଟ୍ରେଟ ପାଉଡର ପ୍ୟାକେଟ,ଏନିମେସନ ପାଉଚ ୨, ବ୍ୟାଟେରୀ ୧୨, ୱାକିଟକି ଚାର୍ଜର ୩ ,ଇଲେକ୍ଟ୍ରି ସର୍କିଟ ୧, ବଡି ଟ୍ରେପ ମେକାନିଜମ, ବେଟେରୀ ଚାର୍ଜର୨, ଜଙ୍ଗଲ ପେକ୍‌ ହାଭେରସେକ୍‌ ୭, ଗୋଟିଏ ମାଓବାଦୀ ପୋଷାକ, ମାଓ ପୁସ୍ତକ, କମ୍ବଳ ୧୨ଟା, ସୋଲାର ପେନାଲ ୩ ଟା, ଟର୍ଚ୍ଚ ବ୍ୟାଟେରୀ ୪ ଟା ଆଦି ଜବତ ହୋଇଥିଲା। ଏବେ ବି ମାଓ ବାଦଦୀଙ୍କ ଗତିବିଧି ଉପରେ ନଜର ରହିଥିବା ଏସପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri