ବାଘଛୁଆର ମୃତଦେହ ଉଦ୍ଧାର

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍‌ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଶନିବାର ବନବିଭାଗ ଏକ ବର୍ଷକର କଲରାପତରିଆ ବାଘଛୁଆର ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ କିଛିଦିନ ପୂର୍ବରୁ ବାଘଛୁଆ ମରିଥିବା କୁହାଯାଉଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେବା ପରେ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଡିଏଫ୍‌ଓ କେନ୍ଦୁଝର ଧନରାଜ ଏଚ୍‌.ଡି ଘଟଣାର କାରଣ ଅନୁଧ୍ୟାନ କରୁଛନ୍ତି।

Share
Tags: tiger dead