୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୫ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଦେବେନ୍ଦ୍ର ବାଗ (୨୫) ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗୁରୁବାର ଗାଧୋଇବାକୁ ଆସି କେନାଲର ପ୍ରବଳ ପାଣି ସ୍ରୋତରେ ବୁଡ଼ି ଯାଇଥିବା ନେଇ ପରିବାର ଓ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଥିଲେ। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଦମକଳ କର୍ମଚାରୀ ସମେତ ଗ୍ରାମବାସୀ କେନାଲରେ ଖୋଜାଖୋଜି କରିଥିଲେ ମଧ୍ୟ ଦେବେନ୍ଦ୍ରଙ୍କ ସନ୍ଧାନ ମିଳି ନ ଥିଲା। ପରେ ଇନ୍ଦ୍ରାବତୀ କେନାଲ କର୍ତ୍ତୃପକ୍ଷ କେନାଲ ପାଣି ବନ୍ଦ କରି କେନାଲରୁ ପାଣି କମିବା ପରେ ଶନିବାର ଦେବେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋକସରା ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ଓ ସମିତି ସଭ୍ୟ ଗଜାନନ ନିଆଲ, ସରପଞ୍ଚ ପ୍ରତିନିଧି ରୁଦ୍ର ନାଏକ ଓ କିଶୋର ନାଏକ ମୃତଦେହ ଉଦ୍ଧାର ସମୟରେ ଉପସ୍ଥିତ ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ୨୩/୨୨ରେ ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ମହିଳା ଏଏସ୍‌ଆଇ ଉଷା ହରିଜନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri