ନାବାଳକଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିରୁ ୩ଦିନ ତଳେ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଗୁରୁବାର ଠାବ ହୋଇଛି। ସେ ହେଲେ ଦୈତ୍ୟରାଜ ନାୟକ(୧୬)। ବସ୍ତିଠୁ ମାତ୍ର ୩୦ ମିଟର ଦୂର ଜଙ୍ଗଲିଆ ଅଞ୍ଚଳର ଏକ ଖାଲସ୍ଥାନରୁ ପୋଲିସ ତାଙ୍କ ମୃତଦେହକୁ ଜବତ କରିଛି। ମୃତଦେହକୁ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ହେଲେ ସା ହୋଇଯିବାରୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ପ୍ରଦୀପ କୁମାର ରାଉତ କହିଛନ୍ତି।

ମୃତଦେହ ପଚି ଗନ୍ଧେଇବାରୁ ଜଣାପଡ଼ିଲା
ଦୈତ୍ୟରାଜଙ୍କ ମୃତଦେହ ଯେଉଁଠୁ ମିଳିଛି ତାହା ଚନ୍ଦକା ଜଙ୍ଗଲର ସୀମା ଅଞ୍ଚଳ। ସହର ମଧ୍ୟକୁ ହାତୀଙ୍କ ପ୍ରବେଶ ରୋକିବା ପାଇଁ ସେଠି ନାଳ ଖୋଳା ଯାଇଛି। ମୃତଦେହ ପଚିଯାଇଥିବାରୁ ସେଠାରୁ ପ୍ରବଳ ଦୁର୍ଗନ୍ଧ ଆସୁଥିଲା। ବସ୍ତିର କିଛି ଝିଅ ନିକଟରେ ଦୋଳି ଖେଳୁଥିବାବେଳେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ଘଟଣାସ୍ଥଳକୁ ଯାଇଥିଲେ। ମୃତଦେହରେ ଏକ କମ୍ବଳ ଘୋଡ଼ାଯାଇଥିବାବେଳେ ତା’ ଉପରେ କିଛି ଗଛଲତା ପଡ଼ିଥିଲା। ହେଲେ ବାହାରକୁ ଏକ ହାତ ଦିଶୁଥିଲା। ଝିଅମାନେ ଏନେଇ ବସ୍ତିରେ ଖବର ଦେବାରୁ ପରିବାର ଲୋକ ସେଠାକୁ ଆସି ଚିହ୍ନିବା ପରେ ପୋଲିସକୁ ଖବର ଦେଇଥିଲେ।
ଶୁକ୍ରବାର ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବ ସାଇଣ୍ଟିଫିକ୍‌ ଟିମ୍‌ ସା ହୋଇଯିବାରୁ ପୋଲିସ କେବଳ ଦୈତ୍ୟରାଜଙ୍କ ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି। ହେଲେ ଅନ୍ୟ ପ୍ରମାଣ ସଂଗ୍ରହ ବାକି ରହିଛି। ଶୁକ୍ରବାର ପୋଲିସ ସେଠାକୁ ଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ। ଏଥିସହ ସେଠାରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ବିଭିନ୍ନ ନମୁନା ସଂଗ୍ରହ କରିବାକୁ ଯିବ ବୋଲି ଥାନାଧିକାରୀ କହିଛନ୍ତି।
ରଜ ପାଇଁ କିଣିଥିବା ନୂଆ ପୋଷାକ, ଜୋତା ପିନ୍ଧିପାରିଲେନି
ରଜ ପାଇଁ ଦୈତ୍ୟରାଜ ଅନ୍‌ଲାଇନ୍‌ରେ ନୂଆ ପୋଷାକ ଓ ଜୋତା କିଣିଥିଲେ। ମଙ୍ଗଳବାର ପହିଲି ରଜରେ ତାକୁ ପିନ୍ଧି ବୁଲିଥାନ୍ତେ। ହେଲେ ସୋମବାରଠୁ ସେ ନିଖୋଜ ହୋଇଯିବା ପରେ ଘରେ ନୂଆ ପୋଷାକ ଓ ଜୋତା ପଡ଼ି ରହିଛି। ଏହାକୁ ଭାବି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିବା ତାଙ୍କ ଭାଇ କହିଛନ୍ତି।

ଗୁପ୍ତାଙ୍ଗରେ ଆଘାତ, ମୁହଁରେ ଏସିଡ୍‌ ଢାଳିଥିବା ସନ୍ଦେହ

ଦୈତ୍ୟରାଜ ନିଖୋଜ ହେବା ସମୟରେ ହାଫ୍‌ପ୍ୟାଣ୍ଟ ଓ ଶାର୍ଟ ପିନ୍ଧିଥିଲେ। ହେଲେ ମୃତଦେହ ମିଳିବା ପରେ ତାଙ୍କ ଦେହରେ କୌଣସି ପୋଷାକ ନ ଥିଲା। ତାଙ୍କ ଶରୀର ପଚିଯାଇଛି। ମୁହଁରେ ଏସିଡ୍‌ ଭଳି ରାସାୟନିକ ଜିନିଷ ପକାଯାଇ ପୋଡ଼ି ଦିଆଯାଇଥିବା ଜଣାପଡ଼ୁଛି। ୩ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଦୈତ୍ୟରାଜଙ୍କ ଗୁପ୍ତାଙ୍ଗକୁ ସାହିର କିଛି ନିର୍ଦ୍ଦିଷ୍ଟ ପିଲା ମାଡ଼ ମାରି ହତ୍ୟା କରିଥିବା ତାଙ୍କ ବଡ଼ଭାଇ ଶିବଶଙ୍କର କହିଛନ୍ତି।

ସୋମବାରଠୁ ନିଖୋଜ ଥିଲେ ଦୈତ୍ୟରାଜ

ସୋମବାର ସାରେ ଦୈତ୍ତ୍ୟରାଜ ବସ୍ତିରେ ବୁଲାବୁଲି କରୁଥିଲେ। ରାତି ପ୍ରାୟ ୧୦ଟା ୩୦ବେଳେ ଉକ୍ତ ବସ୍ତିରେ ରହୁଥିବା ଗେଡ଼ୁ ନାମକ ଜଣେ ଯୁବକ ଦୈତ୍ୟରାଜଙ୍କ ମୋବାଇଲ ଆଣି ପରିବାର ଲୋକଙ୍କୁ ଦେଇଥିଲେ। ଦୈତ୍ତ୍ୟରାଜ ତାଙ୍କ ମୋବାଇଲକୁ ଘର ଲୋକଙ୍କୁ ଦେବାକୁ କହିଥିଲେ ବୋଲି ସେ କହିଥିଲେ। ପୁଅ କୁଆଡ଼େ ଗଲା ବୋଲି ପଚାରିବାରୁ ଗେଡ଼ୁ କିଛି ନ କହି ପଳାଇ ଯାଇଥିଲେ। ରାତି ଅଧିକ ହେବା ସହ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକ ଗେଡ଼ୁଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ପଚାରିଥିଲେ। ଗେଡ଼ୁ ସହ ଦୈତ୍ୟରାଜ ଏବଂ ଆଉ କିଛି ଯୁବକ ପୁରୀ ଯାଇଛନ୍ତି ବୋଲି ଗେଡ଼ୁଙ୍କ ମା’ କହିଥିଲେ। ତେବେ ମଙ୍ଗଳବାର ପୁରୀରୁ ଫେରିବା ପରେ ଗେଡ଼ୁଙ୍କୁ ପଚାରିବାରୁ, ଦୈତ୍ୟରାଜ ତାଙ୍କ ସହ ଯାଇ ନ ଥିଲେ ବୋଲି କହିଥିଲେ। ତେଣୁ ପରିବାର ଲୋକ ବହୁ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିଲେ। ଦୈତ୍ୟରାଜଙ୍କ ସନ୍ଧାନ ନ ମିଳିବାରୁ ବାପା ଯୁଧିଷ୍ଠିର ମଙ୍ଗଳବାର ଅପରାହ୍ନରେ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ବସ୍ତିର ଦୀପକ ବୋଲି ଜଣେ ଯୁବକ ତାଙ୍କ ପୁଅଙ୍କୁ ଅପହରଣ କରିଥିବା ନେଇ ସେ ସନ୍ଦେହ କରୁଥିବା ଏତଲାରେ ଉଲ୍ଲେଖ କରିଥିଲେ। ଦୈତ୍ୟରାଜ ନାବାଳକ ହୋଇଥିବାରୁ ପୋଲିସ ଏକ ଅପହରଣ ମାମଲା (ନଂ. ୨୦୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପଟେ ଦୈତ୍ୟରାଜଙ୍କ ନିଖୋଜ ନେଇ ପରିବାର ଲୋକେ ଆଖପାଖ ଅଞ୍ଚଳରେ ପୋଷ୍ଟର ମଧ୍ୟ ଲଗାଇଥିଲେ।

୩ ଦିନ ତଳେ ପଡ଼ୋଶୀଙ୍କ ସହ ଝଗଡ଼ା ହୋଇଥିଲା

ଏକ ନିର୍ଦ୍ଦିଷ୍ଟ କାରଣକୁ ନେଇ ପଡ଼ୋଶୀ ଦୀପକ ଓ ଦୈତ୍ୟରାଜଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିପାଇଁ ବସ୍ତିରେ ବୈଠକ ମଧ୍ୟ ବସିଥିଲା। ତେଣୁ ଦୀପକ ଓ ତାଙ୍କ ସାଥୀମନେ ଦୈତ୍ୟରାଜଙ୍କୁ ହତ୍ୟା କରିଥିବା ଭାଇ ଶିବଶଙ୍କର ଅଭିଯୋଗ କରିଛନ୍ତି। ତାଙ୍କୁ ପୋଲିସ ଜେରା କରୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri