ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନ୍‌ଏମ୍‌ ସୁପରାଇଜରଙ୍କ ମୃତଦେହ ନିଜ ଘର ଆଗରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଏହାସହ ତାଙ୍କ ଘର କବାଟ ମଧ୍ୟ ତାଲା ଭଙ୍ଗା ଯାଇଛି। ଏକାକୀର ସୁଯୋଗ ନେଇ ମହିଳାଙ୍କୁ ଦୁର୍ବୁତ୍ତ ହତ୍ୟା କରି ତାଙ୍କ ଘରର ସାମଗ୍ରୀ ଲୁଟ୍‌ କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ନାମ ସୁଚିତ୍ରା ଖୁଣ୍ଟିଆ (୬୨) ବୋଲି ଜଣାପଡ଼ିଥିବାବେଳେ ତାଙ୍କ ସ୍ବାମୀ ଓ ପୁଅ ବାହାରେ ରହୁଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily