କଟକ,୨୬।୧୧: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଆଗ୍ନିଶମବାହିନୀ ଟିମ ପହଞ୍ଚି ଯୋବ୍ରା ଆନିକଟରେ ଭାସୁଥିବା ମୃତ ଦେହଞ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁ କନ୍ୟାର ମୃତ ଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬ ମାସରୁ ୧ ବର୍ଷ ବୋଲି ଅନୁମାନ କରାଯାଉଛି। ସକାଳୁ ଆନିକଟ ର ୯୩ ନମ୍ବର ଗେଟ ତଳେ ଏକ ଅଜଣା ଶିଶୁଟିର ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘାଟଣସ୍ଥଳରେ ମାଲଗୋଦାମ ଥାନା ପୋଲିସ ଓ ଅଗ୍ନିଶମ ବିଭାଗର ଟିମ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିବା ସହ ପୋଲିସକୁ ଜିମା ଦେଇଥିଲେ।


