ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି।
ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌ ୮ ଜଣ ଯାତ୍ରୀଙ୍କୁ ଧରି ଚାନ୍ଦବାଲିରୁ ଧାମରା ଆସିଥିଲା। ସମ୍ପୃକ୍ତ ଯାତ୍ରୀବାହୀ ବୋଟ୍‌ ଚାଳକ ଅସାବଧାନତା ବଶତଃ ନିଜର ବୋଟ କୁ ନେଇ ଏକ ମାଛ ଧରା ଟ୍ରଲରରେ ଧକ୍କା ଦେଇ ସେହି ସ୍ଥାନରେ ବୁଡ଼ିଯାଇଥିଲା। ମାଛଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ବୋଟ୍‌ ଯାତ୍ରୀଙ୍କୁ ପାଣିରୁ ଉଦ୍ଧାର କରି ସେମାନଙ୍କୁ ଧାମରା ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି। ଧାମରାରେ ମକର ମେଳା ଚାଲୁଥିବା ବେଳେ ଧାମରା ମେରାଇନ ଥାନା ପକ୍ଷରୁ ନଦୀପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିବାରୁ ଏହି ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ଭଦ୍ରକ ଏସ୍‌ପି ଏଥିପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Share