ଆଉ ୩ ଜୋନ୍‌ରେ ବିଭକ୍ତ ହେବ ବିଏମ୍‌ସି

ଭୁବନେଶ୍ୱର,୨୧।୬(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ପୂର୍ବରୁ ବିଏମ୍‌ସିକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଆଉ ୩ଟି ଜୋନ ସୃଷ୍ଟି ହେବାକୁ ଯାଉଛି। ଫଳରେ ରାଜଧାନୀ ଭୁବନେଶ୍ୱରକୁ ମୋଟ୍‌ ୬ଟି ଜୋନ୍‌ରେ ଭାଗ କରାଯାଇ ପରିଚାଳନା କରାଯିବ। ପ୍ରତି ଜୋନ୍‌ରେ ଅଧିକ ଅଧିକାରୀ ନିଯୁକ୍ତ ହେବା ସହ ସହରବାସୀଙ୍କୁ ହାତପାହାନ୍ତାରେ ବିଏମ୍‌ସି ପକ୍ଷରୁ ସମସ୍ତ ସେବା ମିଳିପାରିବ ବୋଲି ସୋମବାର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପୂର୍ବତନ କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି। ଅପରପକ୍ଷେ ସରକାରଙ୍କ ଏପରି ନିଷ୍ପତ୍ତିକୁ ମେୟର ସୁଲୋଚନା ଦାସ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆ ଜୋନ ହେବାଦ୍ୱାରା ଅଧିକାରୀଙ୍କ ଉପରେ ଭାର କମିବା ସହ ସେମାନେ ଆହୁରି ଦକ୍ଷ ହୋଇପାରିବେ ବୋଲି ମେୟର କହିଛନ୍ତି।
ପୂର୍ବରୁ ଉତ୍ତର ଜୋନ୍‌ ଅଧୀନରେ ୨୧ଟି ୱାର୍ଡ଼, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୨୧ ଏବଂ ଦକ୍ଷିଣ ପୂର୍ବ ଜୋନ୍‌ ଅଧୀନରେ ୨୫ଟି ୱାର୍ଡ଼ ରହିଛି। ଏବେ ଆଉ ୩ ଜୋନ୍‌ ସୃଷ୍ଟି ହେଲେ ପ୍ରତି ଜୋନ୍‌ ପାଇଁ ଓ୍ବାର୍ଡ ସଂଖ୍ୟା କମିଯିବା ଓ ଏହାଦ୍ୱାରା ବିଏମସିର ବିଭିନ୍ନ ଯୋଜନା ଅଧିକ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ତେବେ ୱାର୍ଡ଼ ସଂଖ୍ୟା ଓ ସୀମାକୁ ନେଇ ବିଏମ୍‌ସି ପକ୍ଷରୁ କୌଣସି ସୂଚନା ମିଳି ନ ଥିଲେ ମଧ୍ୟ ଏଥିରେ ମଧ୍ୟ କିଛି ଅଂଶରେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ପ୍ରୋଭିଜନାଲ ପେନସନ୍‌ ଓ ପେନ୍‌ଶନ ପାଇବା ପାଇଁ ହନ୍ତସନ୍ତ ହେଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ସମସ୍ୟା ହେବନାହିଁ। ଏଥିସହ ବିଏମ୍‌ସି କମିଶନରଙ୍କୁ ଅବସରକାଳୀନ ଭତ୍ତା ମଞ୍ଜୁରି ପାଇଁ କ୍ଷମତା ମିଳିଛି। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri