ଆଉ ୩ ଜୋନ୍‌ରେ ବିଭକ୍ତ ହେବ ବିଏମ୍‌ସି

ଭୁବନେଶ୍ୱର,୨୧।୬(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ପୂର୍ବରୁ ବିଏମ୍‌ସିକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଆଉ ୩ଟି ଜୋନ ସୃଷ୍ଟି ହେବାକୁ ଯାଉଛି। ଫଳରେ ରାଜଧାନୀ ଭୁବନେଶ୍ୱରକୁ ମୋଟ୍‌ ୬ଟି ଜୋନ୍‌ରେ ଭାଗ କରାଯାଇ ପରିଚାଳନା କରାଯିବ। ପ୍ରତି ଜୋନ୍‌ରେ ଅଧିକ ଅଧିକାରୀ ନିଯୁକ୍ତ ହେବା ସହ ସହରବାସୀଙ୍କୁ ହାତପାହାନ୍ତାରେ ବିଏମ୍‌ସି ପକ୍ଷରୁ ସମସ୍ତ ସେବା ମିଳିପାରିବ ବୋଲି ସୋମବାର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପୂର୍ବତନ କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି। ଅପରପକ୍ଷେ ସରକାରଙ୍କ ଏପରି ନିଷ୍ପତ୍ତିକୁ ମେୟର ସୁଲୋଚନା ଦାସ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆ ଜୋନ ହେବାଦ୍ୱାରା ଅଧିକାରୀଙ୍କ ଉପରେ ଭାର କମିବା ସହ ସେମାନେ ଆହୁରି ଦକ୍ଷ ହୋଇପାରିବେ ବୋଲି ମେୟର କହିଛନ୍ତି।
ପୂର୍ବରୁ ଉତ୍ତର ଜୋନ୍‌ ଅଧୀନରେ ୨୧ଟି ୱାର୍ଡ଼, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୨୧ ଏବଂ ଦକ୍ଷିଣ ପୂର୍ବ ଜୋନ୍‌ ଅଧୀନରେ ୨୫ଟି ୱାର୍ଡ଼ ରହିଛି। ଏବେ ଆଉ ୩ ଜୋନ୍‌ ସୃଷ୍ଟି ହେଲେ ପ୍ରତି ଜୋନ୍‌ ପାଇଁ ଓ୍ବାର୍ଡ ସଂଖ୍ୟା କମିଯିବା ଓ ଏହାଦ୍ୱାରା ବିଏମସିର ବିଭିନ୍ନ ଯୋଜନା ଅଧିକ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ତେବେ ୱାର୍ଡ଼ ସଂଖ୍ୟା ଓ ସୀମାକୁ ନେଇ ବିଏମ୍‌ସି ପକ୍ଷରୁ କୌଣସି ସୂଚନା ମିଳି ନ ଥିଲେ ମଧ୍ୟ ଏଥିରେ ମଧ୍ୟ କିଛି ଅଂଶରେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ପ୍ରୋଭିଜନାଲ ପେନସନ୍‌ ଓ ପେନ୍‌ଶନ ପାଇବା ପାଇଁ ହନ୍ତସନ୍ତ ହେଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ସମସ୍ୟା ହେବନାହିଁ। ଏଥିସହ ବିଏମ୍‌ସି କମିଶନରଙ୍କୁ ଅବସରକାଳୀନ ଭତ୍ତା ମଞ୍ଜୁରି ପାଇଁ କ୍ଷମତା ମିଳିଛି। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri