Posted inଜାତୀୟ

ରାଜ୍ୟ ରାଜନୀତିରେ ହଇଚଇ, ଏମିତି ଅନୁଦାନ ଘୋଷଣା କଲେ ଦିଦି, ଆଖି ତରାଟି ରହିଗଲା ଭାଜପା!

କୋଲକାତା,୩।୮: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୁଇଟି ପ୍ରମୁଖ ଯୋଜନା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଗୋଟିଏ ପଟେ ମମତା ଦୁର୍ଗା ପୂଜା ପାଇଁ ୧.୧ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଘୋଷଣା କରିଥିଲେ, ଅନ୍ୟପଟେ ସେ ‘ଆମାଦେର ପାରା, ଆମଦେର ସମାଧାନ’ (ଆମ ଅଞ୍ଚଳ, ଆମର ସମାଧାନ) ଯୋଜନା ଆରମ୍ଭ କରିଥିଲେ। ଏହା ଅଧୀନରେ ପ୍ରତ୍ୟେକ ବୁଥକୁ ୧୦ ଲକ୍ଷ ଟଙ୍କା ବଣ୍ଟନ କରାଯାଇଛି। ଭାଜପା ଏହି ଘୋଷଣାଗୁଡ଼ିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାକୁ ଧର୍ମର ରାଜନୀତି ଏବଂ ନିର୍ବାଚନୀ ଉପହାର ବୋଲି ଅଭିହିତ କରି ମମତା ସରକାର ବିକାଶକୁ ଅଣଦେଖା କରୁଥିବା ଅଭିଯୋଗ କରିଛି।
ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଆସାନସୋଲ ଦକ୍ଷିଣ ବିଧାୟକ ଅଗ୍ନିମିତ୍ର ପାଉଲ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ସରକାର ରାସ୍ତା ନିର୍ମାଣ ଏବଂ ନିଯୁକ୍ତି ସୃଷ୍ଟି ଭଳି ବିକାଶମୂଳକ କାର୍ଯ୍ୟ ବଦଳରେ ଧର୍ମର ରାଜନୀତିରେ ବ୍ୟସ୍ତ। ପାଉଲ କହିଛନ୍ତି ଯେ ମନ୍ଦିର ନିର୍ମାଣ ଏବଂ ପୂଜା ପାଇଁ ଅନୁଦାନ ଦେବା ସରକାରଙ୍କ ଉଦ୍ଦେଶ୍ୟ ହୋଇପାରିବ ନାହିଁ। ଏହା ସରକାରଙ୍କ ପ୍ରାଥମିକତାରେ ପରିବର୍ତ୍ତନକୁ ଦର୍ଶାଉଛି। ସେ ଚେତାବନୀ ଦେଇଛନ୍ତି ଯେ ଏବେ ଅନ୍ୟ ସମ୍ପ୍ରଦାୟ ମଧ୍ୟ ଦୀଘାର ଜଗନ୍ନାଥ ମନ୍ଦିର ପାଇଁ କରାଯାଇଥିବା ପରି ସେମାନଙ୍କ ପୂଜାସ୍ଥଳ ପାଇଁ ସରକାରୀ ସାହାଯ୍ୟ ଦାବି କରିପାରିବେ। ପାଉଲ ଜୋର ଦେଇ କହିଛନ୍ତି ଯେ ଭାଜପା ଧର୍ମଭିତ୍ତିକ ନୀତି ପାଇଁ ନୁହେଁ, ବରଂ ସମସ୍ତ ନାଗରିକଙ୍କ ଶିକ୍ଷା, ନିଯୁକ୍ତି ଏବଂ ଉନ୍ନତି ପାଇଁ କାମ କରେ।
ଅନ୍ୟପକ୍ଷରେ, ମମତା ବାନାର୍ଜୀ ଆମଦେର ପାରା, ଆମଦେର ସମାଧାନକୁ ଦେଶର ପ୍ରଥମ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି, ଯାହାର ଲକ୍ଷ୍ୟ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ଅଭିଯୋଗ ଯେପରିକି ଭଙ୍ଗା ଟ୍ୟାପ, ଖରାପ ରାସ୍ତା ଏବଂ ଷ୍ଟ୍ରିଟ ଲାଇଟ ସମାଧାନ କରିବା। ଏହି କାର୍ଯ୍ୟକ୍ରମ ଅଧୀନରେ, ଅଗଷ୍ଟ ୨ରୁ ପ୍ରତି ତିନୋଟି ବୁଥରେ ଶିବିର ସ୍ଥାପନ କରାଯାଉଛି ଏବଂ ପ୍ରତ୍ୟେକ ବୁଥ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।
ମୋଟ ୮୦୦୦କୋଟି ଟଙ୍କା ବ୍ୟୟର ଏହି ଯୋଜନାକୁ ମୁଖ୍ୟ ସଚିବ ମନୋଜ ପନ୍ତଙ୍କ ନେତୃତ୍ୱରେ ଏକ ଟାସ୍କ ଫୋର୍ସ ଦ୍ୱାରା ତଦାରଖ କରାଯିବ। ମମତା କହିଛନ୍ତି ଯେ କେନ୍ଦ୍ର ସରକାର ବଙ୍ଗଳାର ପାଣ୍ଠି ବନ୍ଦ କରିବା ସତ୍ତ୍ୱେ, ଆମେ ଜନସାଧାରଣଙ୍କ ହସକୁ ମଳିନ ହେବାକୁ ଦେବୁ ନାହିଁ। ଟିଏମସି କହିଛି ଯେ ଏହି ଯୋଜନା ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରେ, ଯେଉଁଥିରେ ସରକାର କେବଳ ଏକ ସୁବିଧାକାରୀର ଭୂମିକା ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ସରକାରଙ୍କ ପ୍ରମୁଖ ଯୋଜନା ‘ଦୁଆର ସରକାର’ ଠାରୁ ଭିନ୍ନ, ଯାହା ଡିସେମ୍ବରରେ ପୁନଃ ଆରମ୍ଭ ହେବ। କୋଲକାତା ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳର ପ୍ରତି ଦୁଇଟି ବୁଥରେ ଗୋଟିଏ ଶିବିର ସ୍ଥାପନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri