ସଫଳତା ଦୋହରାଇବା ଲକ୍ଷ୍ୟରେ ଭାଜପା

ଜଗତ୍‌ସିଂହପୁର ଅଫିସ, ୨୧ା୨: ଜଗତ୍‌ସିଂହପୁର ଜିଲାର ୨୬ଟି ଜିଲା ପରିଷଦ ଜୋନ ମଧ୍ୟରୁ କୁଜଙ୍ଗ ବ୍ଲକର ୪ଟି ଯାକ ଆସନର ଗୁରୁତ୍ୱ ରହିଛି। ୨୦୧୭ ନିର୍ବାଚନରେ ଏହି ବ୍ଲକରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏପରି କି ଉଭୟ ଦଳର ସମାନ ସଂଖ୍ୟକ ଅର୍ଥାତ୍‌ ୨ଜଣ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଜିଲାରେ ବିଜେଡିର ଆଧିପତ୍ୟ ଥିବାବେଳେ କୁଜଙ୍ଗ ବ୍ଲକରୁ ଭାଜପାର ୨ ଜଣ ଜିତିବା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଭାଜପାର ଏଭଳି ଉତ୍‌ଥାନକୁ ବିଜେଡି ସହଜରେ ଗ୍ରହଣ କରିପାରି ନ ଥିଲା। ଚଳିତ ନିର୍ବାଚନରେ ମଧ୍ୟ ଭାଜପା, ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବାନେଇ ଚର୍ଚ୍ଚା ହେଉଛି। ଭାଜପା ସମସ୍ତ ୪ଟି ଯାକ ଆସନ ହାତେଇନେବା ପାଇଁ ରଣକୌଶଳ ଆପଣାଉଥିବାବେଳେ ବିଜେଡି ପଛରେ ପଡ଼ିନି। ଅପରପକ୍ଷେ କଂଗ୍ରେସ ୩ନଂ. ଜୋନ୍‌ରେ ପ୍ରାର୍ଥୀ ନ ଦେବା ଆଲୋଚନାର ବିଷୟ ହୋଇଛି।
କୁଜଙ୍ଗ ବ୍ଲକର ୪ ଜିଲା ପରିଷଦ ସଭ୍ୟ ଏବଂ ୨୮ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବ। ଗତ ନିର୍ବାଚନକୁ ଅନୁଶୀଳନ କଲେ ଜଣାଯାଏ, ଏହି ବ୍ଲକ ଅଞ୍ଚଳରେ ଭାଜପା ସଙ୍ଗଠନ ଆଶାତୀତ ଫଳ ପ୍ରଦର୍ଶନ କରିଥିଲା। ୧ନଂ. ଜୋନ୍‌ରେ ୯ଟି ପଞ୍ଚାୟତ ଥିବାବେଳେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାଜପା ଓ ବିଜେଡି ମଧ୍ୟରେ ହୋଇଥିଲା । ଶେଷରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ସେହିପରି ୨ନଂ. ଜୋନ୍‌ରେ ୭ଟି ପଞ୍ଚାୟତ ଥିବାବେଳେ ଭାଜପା, ବିଜେଡି, କଂଗ୍ରେସ ଓ ସ୍ବାଧୀନକୁ ମିଶାଇ ମୋଟ ୪ ଜଣ ପ୍ରାର୍ଥୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୩ନଂ. ଜୋନରେ ୬ଟି ପଞ୍ଚାୟତ ରହିଛି । ଏହି ଜୋନ୍‌ରେ ୩ ପ୍ରମୁଖ ଦଳ ସହ ୨ ସ୍ବାଧୀନଙ୍କୁ ମିଶାଇ ମୋଟ ୫ ଜଣ ପ୍ରାର୍ଥୀ ହୋଇଥିଲେ। ଲଢେଇରେ ବିଜେଡିର କୈଳାସ ଚନ୍ଦ୍ର ବେହେରାଙ୍କୁ ହରାଇ ଭାଜପାର ସୁଶ୍ରୀ ପ୍ରିୟଦର୍ଶିନୀ ୧୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୪ନଂ. ଜୋନ୍‌ର ୬ଟି ପଞ୍ଚାୟତ ରହିଛି। ଗତ ନିର୍ବାଚନରେ ବିଜେଡିର ସୁଧଳ କୁମାର ସ୍ବାଇଁଙ୍କୁ ଭାଜପାର ରଶ୍ମିରଞ୍ଜନ ଚୌଧୁରୀ ୨,୩୦୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ।
ଏଥର କୁଜଙ୍ଗ ୧ନଂ. ଜୋନ୍‌ରେ ଭାଜପାରୁ ଦୀପ୍ତିମୟୀ ବସ୍ତିଆ, କଂଗ୍ରେସରୁ ନିବେଦିତା ପ୍ରିୟଦର୍ଶିନୀ, ବିଜେଡିରୁ ପ୍ରମୋଦ ଚରଣ ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି କୁଜଙ୍ଗ ୨ନଂ. ଜୋନରେ ଭାଜପାରୁ ନିରଞ୍ଜନ ପାତ୍ର, କଂଗ୍ରେସରୁ ପ୍ରଫୁଲ କୁମାର ସ୍ବାଇଁ, ବିଜେଡିରୁ ରବିନାରାୟଣ ସ୍ବାଇଁ ମଇଦାନକୁ ଓହ୍ଲାଇଛନ୍ତି । କୁଜଙ୍ଗ ୩ନଂ. ଜୋନରେ ଭାଜପାରୁ ମିଲି ପରିଡ଼ା, ବିଜେଡିରୁ ପୁଷ୍ପଲତା ବେହେରା ଓ ସିପିଆଇରୁ ଜିନ୍ମୟୀ ସାହାଣୀ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ଏହି ଜୋନ୍‌ରେ ପ୍ରାର୍ଥୀ ଦେଇନି। କୁଜଙ୍ଗ ୪ନଂ. ଜୋନରେ ଭାଜପାରୁ ମାମାଲି ସାହୁ, ବିଜେଡିରୁ କନକପ୍ରଭା ବେହେରା ଓ କଂଗ୍ରେସରୁ ଶାନ୍ତିଲତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ସମସ୍ତ ୪ଟି ଜିଲା ପରିଷଦ ଜୋନରେ ଦଳୀୟ ପ୍ରାର୍ଥୀ ଜିତିବେ ବୋଲି ଭାଜପା ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଏ ସମ୍ପର୍କରେ ଭାଜପା ନେତା ସମ୍ପଦ ସ୍ବାଇଁ କହିଛନ୍ତି, ୨୦୧୯ ନିର୍ବାଚନରେ ସେ ପାରାଦୀପ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ। କିନ୍ତୁ ଲୋକଙ୍କ ସେବାରୁ ଦୂରେଇଯାଇ ନ ଥିଲେ। ଏହା ଭିତରେ ବାତ୍ୟା, କରୋନା ଭଳି ବିପତ୍ତି ଲୋକଙ୍କ ଜୀବନଜୀବିକାକୁ ବିପର୍ଯ୍ୟସ୍ତ କରି ଦେଇଛି। ଏଭଳି ସମୟରେ ବିଧାୟକ ସମ୍ବିତ ରାଉତରାୟ ଲୋକମାନଙ୍କଠାରୁ ଦୂରେଇ ରହିବା ଅସନ୍ତୋଷ ସୃଷ୍ଟି କରିଛି। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି। ଲୋକଙ୍କ ସେବା କରିଥିବାରୁ ଦଳୀୟ ଜିଲା ପରିଷଦ ପ୍ରାର୍ଥୀ, ଦଳ ସମର୍ଥିତ ସରପଞ୍ଚ, ସଭ୍ୟ ପ୍ରାର୍ଥୀମାନେ ଗ୍ରହଣୀୟ ହୋଇପାରିଛନ୍ତି। ଯେଉଁ କାରଣରୁ ଆଗାମୀ ନିର୍ବାଚନରେ ଭାଜପା ସପକ୍ଷରେ ଜନମତ ଯିବ ବୋଲି ସ୍ବାଇଁ କହିଛନ୍ତି। ବିଜେଡି ନେତା ତଥା ବିଧାୟକ ରାଉତରାୟ କହିଛନ୍ତି, ଲୋକଙ୍କଠାରୁ ଦୂରେଇଯାଇ ନ ଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାଗୁଡିକର ସୁଫଳ ଜନସାଧାରଣ ପାଉଥିବାରୁ ଲୋକେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ଭଲ ଫଳ ପ୍ରଦର୍ଶନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri