ସଫଳତା ଦୋହରାଇବା ଲକ୍ଷ୍ୟରେ ଭାଜପା

ଜଗତ୍‌ସିଂହପୁର ଅଫିସ, ୨୧ା୨: ଜଗତ୍‌ସିଂହପୁର ଜିଲାର ୨୬ଟି ଜିଲା ପରିଷଦ ଜୋନ ମଧ୍ୟରୁ କୁଜଙ୍ଗ ବ୍ଲକର ୪ଟି ଯାକ ଆସନର ଗୁରୁତ୍ୱ ରହିଛି। ୨୦୧୭ ନିର୍ବାଚନରେ ଏହି ବ୍ଲକରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏପରି କି ଉଭୟ ଦଳର ସମାନ ସଂଖ୍ୟକ ଅର୍ଥାତ୍‌ ୨ଜଣ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଜିଲାରେ ବିଜେଡିର ଆଧିପତ୍ୟ ଥିବାବେଳେ କୁଜଙ୍ଗ ବ୍ଲକରୁ ଭାଜପାର ୨ ଜଣ ଜିତିବା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଭାଜପାର ଏଭଳି ଉତ୍‌ଥାନକୁ ବିଜେଡି ସହଜରେ ଗ୍ରହଣ କରିପାରି ନ ଥିଲା। ଚଳିତ ନିର୍ବାଚନରେ ମଧ୍ୟ ଭାଜପା, ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବାନେଇ ଚର୍ଚ୍ଚା ହେଉଛି। ଭାଜପା ସମସ୍ତ ୪ଟି ଯାକ ଆସନ ହାତେଇନେବା ପାଇଁ ରଣକୌଶଳ ଆପଣାଉଥିବାବେଳେ ବିଜେଡି ପଛରେ ପଡ଼ିନି। ଅପରପକ୍ଷେ କଂଗ୍ରେସ ୩ନଂ. ଜୋନ୍‌ରେ ପ୍ରାର୍ଥୀ ନ ଦେବା ଆଲୋଚନାର ବିଷୟ ହୋଇଛି।
କୁଜଙ୍ଗ ବ୍ଲକର ୪ ଜିଲା ପରିଷଦ ସଭ୍ୟ ଏବଂ ୨୮ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବ। ଗତ ନିର୍ବାଚନକୁ ଅନୁଶୀଳନ କଲେ ଜଣାଯାଏ, ଏହି ବ୍ଲକ ଅଞ୍ଚଳରେ ଭାଜପା ସଙ୍ଗଠନ ଆଶାତୀତ ଫଳ ପ୍ରଦର୍ଶନ କରିଥିଲା। ୧ନଂ. ଜୋନ୍‌ରେ ୯ଟି ପଞ୍ଚାୟତ ଥିବାବେଳେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାଜପା ଓ ବିଜେଡି ମଧ୍ୟରେ ହୋଇଥିଲା । ଶେଷରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ସେହିପରି ୨ନଂ. ଜୋନ୍‌ରେ ୭ଟି ପଞ୍ଚାୟତ ଥିବାବେଳେ ଭାଜପା, ବିଜେଡି, କଂଗ୍ରେସ ଓ ସ୍ବାଧୀନକୁ ମିଶାଇ ମୋଟ ୪ ଜଣ ପ୍ରାର୍ଥୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୩ନଂ. ଜୋନରେ ୬ଟି ପଞ୍ଚାୟତ ରହିଛି । ଏହି ଜୋନ୍‌ରେ ୩ ପ୍ରମୁଖ ଦଳ ସହ ୨ ସ୍ବାଧୀନଙ୍କୁ ମିଶାଇ ମୋଟ ୫ ଜଣ ପ୍ରାର୍ଥୀ ହୋଇଥିଲେ। ଲଢେଇରେ ବିଜେଡିର କୈଳାସ ଚନ୍ଦ୍ର ବେହେରାଙ୍କୁ ହରାଇ ଭାଜପାର ସୁଶ୍ରୀ ପ୍ରିୟଦର୍ଶିନୀ ୧୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୪ନଂ. ଜୋନ୍‌ର ୬ଟି ପଞ୍ଚାୟତ ରହିଛି। ଗତ ନିର୍ବାଚନରେ ବିଜେଡିର ସୁଧଳ କୁମାର ସ୍ବାଇଁଙ୍କୁ ଭାଜପାର ରଶ୍ମିରଞ୍ଜନ ଚୌଧୁରୀ ୨,୩୦୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ।
ଏଥର କୁଜଙ୍ଗ ୧ନଂ. ଜୋନ୍‌ରେ ଭାଜପାରୁ ଦୀପ୍ତିମୟୀ ବସ୍ତିଆ, କଂଗ୍ରେସରୁ ନିବେଦିତା ପ୍ରିୟଦର୍ଶିନୀ, ବିଜେଡିରୁ ପ୍ରମୋଦ ଚରଣ ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି କୁଜଙ୍ଗ ୨ନଂ. ଜୋନରେ ଭାଜପାରୁ ନିରଞ୍ଜନ ପାତ୍ର, କଂଗ୍ରେସରୁ ପ୍ରଫୁଲ କୁମାର ସ୍ବାଇଁ, ବିଜେଡିରୁ ରବିନାରାୟଣ ସ୍ବାଇଁ ମଇଦାନକୁ ଓହ୍ଲାଇଛନ୍ତି । କୁଜଙ୍ଗ ୩ନଂ. ଜୋନରେ ଭାଜପାରୁ ମିଲି ପରିଡ଼ା, ବିଜେଡିରୁ ପୁଷ୍ପଲତା ବେହେରା ଓ ସିପିଆଇରୁ ଜିନ୍ମୟୀ ସାହାଣୀ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ଏହି ଜୋନ୍‌ରେ ପ୍ରାର୍ଥୀ ଦେଇନି। କୁଜଙ୍ଗ ୪ନଂ. ଜୋନରେ ଭାଜପାରୁ ମାମାଲି ସାହୁ, ବିଜେଡିରୁ କନକପ୍ରଭା ବେହେରା ଓ କଂଗ୍ରେସରୁ ଶାନ୍ତିଲତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ସମସ୍ତ ୪ଟି ଜିଲା ପରିଷଦ ଜୋନରେ ଦଳୀୟ ପ୍ରାର୍ଥୀ ଜିତିବେ ବୋଲି ଭାଜପା ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଏ ସମ୍ପର୍କରେ ଭାଜପା ନେତା ସମ୍ପଦ ସ୍ବାଇଁ କହିଛନ୍ତି, ୨୦୧୯ ନିର୍ବାଚନରେ ସେ ପାରାଦୀପ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ। କିନ୍ତୁ ଲୋକଙ୍କ ସେବାରୁ ଦୂରେଇଯାଇ ନ ଥିଲେ। ଏହା ଭିତରେ ବାତ୍ୟା, କରୋନା ଭଳି ବିପତ୍ତି ଲୋକଙ୍କ ଜୀବନଜୀବିକାକୁ ବିପର୍ଯ୍ୟସ୍ତ କରି ଦେଇଛି। ଏଭଳି ସମୟରେ ବିଧାୟକ ସମ୍ବିତ ରାଉତରାୟ ଲୋକମାନଙ୍କଠାରୁ ଦୂରେଇ ରହିବା ଅସନ୍ତୋଷ ସୃଷ୍ଟି କରିଛି। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି। ଲୋକଙ୍କ ସେବା କରିଥିବାରୁ ଦଳୀୟ ଜିଲା ପରିଷଦ ପ୍ରାର୍ଥୀ, ଦଳ ସମର୍ଥିତ ସରପଞ୍ଚ, ସଭ୍ୟ ପ୍ରାର୍ଥୀମାନେ ଗ୍ରହଣୀୟ ହୋଇପାରିଛନ୍ତି। ଯେଉଁ କାରଣରୁ ଆଗାମୀ ନିର୍ବାଚନରେ ଭାଜପା ସପକ୍ଷରେ ଜନମତ ଯିବ ବୋଲି ସ୍ବାଇଁ କହିଛନ୍ତି। ବିଜେଡି ନେତା ତଥା ବିଧାୟକ ରାଉତରାୟ କହିଛନ୍ତି, ଲୋକଙ୍କଠାରୁ ଦୂରେଇଯାଇ ନ ଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାଗୁଡିକର ସୁଫଳ ଜନସାଧାରଣ ପାଉଥିବାରୁ ଲୋକେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ ମଧ୍ୟ ଦଳୀୟ ପ୍ରାର୍ଥୀମାନେ ଭଲ ଫଳ ପ୍ରଦର୍ଶନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri