ହଷ୍ଟେଲରୁ ୧୫ ଛାତ୍ର ଫେରାର ହୋଇଯିବା ଘଟଣା: ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କଲେ ବିଇଓ

ବଣାଇଁ,୩୦ା୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ଛାତ୍ରାବାସରୁ ଗତ ୨୮ ତାରିଖ ରାତିରେ ୧୫ ଜଣ ଛାତ୍ର ଏକାସାଙ୍ଗରେ ଫେରାର ହୋଇଯାଇଥିବା ଘଟଣାରେ ଗୁରୁବାର ବଣାଇଁ ବିଇଓ ସୁନୀଲ ମୁଣ୍ଡ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି। ଛାତ୍ର ମିଳିବା ପରେ କାରଣ ସ୍ପଷ୍ଟ ହୋଇଥିଲା। ସମ୍ପୃକ୍ତ ବିଦ୍ୟାଳୟରେ ଥିବା ଏକ ଆଦିବାସୀ ଛାତ୍ରାବାସରେ ସମୁଦାୟ ୩୭ ଜଣ ଛାତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ତୃତୀୟ-ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୧୫ଜଣ କୋମଳମତି ଛାତ୍ର ସେଦିନ ରାତି ଫେରାର ହୋଇଯାଇଥିଲେ। ପରେ ପାଟ୍ରୋଲିଂ କରୁଥିବା ବାରକୋଟ ପୋଲିସ ଦ୍ୱାରା ଫେରାର ଛାତ୍ର ଉଦ୍ଧାର ହେବା ପରେ ପୋଲିସ ବିଦ୍ୟାଳୟର ଶିକ୍ଷକ ଜିମାରେ ପିଲାମାନଙ୍କୁ ଛାଡିଥିଲେ। ଗତକାଲି ଖବର ପ୍ରଚାରିତ ହେବା ପରେ ସୁନ୍ଦରଗଡ଼ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କ ତଦନ୍ତ ନିର୍ଦ୍ଦେଶ ପାଇ ବଣାଇଁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାବୁରାମ ମହାନ୍ତ ତଦନ୍ତ କରିଥିଲେ। ତଦନ୍ତ ପରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ରୋଷେୟା ତଥା ପରିଚାରକ ଅମିତ କୁମାର ପାହୁଲେଙ୍କ ବ୍ୟବହାର ଭଲ ଲାଗୁ ନ ଥିଲା ତେଣୁ ପଳେଇ ଯାଇଥିଲେ ବୋଲି ସେ ସ୍ପଷ୍ଟ କରିଥିଲେ। ଅପରପକ୍ଷେ ସମ୍ପୃକ୍ତ ବିଦ୍ୟାଳୟଟି ଗଣଶିକ୍ଷା ବିଭାଗର ହୋଇଥିଲେ ମଧ୍ୟ ଛାତ୍ରାବାସଟି ଆଦିବାସୀ ଉନ୍ନୟନ ବିଭାଗର ହୋଇଥିବାରୁ ତାଙ୍କ ବିଭାଗକୁ ତଦନ୍ତ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ। ଆଜି ଶିକ୍ଷା ବିଭାଗ ପକ୍ଷରୁ ବଣାଇଁ ବିଇଓ ସୁନୀଲ ମୁଣ୍ଡ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri