ଜିଲାପାଳଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ

ଫୁଲବାଣୀ ଅଫିସ, ୪ା୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ କିଓସ୍କ ବ୍ୟାଙ୍କି ସଂସ୍ଥା ଠକେଇ ଘଟଣାରେ ହିତାଧିକାରୀ କିପରି ଟଙ୍କା ପାଇବେ ତାହାକୁ ନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡିଛିା ଗରିବ ଶ୍ରେଣୀର ଏହି ହିତାଧିକାରୀମାନେ ଟଙ୍କା ନ ପାଇ ବହୁ ହଇରାଣ ହେଉଛନ୍ତି ା କିଏ ଦେହ ଖରାପ ପାଇଁ ତ ଅନ୍ୟକିଏ ଝିଅ ବାହାଘର ଲାଗି ଟଙ୍କା ନ ପାଇ ହାତାଶ ହୋଇପଡିଛନ୍ତି ା ବୁଧବାର କିଛି ହିତାଧିକାରୀ ସେମାନଙ୍କ ଟଙ୍କା କିପରି ଫେରିପାଇବେ ସେଥିନେଇ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ା ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲେ ସୁଦ୍ଧା ଟଙ୍କା ନେଇ ଫେରାର ଥିବା କିଓସ୍କ ସ୍ବତାଧିକାରୀଙ୍କ ସ୍ତ୍ରୀଙ୍କୁ ଠାବ କରି ପାରିନାହିଁ ା ଏସବୁ ଘଟଣାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ପଞ୍ଚାନନ ଗଣ୍ଡା, ସୁଜାତା ଦିଗାଲ, ସଂଜୁନା ନାୟକ, ପଦ୍ମିନୀ ନାୟକ, ଝୁନୁ ବେହେରା, ସୁନୀତା ନାୟକ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ା ସୂଚନାଯୋଗ୍ୟ, ଫୁଲବାଣୀ ସହର ଅମଲାପଡାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଜନସେବା କେନ୍ଦ୍ରରେ କିଓସ୍କ ବ୍ୟାଙ୍କିଙ୍ଗ ଚାଲିଥିଲା ା ଏହାର ସ୍ବତାଧିକାର ରମାକାନ୍ତ ଦିଗାଲଙ୍କ ନାମରେ ରହିଛି ା ଏହି କିଓସ୍କ ବ୍ୟାଙ୍କରେ ପାଖା ପାଖି ୬ ମାସ ଧରି ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନିଆଯାଇଛି ା ଘଟଣା ଜଣାପଡିବା ପରେ କିଓସ୍କ ବ୍ୟାଙ୍କକୁ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି ା କିଛି ଦିନ ପୂର୍ବରୁ ନରେନ୍ଦ୍ର ବେହେରା ନାମକ ଜଣେ ଗ୍ରାହକ ଟଙ୍କା ଜମା କରିବା ପାଇଁ ଉକ୍ତ ବ୍ୟାଙ୍କକୁ ଯାଇ ବିଭିନ୍ନ ସମୟରେ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ୧୨ହଜାର ୫୦୦ ଟଙ୍କା ଜମା କରିଥିଲେ। ନରେନ୍ଦ୍ରଙ୍କ ଜମା ଖାତା ଅପଡେଟ ପାଇଁ କିଓସ୍କ ବ୍ୟାଙ୍କ କର୍ମଚାରୀ ରଖି ଦେଇଥିଲେ। ବହୁବାର ଖାତା ପାଇଁ ନରେନ୍ଦ୍ର ଦୌଡିବା ପରେ କିଓସ୍କ ବ୍ୟାଙ୍କ କର୍ମଚାରୀ ଖାତା ଅପଡେଟ ହୋଇ ପାରୁ ନାହିଁ କହି ଫେରାଇ ଦେଇଥିଲେ । ଖାତା ବ୍ୟାଙ୍କରେ ଅପଡେଟ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ହଡପ ହୋଇଥିବା ଜାଣିବା ପରେ ସେ ଟାଉନ ଥାନାରେ ଏତଲା ଦେଇଥିଲେ। ଏହାପରେ ଧିରେ ଧିରେ ଘଟଣା ପଦାକୁ ଆସିଥିଲା ା ଅନ୍ୟ ହିତାଧିକାରୀମାନେ ମଧ୍ୟ ଏତଲା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri