ଜ୍ୟୋତିର୍ବିଜ୍ଞାନର ଆଦିପର୍ବ

”ସୌର ମଣ୍ଡଳ ସମ୍ପର୍କିତ ତତ୍ତ୍ୱର ବିକାଶ ପାଇଁ ଯେଉଁ ପ୍ରମୁଖ ବୈଜ୍ଞାନିକମାନଙ୍କର ଅବଦାନ ରହିଛି, ସେଥିପ୍ରତି ଆଲୋକପାତ କରାଯାଇପାରେ। ଏହା ଅନସ୍ବୀକାର୍ଯ୍ୟ ଯେ, କପରନିକସ ପୂର୍ବ ପ୍ରଚଳିତ ଅଣ-ବୈଜ୍ଞାନିକ ମତକୁ ଚ୍ୟାଲେଞ୍ଜ କରି ଏକ ଅନୁକୂଳ ବାତାବରଣର ଅୟମାରମ୍ଭ କଲେ। ତା’ପରେ କ୍ରମାନ୍ବୟରେ ନିମ୍ନ ବୈଜ୍ଞାନିକମାନେ-ଟାଇକୋ ବ୍ରାହେ (୧୫୪୬-୧୬୦୧), ଗାଲିଲିଓ ଗାଲିଲି (୧୫୬୪-୧୬୪୨), ଜାହାନସ୍‌ କେପଲର (୧୫୭୧-୧୬୩୦), ଆଇଜାକ୍‌ ନିଉଟନ୍‌ (୧୬୪୩-୧୭୨୭) ଏବଂ ଆଲବର୍ଟ ଆଇନଷ୍ଟାଇନ୍‌ (୧୮୭୯-୧୯୫୫) ଏହାର ଉତ୍ତରୋତ୍ତର ବିକାଶ କଲେ।“

ଯେ କୌଣସି ବିଷୟରେ କୌତୂହଳୀ ବ୍ୟକ୍ତିକୁ ନାନା ପ୍ରଶ୍ନ ଘାରିଥାଏ। କୌଣସି ଘଟଣା, ଏହା ପଛରେ କିଏ, କ’ଣ, କେବେ ଓ କିପରି ଅଛି। ବାସ୍ତବରେ ଏହି ଅନୁସନ୍ଧାନ ହେଉଛି ବିଜ୍ଞାନର ହେତୁ। ଆବହମାନ କାଳରୁ ଲୋକେ ଦେଖି ଆସୁଛନ୍ତି ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ମଧ୍ୟସ୍ଥିତି ସମୟ ଦିବସ ବୋଲି ସମସ୍ତେ କହନ୍ତି। ତା’ପରେ ରାତି ଆସେ। କିନ୍ତୁ ଅଧିକାଂଶ ବ୍ୟକ୍ତି ଏହା ଏକ ଗତାନୁଗତିକ ବା ଧରାବନ୍ଧା ଘଟଣା ବୋଲି ମାନି ଯାଇ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ। ସୂର୍ଯ୍ୟ ପୂର୍ବ ଦିଗରେ ସର୍ବଦା କାହିଁକି ଉଦୟ ହୁଅନ୍ତି, ରାତିରେ କୁଆଡ଼େ ଯାଆନ୍ତି, ଏପରିକି ସୂର୍ଯ୍ୟ ଆକାଶରେ ଆମର ଦୃଷ୍ଟିଗୋଚର ହେଉଥିବା ଦୃଶ୍ୟାନୁସାରେ ଗତି କରନ୍ତି କି- ଏମିତି ବିଷୟଗୁଡ଼ିକର କାରଣ ଉଦ୍‌ଘାଟନ କରିବା ନିହାତି ଆବଶ୍ୟକ ବୋଲି ଅନେକେ ମନେକରନ୍ତି ନାହିଁ। ଅବଶ୍ୟ ଏତାଦୃଶ ଜିଜ୍ଞାସା ପାଇଁ କୌତୂହଳର ଅଭାବ ବହୁ ବିଜ୍ଞ ବ୍ୟକ୍ତି କିଛି ଅନୁଭବ କରନ୍ତି ଏବଂ ଏହା ପଛରେ ରହିଥିବା ଲୁକ୍କାୟିତ ପ୍ରାକୃତିକ ରହସ୍ୟ ଉପରୁ ପରଦା ହଟାଇବାକୁ ମନୋନିବେଶ କରିଥାଆନ୍ତି।
ସେହି ଅନୁସନ୍ଧିତ୍ସୁ ବ୍ୟକ୍ତିମାନେ ଆମ ଅଜ୍ଞାନତା ଦୂର କରନ୍ତି। ସେମାନଙ୍କର ପ୍ରଚେଷ୍ଟାରୁ ଆମେ ଜାଣିପାରିଲେ ଯେ ଆକାଶରେ ଦୃଶ୍ୟମାନ ସୂର୍ଯ୍ୟ, ଚନ୍ଦ୍ର ବିଭିନ୍ନ ଗ୍ରହ ଓ ନକ୍ଷତ୍ରମାନ ପୂର୍ବ ଦିଗରେ ଉଦୟ ହୋଇଥାଆନ୍ତି ଓ ପଶ୍ଚିମରେ ଅସ୍ତ ହୁଅନ୍ତି। ଏହା ପଛରେ କାରଣ ହେଉଛି ପୃଥିବୀ ନିଜ ଅକ୍ଷରେ ରହି ପୂର୍ବ ଦିଗ ଆଡ଼କୁ ଘୂରେ। ତତ୍‌ ସହ ଜଣାଗଲା ଯେ ପୃଥିବୀ ନିଜ କକ୍ଷରେ ସୂର୍ଯ୍ୟ ଚାରିପଟେ ଘୂରେ। ଥରେ ଘୂର୍ଣ୍ଣନ ପୂର୍ଣ୍ଣ କରିବାକୁ ଏକ ବର୍ଷ ସମୟ ଲାଗେ। ଏହି ବୈଜ୍ଞାନିକ ତଥ୍ୟ ପୋଲାଣ୍ଡର ଜ୍ୟୋତିର୍ବିଜ୍ଞାନୀ ନିକୋଲାସ କପରନିକସ (୧୪୭୩-୧୫୪୩)ଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି। ସେ ପ୍ରାଣତ୍ୟାଗ କରିବାର ଠିକ୍‌ ପୂର୍ବରୁ ୧୫୪୩ରେ ପ୍ରକାଶିତ ତାଙ୍କ ବହି ‘ଦ ରିଭୋଲ୍ୟୁଶନ ଅଫ୍‌ ହେଭନ୍‌ଲି ଅର୍ବିଟ୍ସ’ରେ ଏହା ଲିପିବଦ୍ଧ ହୋଇଛି। ଏଥିରୁ ସୂର୍ଯ୍ୟ-କେନ୍ଦ୍ରୀୟ ମଣ୍ଡଳ (ହେଲିଓସେଣ୍ଟ୍ରିକ ମଡେଲ୍‌) ସ୍ବୀକୃତ ହେଲା ଏବଂ ପୂର୍ବ ପ୍ରଚଳିତ ପୃଥିବୀକୁ କେନ୍ଦ୍ର କରି ପ୍ରଚଳିତ ଥିବା ପୁରାତନ ଭୂକେନ୍ଦ୍ରୀୟ ମଣ୍ଡଳ (ଜିଓ ସେଣ୍ଟ୍ରିକ ମଡେଲ)ର ଅବସାନ ଘଟିଲା। ବାସ୍ତବିକ ଏକ ହଜାରରୁ ଊର୍ଦ୍ଧ୍ୱ ସମୟ ବ୍ୟାପୀ ଗଭୀର ଓ ବ୍ୟାପକ ଭାବେ ଜନସାଧାରଣଙ୍କ ମନରେ ଆସ୍ଥାନ ଜମେଇଥିଲା। ଇଜିପ୍ଟ (ରୋମାନ ସାମ୍ରାଜ୍ୟ)ରେ ଜନ୍ମିତ ଟଲେମି (୧୦୦-୧୭୦ ଖ୍ରୀଷ୍ଟାବ୍ଦ)ଙ୍କ ମତର ଏହା ବିରୋଧୀ ହୋଇଥିବାରୁ ସେତେବେଳେ ପ୍ରବଳ ବିତର୍କର ସୂତ୍ରପାତ କରିଥିଲା।
ସୌର ମଣ୍ଡଳ ସମ୍ପର୍କିତ ତତ୍ତ୍ୱର ବିକାଶ ପାଇଁ ଯେଉଁ ପ୍ରମୁଖ ବୈଜ୍ଞାନିକମାନଙ୍କର ଅବଦାନ ରହିଛି, ସେଥିପ୍ରତି ଆଲୋକପାତ କରାଯାଇପାରେ। ଏହା ଅନସ୍ବୀକାର୍ଯ୍ୟ ଯେ, କପରନିକସ ପୂର୍ବ ପ୍ରଚଳିତ ଅଣ-ବୈଜ୍ଞାନିକ ମତକୁ ଚ୍ୟାଲେଞ୍ଜ କରି ଏକ ଅନୁକୂଳ ବାତାବରଣର ଅୟମାରମ୍ଭ କଲେ। ତା’ପରେ କ୍ରମାନ୍ବୟରେ ନିମ୍ନ ବୈଜ୍ଞାନିକମାନେ-ଟାଇକୋ ବ୍ରାହେ (୧୫୪୬-୧୬୦୧), ଗାଲିଲିଓ ଗାଲିଲି (୧୫୬୪-୧୬୪୨), ଜାହାନସ୍‌ କେପଲର (୧୫୭୧-୧୬୩୦), ଆଇଜାକ୍‌ ନିଉଟନ୍‌ (୧୬୪୩-୧୭୨୭) ଏବଂ ଆଲବର୍ଟ ଆଇନଷ୍ଟାଇନ୍‌ (୧୮୭୯-୧୯୫୫) ଏହାର ଉତ୍ତରୋତ୍ତର ବିକାଶ କଲେ।
ଡେନ୍‌ମାର୍କର ମାନେରସ୍ଥିତ ସ୍କାନିଆଠାରେ ୧୫୪୬ ମସିହାରେ ଜ୍ୟୋତିର୍ବିଜ୍ଞାନୀ ବ୍ରାହେ ଜନ୍ମଗ୍ରହଣ କରିଥିଲେ। ସେ ଡେନମାର୍କର ରାଜା ଫ୍ରେଡେରିକ୍‌-୨ଙ୍କଠାରୁ ପ୍ରଚୁର ସହାୟତା ଲାଭ କରିଥିଲେ। ଗୋଟିଏ ଦ୍ୱୀପରେ ଆକାଶର ଦେବୀ ୟୁରାନିଆଙ୍କ ନାମରେ ପ୍ରାସାଦଟିଏ ନିର୍ମାଣ କରିଥିଲେ। ସେଠାରୁ ଗୋଟିଏ ପର୍ଯ୍ୟବେକ୍ଷଣାଗାର ପ୍ରସ୍ତୁତ କରି ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଗ୍ରହ ନକ୍ଷତ୍ରର ଚଳନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ହେଲେ ଦୈବାତ ରାଜାଙ୍କର ସମର୍ଥନ ଓ ଅନୁଗ୍ରହରୁ ବଞ୍ଚତ୍ତ ହେବା ପରେ ଅପମାନିତ ହୋଇ ସେ ଜର୍ମାନୀ ଚାଲିଗଲେ। ଗୋଟିଏ କମ୍ପାସ ଏବଂ ସେକ୍ସଟାଣ୍ଟ ବ୍ୟବହାର କରି ଏକ ହଜାର ନକ୍ଷତ୍ରକୁ ତାଲିକାଭୁକ୍ତ କରିପାରିଥିଲେ। ଚନ୍ଦ୍ରର କକ୍ଷରେ ଅନିୟମିତତା ସମ୍ପର୍କରେ ଜାଣବା ସହ କାସିଓପିଆ ନାମକ ଏକ ନୂତନ ନକ୍ଷତ୍ର ଆବିଷ୍କାର କରିଥିଲେ। ସେ ଜଣାଇଥିଲେ ଯେ, ଧୂମକେତୁ (କମେଟ୍‌) ପୃଥିବୀର ବାୟୁମଣ୍ଡଳ ଅବସ୍ଥିତି ନୁହେଁ, କିନ୍ତୁ ବହିରାଗତ। ଏକାଧିକ ଯନ୍ତ୍ରପାତି ସେ ଉଦ୍ଭାବନ କରିଥିଲେ, ଯେଉଁଥିରେ ଟାଇକୋନିଅନ କ୍ୱାଡ୍ରେଣ୍ଟ ସର୍ବଶ୍ରେଷ୍ଠ। ଏହାକୁ ଉନ୍ନତ କରି ଅନ୍ୟ ଜ୍ୟୋତିର୍ବିଜ୍ଞାନୀମାନେ ପରବର୍ତ୍ତୀ ସମୟରେ ଖଗୋଳ ଉପରେ ଗବେଷଣା କରିଥିଲେ। ୧୬୦୦ ମସିହାରେ ସେ ସୁଯୋଗ୍ୟ କେପଲରଙ୍କୁ ନିଜ ସହାୟକ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପର ବର୍ଷ ବ୍ରାହେଙ୍କର ପରଲୋକ ହେଲା। କିନ୍ତୁ ଚିନ୍ତାର ବିଷୟରେ ଯେ ତାଙ୍କ ଅବର୍ତ୍ତମାନର ଅଳ୍ପ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରିୟ ଦ୍ୱୀପରେ ସେ ନିର୍ମାଣ କରିଥିବା ପ୍ରାସାଦ ଓ ପର୍ଯ୍ୟବେକ୍ଷଣାଗାର ଧ୍ୱଂସ ହୋଇଗଲା। ତେବେ ଅନ୍ତିମ ବେଳାରେ ସେ ‘ମୁଁ ଏକ ବ୍ୟର୍ଥ ଜୀବନ ବଞ୍ଚତ୍ଛି ବୋଲି ଜଣା ନ ପଡୁ’ ବୋଲି କହିଥିବା ତାଙ୍କର ସହାୟକ କେପଲରଙ୍କ ଦ୍ୱାରା ପ୍ରକାଶ। ବ୍ରାହେଙ୍କ ଅନ୍ତେ କେପଲର ହୋଲି ରୋମାନ ଏମ୍ପରେର ରୁଡୋଲଫ ଦ୍ୱିତୀୟଙ୍କ ଦ୍ୱାରା ଗାଣିତି୍ୟକ ପଦବୀ ଅଳଙ୍କୃତ କଲେ।
ମାତାପିତାଙ୍କ ପ୍ରଭାବ ସନ୍ତାନର ଭବିଷ୍ୟତ ଗଠନ ପାଇଁ କେମିତି ପ୍ରେରଣା ଯୋଗାଇଥାଏ, ତାହାର ଦୃଷ୍ଟାନ୍ତ କେପଲରଙ୍କ ଜୀବନରୁ ମିଳିଥାଏ। ୧୫୭୭ରେ ତାଙ୍କୁ ମାତ୍ର ଛଅ ବର୍ଷ ହୋଇଥିବା ବେଳେ ତାଙ୍କ ମାତା ଆକାଶରେ ଦେଖାଯାଇଥିବା ଗୋଟିଏ ବିରାଟ ପୁଚ୍ଛଯୁକ୍ତ ଲଞ୍ଜାତାରା ବା ଧୂମକେତୁକୁ ନିରୀକ୍ଷଣ କରିବାକୁ କହିଲେ। ଅନ୍ୟ ଏକ ଘଟଣାରେ ୧୫୮୦ରେ ତାଙ୍କ ବାପା ଚନ୍ଦ୍ରଗ୍ରହଣର ଦୃଶ୍ୟ ଉପଭୋଗ କରିବା ପାଇଁ ନିଜ ସହ ଘର ବାହାରକୁ ନେଇଥିଲେ। କେପଲରଙ୍କ ମାନସିକତା ଅଜବ ଧରଣର ଥିଲା। ସେ ବିଶ୍ୱାସ କରୁଥିଲେ ଯେ, ନକ୍ଷତ୍ର ସମ୍ବନ୍ଧୀୟ ଅଧ୍ୟୟନ ଏକ ଧାର୍ମିକ କାର୍ଯ୍ୟ। ବାସ୍ତବରେ ଅଧ୍ୟୟନ ବୃତ୍ତି ପରେ ସେ ତଥାକଥିତ ଧର୍ମ-ଶିକ୍ଷା ପାଇଁ ଯୋଜନା କରିଥିଲେ। ସେ କପରନିକସଙ୍କ ସୌରକେନ୍ଦ୍ରିକ ଗ୍ରହ ମଣ୍ଡଳକୁ ସମର୍ଥନ କରୁଥିଲେ। ତତ୍କାଳୀନ ଏହି ନୂତନ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ସୂର୍ଯ୍ୟ ଚାରିପଟେ ଗ୍ରହମାନଙ୍କର ଘୂର୍ଣ୍ଣନ ବ୍ୟାଖ୍ୟା କରିବା ସକାସେ ବ୍ରତୀ ହେଲେ। ୧୫୯୬ରେ କପରନିକସଙ୍କ ପ୍ରାରମ୍ଭିକ ତତ୍ତ୍ୱକୁ ଆଗେଇ ନେବା ପାଇଁ ଅହରହ ଚେଷ୍ଟିତ କେପଲର ବ୍ରାହେ ଓ ଗାଲିଲିଓଙ୍କ ସଂସ୍ପର୍ଶରେ ଆସିଥିଲେ। ୧୬୦୫ରେ ମଙ୍ଗଳ ଗ୍ରହ ସୂର୍ଯ୍ୟ ଚାରିପଟେ ଅଣ୍ଡାକାର ବା ଦୀର୍ଘ ବୃତ୍ତାକାର (ଓଭାଲ ସେପ୍‌) କକ୍ଷରେ ଗତିଶୀଳ ଥିବା ବିଷୟ ସର୍ବପ୍ରଥମେ ଆବିଷ୍କାର କରି ‘ଦ ନ୍ୟୁ ଆଷ୍ଟୋନୋମି’ (୧୬୦୯) ପୁସ୍ତକରେ ପ୍ରକାଶ କରିଥିଲେ। ଗାଲିଲିଓଙ୍କଠାରୁ ଦୂରବୀକ୍ଷଣ ଯନ୍ତ୍ର ସମ୍ବନ୍ଧରେ ଜାଣିବା ପରେ ଏହାକୁ ଉନ୍ନତ କରି ବର୍ତ୍ତମାନ ବ୍ୟବହାର କରାଯାଉଥିବା ଆଷ୍ଟ୍ରୋନମିକାଲ ଟେଲିସ୍କୋପ ନିର୍ମାଣ କଲେ। (କ୍ରମଶଃ…)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri