ସୌନ୍ଦର୍ଯ୍ୟକରଣ ହେବ ବଳଦେବଜୀଉ ବଡ଼ଦାଣ୍ଡ

କେନ୍ଦୁଝର, ୧୬।୧୨(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ବଡଦାଣ୍ଡ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ସୌନ୍ଦର୍ଯ୍ୟ କରାଯିବ ବୋଲି ଜିଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି। ଷୋଡଶ ଶତାଦ୍ଦୀରେ ନିର୍ମିତ କେନ୍ଦୁଝରର ବଳଦେବଜୀଉ ମନ୍ଦିର ସମ୍ମୁଖରେ ଥିବା ବଡଦାଣ୍ଡ ଓ ସିଦ୍ଧମଠ ପର୍ଯ୍ୟନ୍ତ ରାସ୍ତାକୁ ଏହି ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାରେ ସାମିଲ କରାଯିବ। ଏଥିପାଇଁ ଜିଲାପାଳ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ା ବଡଦାଣ୍ଡ ଦୁଇ ପାର୍ଶ୍ୱରେ ଦିନ ଦିନ ଧରି ଠିଆ ହେଉଥିବା ଟ୍ରକ୍‌ଗୁଡିକ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱକୁ ପ୍ରଶସ୍ତିକରଣ କରାଯିବା ସହ ରଥଯାତ୍ରା ପାଇଁ ବାଧା ସୃଷ୍ଟି କରୁ ନ ଥିବା ବିଭିନ୍ନ ଅସ୍ଥାୟୀ ସେଡ କରାଯିବା ସହ ମନ୍ଦିର ସମ୍ମୁଖକୁ ମଧ୍ୟ ଆକର୍ଷଣୀୟ କରାଯିବ। ଗୁଣ୍ଡିଚା ମନ୍ଦିର ନିକଟସ୍ଥ ସ୍ଥାନକୁ ମଧ୍ୟ ବ୍ୟବହାର କରି ସୌନ୍ଦର୍ଯ୍ୟ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଝୋଟି, ଚିତା ପରି ଆଳଙ୍କାରିକ ସାଜସଜ୍ଜା ଓ ଫୁଲ ରହିବ ଓ ବଡଦାଣ୍ଡକୁ ଗୋରୁ ନ ଛାଡିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ଏବଂ ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରହିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଗୁଣ୍ଡିଚା ମନ୍ଦିରରୁ ସିଦ୍ଧମଠ ରାସ୍ତାକୁ ପ୍ରଶସ୍ତ କରାଯିବା ସହିତ ଏଠାରେ ଜଙ୍ଗଲ ବଗିଚା ସୃଷ୍ଟି କରାଯିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ କେନ୍ଦୁଝର ଉପଜିଲାପାଳ ତଥା ମନ୍ଦିରର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ ପ୍ରାରମ୍ଭିକ ସୂଚନା ଦେବା ସହ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀ ବଳଦେବଜୀଉ ମନ୍ଦିର, ବଡଦାଣ୍ଡ, ସିଦ୍ଧମଠ ଓ ସନ୍ନିକଟ ସ୍ଥାନମାନଙ୍କୁ ଆକର୍ଷଣୀୟ କରାଯିବ ବୋଲି ପ୍ରୟାସ ଆରମ୍ଭ ହୋଇଥିବା କଥା କହିଥିଲେ ା ଜିଲାପାଳଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ବରିଷ୍ଠ ନାଗରିକ ଡଃ ବନବିହାରୀ ମିଶ୍ର, ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ଦାଶ, ରାମଚନ୍ଦ୍ର ଦାଶ, ଜନ୍ମେଜୟ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri