Posted inଫୁରସତ

କୁକୁର ମୁହଁ ଭଳି ଦେଖାଯାଉଥିବା ବାଦୁଡ଼ି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୭: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁର ମୁହଁ ଥିବା ବାଦୁଡ଼ିର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କ୍ରିଷ୍ଟେନ ହୋଓ୍ବାର୍ଡଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ୟୁଜର ଏହାକୁ ଫ୍ରୁଟ୍‌ ବ୍ୟାଟ୍‌ କହି ନାନା ପ୍ରକାର ରୋଚକ ମନ୍ତବ୍ୟ ଦେଇଛନ୍ତି। ପ୍ରାଣୀ ବିଜ୍ଞାନୀ ଏହି ପ୍ରଜାତିର ବାଦୁଡ଼ିକୁ ବ୍ୟୁଟିକୋଫେରର୍ସ ଇପାୟୁଲେଟେଡ୍‌ ଫ୍ରୁଟ୍‌ ବ୍ୟାଟ୍‌ ବୋଲି କହିଛନ୍ତି। ଏହି ପ୍ରଜାତି ଫଳ ହିଁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଏହି ପ୍ରଜାତି ମୁଖ୍ୟତଃ ଆଫ୍ରିକାର ଆଇଭରି କୋଷ୍ଟ, ଘାନା, ଗୁଏନା, ଗୁଏନା ବିସାୟୁ, ଲାଇବେରିଆ, ନାଇଜେରିଆ, ସିଏରା ଲିଓନେ ଏବଂ ସେନେଗାଲ ଆଦି ଅଞ୍ଚଳରେ ଦେଖିବାକୁ ମିଳିଥାଏ। ସାଭାନ୍ନା ଅଞ୍ଚଳରେ ଏହି ପ୍ରଜାତି ବାସ କରିଥାନ୍ତି। ଏହି ଫଟୋ ୨୦୦୯ରେ ନିକୋଲୋସ ନାମକ ଫଟୋ ଗ୍ରାଫର ଉଠାଇଥିବା କୁହାଯାଉଛି। ଏହି ପ୍ରଜାତିର ବାଦୁଡ଼ି ଶରୀରର ବେକ, କାନ୍ଧ ଏବଂ ପେଟରେ ଧଳା ଲୋମ ଦେଖାଯାଇଥାଏ। କାନ ଦୁଇଟି ଲମ୍ବା। ଫଳରେ ଏହା ଦୂରକୁ କୁକୁର ମୁହଁ ଭଳି ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ...

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା

ଜାପାନର ଟେକ୍‌ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ...

ଫିଙ୍ଗର୍‌ ଟାଟୁ

ଟାଟୁ କ୍ରେଜ୍‌ ତ ପିଲାଠୁ ବୁଢ଼ା ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। କିଏ ହାତରେ ତ କିଏ ବେକରେ ଆଉ କିଏ ମୁହଁ ଅବା ଦେହର ବିଭିନ୍ନ...

ତ୍ୱଚାରେ ରହିଛି ପେନ୍‌ ରାଡାର୍‌

ସ୍ବିଡେନର କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍‌...

ମହିଳାଙ୍କ ପେଟରୁ ୨୪କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତର

ଶିଲଙ୍ଗ,୫।୮: ମେଘାଳୟର ଓ୍ବେଷ୍ଟ ଗାରୋ ହିଲ୍ସ ଜିଲାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କ ପେଟରୁ ୨୪ କିଲୋଗ୍ରାମ ଓଜନର ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି। ଏନେଇ...

ପୁଅର ସ୍ମାର୍ଟଫୋନ୍‌ ନିଶା ଦୂର କରିବା ପାଇଁ ୨୨୦୦ କିମି ଯାତ୍ରା କଲେ ପିତା

ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନରେ ଗେମ ନ ଖେଳିଲେ...

ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ। *୧,୧୦,୧୯ ଓ...

Coronavirus Update


Archives

Model This Week

Why Dharitri