ରାଷ୍ଟ୍ରପତିଙ୍କ ସଚିବାଳୟ ହସ୍ତକ୍ଷେପ ପରେ ହଟିଲା ବାସନ୍ଦ

ଗଞ୍ଜାମ,୧୪ା୧(ଅନାଥ ତରାଇ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ଝରାପଦର ଗ୍ରାମରେ ଏକ ଦୀର୍ଘଦିନର ସାମାଜିକ ବାସନ୍ଦ ଘଟଣାର ସମାଧାନ ହୋଇଛି। ଏଚ୍‌.ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ ଏନ୍‌. ଅସନ୍ତା ରେଡ୍ଡୀଙ୍କ ପରିବାରକୁ ଗତ ୬ ମାସ ଧରି ଗ୍ରାମ କମିଟି ଦ୍ୱାରା ସାମାଜିକ ବାସନ୍ଦ କରାଯାଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଜିଲା ପ୍ରଶାସନ ଓ ପୋଲିସର ମିଳିତ ଉଦ୍ୟମରେ ବାସନ୍ଦ ଉଠାଯାଇଛି।
ମୁତାବକ, ଝରାପଦର ଗ୍ରାମର ଏଚ୍‌. ସାବିତ୍ରୀ ରେଡ୍ଡୀଙ୍କ ମାନସିକ ବିକୃତ ସ୍ବାମୀଙ୍କ ସହ ଗ୍ରାମବାସୀଙ୍କର କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିପାଇଁ ଗ୍ରାମ କମିଟି ତାଙ୍କୁ ୧୫ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଦେଇ ନ ପାରିବାରୁ ଗତ ଜୁଲାଇ ମାସରୁ ସାବିତ୍ରୀଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା। କେବଳ ସେତିକି ନୁହେଁ, ସାବିତ୍ରୀଙ୍କ ସହ କଥା ହୋଇଥିବାରୁ ତାଙ୍କ ଭାଇ ଏନ୍‌.ଅସନ୍ତା ରେଡ୍ଡୀଙ୍କ ପରିବାରକୁ ମଧ୍ୟ ସାମାଜିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବାସନ୍ଦ ଯୋଗୁ ଏହି ୨ ପରିବାରକୁ ଗାଁ ଦୋକାନରୁ ସଉଦା ମିଳୁ ନ ଥିଲା କି ପିଲାମାନଙ୍କୁ ସ୍କୁଲରେ ପଢ଼ିବାକୁ ଦିଆଯାଉନଥିଲା। ସାବିତ୍ରୀ ଓ ତାଙ୍କ ଭାଇ ମୂଲ ଲାଗି ଚଳୁଥିବା ବେଳେ ସାବିତ୍ରୀ ଛତ୍ରପୁରର ବାସନାପଲ୍ଲୀରେ ଭଉଣୀ ଘରେ ରହୁଥିଲେ। ତାଙ୍କ ପୁଅ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିଲା। ଏହି କଟକଣା ସେମାନଙ୍କ ଜୀବନ ଦୁର୍ବିସହ କରିଦେଇଥିଲା। ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ମଧ୍ୟ କୌଣସି ସୁଫଳ ନ ମିଳିବାରୁ, ସାବିତ୍ରୀ ଓକିଲଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଗତ ଅକ୍ଟୋବର ୬ରେ ପତ୍ର ଲେଖିଥିଲେ। ରାଷ୍ଟ୍ରପତିଙ୍କ ସଚିବାଳୟରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ରିପୋର୍ଟ ମଗାଯାଇଥିଲା। ଏହାପରେ ସୋମବାର ଛତ୍ରପୁର ଉପ-ଜିଲାପାଳ ଶିବାଶିଷ ବରାଳ, ଏସଡିପିଓ ଚନ୍ଦନ ଘଡାଇ ଓ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀ, କମିଟି ଓ ପ୍ରଭାବିତ ପରିବାରଙ୍କୁ ଏକାଠି କରି ଆଲୋଚନା କରିଥିଲେ। ସମସ୍ତଙ୍କ ସହମତିରେ ବାସନ୍ଦ ଉଠାଯାଇଛି ଏବଂ ଆଗାମୀ ଦିନରେ ଏଭଳି ଘଟଣା ନ ଘଟିବାକୁ ଗ୍ରାମ କମିଟିକୁ ଚେତାବନୀ ଦିଆଯାଇଥିଲା। ଏହି ଘଟଣା ମାନବାଧିକାରର ଉଲ୍ଲଂଘନ ବୋଲି ଆକ୍ଷାୟିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦୀର୍ଘଦିନର ସମସ୍ୟାର ଅନ୍ତ ଘଟାଇଛି। ଏହି ସମାଧାନ ପରେ ସାବିତ୍ରୀ ରାଷ୍ଟ୍ରପତି ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ଭାଜପା ନେତାଙ୍କ ଘରେ ଲାଗିଲା ନିଆଁ: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୪।୧:ବରିଷ୍ଠ ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।...

ଯଦି ଟି-୨୦ ବିଶ୍ୱକପ ଖେଳିବାକୁ ମନା କରେ ବାଂଲାଦେଶ, ତା’ହେଲେ କି କାର୍ଯ୍ୟାନୁଷ୍ଠାନ ନେବ ICC? ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ ପୁଣିଥରେ ସ୍ପଷ୍ଟ...

ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେବା ପଡିଲା ମହଙ୍ଗା: ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ହାଇକୋର୍ଟ

ମୋହନା, ୧୪ା୧(ମନ୍ମଥ ମିଶ୍ର): ଗତ ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେଇ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବାରୁ ଏହାର ପ୍ରତିବାଦରେ ପ୍ରତିଦ୍ୱନ୍ଦ୍ୱୀ କୈଳାସି ମାଝୀ ୨୦୨୨ରେ...

ପରିଣାମ ଭୋଗିବ…ଏହି ଦେଶକୁ ଖୋଲା ଧମକ ଦେଲେ ଟ୍ରମ୍ପ, ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୧୪।୧: ଇରାନରେ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇରାନ ସରକାର ନିଜ...

ମକର ସଂକ୍ରାନ୍ତିରେ ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୧୪।୧: ପୁଣି ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳବାର ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି। ବଡୁ...

ଏହି ସ୍ଥାନକୁ ଗଲେ ହୁଏ ସନ୍ତାନପ୍ରାପ୍ତି : ମକର ସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ କୁଣ୍ଡରେ…

ଖୋର୍ଦ୍ଧା,୧୪।୧(ପ୍ରଭାତ ପାଣିଗ୍ରାହୀ): ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ...

ମକର ସଂକ୍ରାନ୍ତି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଢ଼ୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି,...

ଖୁସି ଖବର: ଭାରତ ଉପରୁ ଟାରିଫ୍‌ ହଟାଇବେ ଟ୍ରମ୍ପ! ମିଳିଲା ସିଗ୍‌ନାଲ୍‌

ଓ୍ବାଶିଂଟନ୍‌,୧୪।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁବିଓଙ୍କ ସହ ଫୋନରେ କଥା ହୋଇଛନ୍ତି। ଏକ ଇମେଲ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri