ନଭେମ୍ବରରେ ବଟେଶ୍ୱର ପୀଠରେ ବାଲିଯାତ୍ରା, ରାସ୍ତା ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲା ପରିଚାଳନା କମିଟି

ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଦକ୍ଷିଣ ଓଡିଶାର ବଟେଶ୍ୱର ପ୍ରସିଦ୍ଧ ଶୈବ ପୀଠ l ଝାଉଁ ବଣ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ବଙ୍ଗୋପସାଗର ସମୁଦ୍ର ବେଳାଭୂମି l ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୀଠକୁ ବର୍ଷ ସାରା ଭକ୍ତ ମାନଙ୍କ ଭିଡ଼ ଜମିଥାଏ l ଆସନ୍ତା କାର୍ତ୍ତିକ ମାସ ଏବଂ ନଭେମ୍ବରରେ ବାଲିଯାତ୍ରା ଅନୁଷ୍ଠିତ ହେବ l ଲକ୍ଷାଧିକ ଭକ୍ତଙ୍କ ସାମଗମ ହେବ l କିନ୍ତୁ ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତାର ଅସୁବିଧା ଯୋଗୁ ଲୋକମାନେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି l ଏନେଇ ବୁଧବାର ବଟେଶ୍ୱର ଐତିହ ସଂରକ୍ଷଣ କମିଟି ପକ୍ଷରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ଜିଲାପାଳଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ l ଏହି ସମସ୍ୟା ସମ୍ପର୍କରେ ଜିଲାପାଳ ଶୁଣିବା ପରେ ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗ ସହିତ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି ପରିଚାଳନା କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି ଜଲାପାଳ।

ପ୍ରକାଶଯୋଗ୍ୟ ହୁମା ନିକଟ ୧୬ ନଂ ଜାତୀୟ ରାଜପଥରୁ ବଟେଶ୍ୱର ମନ୍ଦିରକୁ ଗ୍ରାମ୍ୟ ଉନୟନ ବିଭାଗର ରାସ୍ତାଟି ରହିଛି l ବର୍ତ୍ତମାନ ହୁମାଠାରେ ଦୀର୍ଘଦିନ ହେଲା ନିର୍ମାଣାଧୀନ ଓଭର ବ୍ରିଜି ଯୋଗୁ ରାଜପଥଠାରୁ ମନ୍ଦିରର ପ୍ରବେଶ ପଥ ବନ୍ଦ ରହିଛି l

ଏହା ସହିତ ଆଗାମୀ କର୍ତ୍ତିକ ମାସରେ ସୋମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ଭିଡ଼ ହେବାକୁ ଥିବା ବେଳେ ରାସ୍ତାଟି ନିର୍ମାଣ ହେବା ଅତ୍ୟନ୍ତ ଜରୁରୀ ଅଟେ। ଜିଲାପାଳଙ୍କୁ ଭେଟିବା ବେଳେ ବଟେଶ୍ୱର ଐତିହ୍ୟ ସରକ୍ଷଣ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ସ୍ବାଇଁ, ଉପସଭାପତି ଶବର ତରାଇ, ସମ୍ପାଦକ ରଞ୍ଜିତ ପଲାଇ, କୋଷାଧ୍ୟକ୍ଷ ନିରାକାର ଜେନା ଓ ପବିତ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Share