ନଭେମ୍ବରରେ ବଟେଶ୍ୱର ପୀଠରେ ବାଲିଯାତ୍ରା, ରାସ୍ତା ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲା ପରିଚାଳନା କମିଟି

ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଦକ୍ଷିଣ ଓଡିଶାର ବଟେଶ୍ୱର ପ୍ରସିଦ୍ଧ ଶୈବ ପୀଠ l ଝାଉଁ ବଣ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ବଙ୍ଗୋପସାଗର ସମୁଦ୍ର ବେଳାଭୂମି l ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୀଠକୁ ବର୍ଷ ସାରା ଭକ୍ତ ମାନଙ୍କ ଭିଡ଼ ଜମିଥାଏ l ଆସନ୍ତା କାର୍ତ୍ତିକ ମାସ ଏବଂ ନଭେମ୍ବରରେ ବାଲିଯାତ୍ରା ଅନୁଷ୍ଠିତ ହେବ l ଲକ୍ଷାଧିକ ଭକ୍ତଙ୍କ ସାମଗମ ହେବ l କିନ୍ତୁ ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତାର ଅସୁବିଧା ଯୋଗୁ ଲୋକମାନେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି l ଏନେଇ ବୁଧବାର ବଟେଶ୍ୱର ଐତିହ ସଂରକ୍ଷଣ କମିଟି ପକ୍ଷରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ଜିଲାପାଳଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ l ଏହି ସମସ୍ୟା ସମ୍ପର୍କରେ ଜିଲାପାଳ ଶୁଣିବା ପରେ ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗ ସହିତ କଥା ହୋଇ ସମସ୍ୟାର ସମାଧାନ କରିବେ ବୋଲି ପରିଚାଳନା କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି ଜଲାପାଳ।

ପ୍ରକାଶଯୋଗ୍ୟ ହୁମା ନିକଟ ୧୬ ନଂ ଜାତୀୟ ରାଜପଥରୁ ବଟେଶ୍ୱର ମନ୍ଦିରକୁ ଗ୍ରାମ୍ୟ ଉନୟନ ବିଭାଗର ରାସ୍ତାଟି ରହିଛି l ବର୍ତ୍ତମାନ ହୁମାଠାରେ ଦୀର୍ଘଦିନ ହେଲା ନିର୍ମାଣାଧୀନ ଓଭର ବ୍ରିଜି ଯୋଗୁ ରାଜପଥଠାରୁ ମନ୍ଦିରର ପ୍ରବେଶ ପଥ ବନ୍ଦ ରହିଛି l

ଏହା ସହିତ ଆଗାମୀ କର୍ତ୍ତିକ ମାସରେ ସୋମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ସମୟରେ ହଜାର ହଜାର ଭକ୍ତଙ୍କ ଭିଡ଼ ହେବାକୁ ଥିବା ବେଳେ ରାସ୍ତାଟି ନିର୍ମାଣ ହେବା ଅତ୍ୟନ୍ତ ଜରୁରୀ ଅଟେ। ଜିଲାପାଳଙ୍କୁ ଭେଟିବା ବେଳେ ବଟେଶ୍ୱର ଐତିହ୍ୟ ସରକ୍ଷଣ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ସ୍ବାଇଁ, ଉପସଭାପତି ଶବର ତରାଇ, ସମ୍ପାଦକ ରଞ୍ଜିତ ପଲାଇ, କୋଷାଧ୍ୟକ୍ଷ ନିରାକାର ଜେନା ଓ ପବିତ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri