ଶିଶୁଙ୍କୁ ମିଳିଲା ପୋକ ସାଲୁବାଲୁ ଛତୁଆ

ଆଳି,୧୩।୭(ଡି.ଏନ.ଏ.): ରାଜ୍ୟ ସରକାର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ ଯୋଗାଇ ଦେଉଛନ୍ତି। ଏହି ଛତୁଆ ପ୍ରସ୍ତୁତି ନିମନ୍ତେ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ଅନେକ ସମୟରେ ନିମ୍ନମାନର ଛତୁଆ ବଣ୍ଟନଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ହେରଫେର ହେଉଥିବା ଅଭିଯୋଗ ହେଉଛି। ମାତ୍ର ଏହି ଯୋଜନାରେ କେତେ ଦୁର୍ନୀତି ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଟାଳ ପଞ୍ଚାୟତରେ। ପଞ୍ଚାୟତର ଗୋପୀନାଥପୁର ଅଙ୍ଗନଓ୍ବାଡି ସେଣ୍ଟର ଅଧୀନରେ ଥିବା ୧୮ଜଣ ଶିଶୁଙ୍କ ପରିବାରକୁ ଚଳିତ ମାସରେ ନିମ୍ନମାନର ଛତୁଆ ମିଳିଛି। ଛତୁଆରେ ପୋକ ସାଲୁବାଲୁ ହେଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ଏହି ଛତୁଆ ପ୍ୟାକେଟରେ ତାରିଖ ଓ ମାସ ସ୍ଥାନରେ କିଛି ଉଲ୍ଲେଖ ନ ଥିବା ବେଳେ ମସିହା ସ୍ଥାନରେ କେବଳ ୨୦ ଲେଖା ରହିଛି। ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ବେଲାରୀର ମା’ ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ୟାକେଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଛତୁଆ ପ୍ରସ୍ତୁତ ହେବାର ୧ ମାସ ମଧ୍ୟରେ ଏହାକୁ ଖାଇବା କଥା। ମାତ୍ର ପ୍ରସ୍ତୁତି କେବେ ହୋଇଛି ତାହାର କିଛି ସୂଚନା ନାହ, ଯାହାକି ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ଏହା ନିଶ୍ଚିତ ଭାବେ ପୁରୁଣା ଷ୍ଟକ। ପ୍ରତିମାସରେ ଛତୁଆ ପ୍ରସ୍ତୁତ କରିବାର ନିୟମ ଥିଲେ ସୁଦ୍ଧା ଏହା ନ କରି ପୁରୁଣା ଛତୁଆକୁ ସ୍ବୟଂ ସହାୟକ ଗୋଷ୍ଠୀ ଶିଶୁମାନଙ୍କୁ ଯୋଗାଇ ଦେଉଛନ୍ତି। ଶିଶୁମାନଙ୍କୁ ମିଳୁଥିବା ଛତୁଆ ଯଦି ଏତେ ନିମ୍ନମାନର, ତେବେ ପ୍ରସୂତି ମହିଳାଙ୍କୁ ମିଳୁଥିବା ଛତୁଆ, ଲଡୁ କେତେ ସ୍ବାସ୍ଥ୍ୟ ଉପଯୁକ୍ତ ତାହା ସହଜେ ଅନୁମେୟ। ଏ ନେଇ ଅଙ୍ଗନଓ୍ବାଡି ସହାୟିକାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଛତୁଆ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସେଣ୍ଟରକୁ ଯାହା ଯୋଗାଇ ଦିଆଯାଉଛି ସେ ଲୋକଙ୍କୁ ତାହା ଦେଉଛନ୍ତି। ଏ ବିଷୟରେ ସେ ଅବଗତ ନାହାନ୍ତି। ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ନେଇ ସିଡିପିଓ କଳ୍ପନା ଧଳଙ୍କୁ ପଚାରିବାରୁ ତାଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ନି। ଘଟଣାର ନିଶ୍ଚିତ ଭାବେ ତଦନ୍ତ କରିବେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri