ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଏବେ ଏକ ଅଜବ ନୀତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ବିଦ୍ୟାଳୟରେ। ସକାଳ ୮ ଟାରୁ ଆସି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର, ଶ୍ରେଣୀଗୃହ ସମେତ ବାରଣ୍ଡା ଆଦିରେ ଝାଡୁ ମାରିବା ସହ ସଫେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଦିନେ କି ଦୁଇଦିନ ନୁହଁ ପ୍ରତିଦିନ ଛାତ୍ରୀଛାତ୍ରଙ୍କୁ ଏପରି କରିବାକୁ ବର୍ଷବର୍ଷ ଧରି ନିୟମ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଭଲରେ ପାଠ ପଢ଼ାଇବା ତ ଦୂରର କଥା ସେମାନଙ୍କୁ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି ସହକାରୀ ଶିକ୍ଷକ ପର୍ଯ୍ୟନ୍ତ ନିୟମ କରିଛନ୍ତି। ଯେଉଁ ଛାତ୍ରୀଛାତ୍ରଙ୍କ ବିଦ୍ୟାଳୟ ପରିସର ସଫେଇ କରିବାକୁ ନିୟମ କରାଯାଇଛି, ସେମାନେ ସେହିଦିନ ସକାଳ ୮ଟାରେ ପହଞ୍ଚିବାକୁ ବାଧ୍ୟ। ୮ଟାରେ ପହଞ୍ଚି ବିଦ୍ୟାଳୟ ଝାଡୁମାରିବା ସହ ଅଳିଆ ବୋହି ନେଇ ବାହାରେ ପକାଇବେ ପିଲା। ଏଠି ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଳୟ ପରିଦର୍ଶନରେ କେହି ଅଧିକାରୀମାନେ ଯାଉଛନ୍ତି କି ନାହିଁ। ବିଇଓ କାହିଁକି ବିଦ୍ୟାଳୟ ପରିଦର୍ଶନରେ ସେଠାକୁ ଯାଉନାହାନ୍ତି ଏବଂ କୁନିକୁନି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ବଦଳରେ କାହିଁକି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ପାଳିକରି ଦିଆଯାଉଛି। ଏମିତି ପ୍ରଶ୍ନ କରିଛନ୍ତି ଅଭିଭାବକ।
ଗୁରୁବାର ତୃତୀୟ ଶ୍ରେଣୀର ଛାତ୍ର ଋଷି ଦିଗାଲ ଝାଡୁ କରୁଥିଲେ। ତାଙ୍କୁ ପଚାରିବାରୁ ସେ ତାଙ୍କ ଶିକ୍ଷକ କମଳାକାନ୍ତ ମହାରଣା ଆଜ୍ଞା ଝାଡୁ କରିବାକୁ କହିଛନ୍ତି। ଗୁରୁବାର ମୋର ପାଳି ବୋଲି କୋମଳମୋତି ଛାତ୍ର ଜଣଙ୍କ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ବିଦ୍ୟାଳୟ ଛୁଟି ବ୍ୟତୀତ ସବୁଦିନ ପାଳି କରି ଝାଡୁ କରୁଛୁ ବୋଲି କହିଛନ୍ତି। ଏନେଇ ସହକାରୀ ଶିକ୍ଷକ କମଳାକାନ୍ତ ମହାରଣାଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, ମୁଁ ୨ ବର୍ଷ ହେଲା ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପାଇଛି। ଏହା ପୂର୍ବରୁ ମୋ’ଠାରୁ ସିନିୟର ଥିବା ପ୍ରଧାନଶିକ୍ଷକଙ୍କ ସମେତ ତିନିଜଣ ଶିକ୍ଷକ ରହିଛନ୍ତି ସେମାନେ ପିଲାଙ୍କୁ ପାଳି କରି ନିର୍ଦ୍ଦେଶ ଦେଇଥାଇପାରନ୍ତି ବୋଲି ସେ କହିଛନ୍ତି। ଏନେଇ ପ୍ରତିଦିନ ବିଦ୍ୟାଳୟ ମନିଟରିଂ କରୁଥିବା ସିଆରସିସି ବନ୍ଧୁରାଜ ଉଠାଣସିଂଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଜାଣି ନ ଥିଲେ। ଯଦି ଜାଣିଥାନ୍ତେ ତେବେ ଏଭଳି କରିବାକୁ ବାରଣ କରିଥାନ୍ତି ବୋଲି ସେ କହିଛନ୍ତି। ଦାରିଙ୍ଗବାଡ଼ି ବିଇଓ ଦାୟିତ୍ୱ ରେ ଥିବା ରାଇକିଆ ବିଇଓ ହାଡ଼ିବନ୍ଧୁ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ତେବେ ଯୋଗାଯୋଗ ହୋଇପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।
ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୬୩ ଜଣ ଛାତ୍ରୀଛାତ୍ର ଶିକ୍ଷାପ୍ରାପ୍ତ କରୁଥିବା ବେଳେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ମୋଟ୍‌ ଶିକ୍ଷକ ଶିକ୍ଷାଦାନ ପାଇଁ ୫ ଜଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର...

ଲୋକଙ୍କ ସ୍ବାର୍ଥରେ ବିଧାନସଭାରେ ୨ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୦।୩ (ଗିରିଧାରୀ ପରିଛା):ବିଧାନସଭା ବର୍ତ୍ତମାନ ଚାଲିଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଲୋକଙ୍କ ସ୍ବାର୍ଥରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri