ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….

ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟେ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ବାର୍ତ୍ତାଳାପ କରୁଛନ୍ତି। ବିଳମ୍ବିତ ରାତିରେ ଏଭଳି ଅଶ୍ଳୀଳ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ସମ୍ପୃକ୍ତ ପୋଲିସବାବୁ। ଘଟଣାକୁ ଚପାଇ ଦେବାକୁ ଭରପୂର ପ୍ରୟାସ କରୁଛନ୍ତି। ଏହି ଘଟଣା ସମଗ୍ର ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଭାଇରାଲ୍‌ ଅଡିଓ ସମ୍ପର୍କରେ ସମ୍ପୃକ୍ତ ପୋଲିସ ବାବୁଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ସେ ଏହାକୁ ଅସ୍ବୀକାର କରିବା ସହ ପ୍ରସଙ୍ଗ ଏଡ଼ାଇ ଦେବାକୁ ଚେଷ୍ଟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଭଦ୍ରେଶ୍ୱର ଅଞ୍ଚଳର ଜଣେ ବିବାହିତା ମହିଳା ନିଜର ବିବାଦୀୟ ଘଟଣାର ସମାଧାନ ନିମନ୍ତେ ଭଦ୍ରେଶ୍ୱର ଥାନାକୁ ଯାଇଥିଲେ। ମହିଳାଙ୍କ ସମସ୍ୟାର ସମାଧାନ ଓ ତାଙ୍କ ସରଳତାର ସୁଯୋଗ ନେଇ ପୋଲିସବାବୁ ଜଣଙ୍କ ମହିଳାଙ୍କୁ ନିଜର ପ୍ରେମ ଫାଶରେ ପକାଇବାକୁ ସକ୍ଷମ ହୋଇଥିଲେ। ଧୀରେ ଧୀରେ ପୋଲିସ ବାବୁ ଓ ମହିଳାଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଅତି ନିବିଡ ଓ ମଧୁର ହୋଇଯାଇଥିଲା। ଫଳରେ ସମ୍ପୃକ୍ତ ମହିଳା ଜଣକ ଥାନାକୁ ବାରମ୍ବାର ଯିବା ଆସିବା କରୁଥିଲେ। ବିଳମ୍ବିତ ରାତ୍ରି ଯାଏ ମୋବାଇଲରେ ପୋଲିସବାବୁ ମହିଳାଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ କରୁଥିବା ଭାଇରାଲ ଅଡ଼ିଓରୁ ଜଣାପଡୁଛି। ଏପରି କି ବାର୍ତ୍ତାଳାପର ଅଡିଓ ସହ ଏକ ସେଲ୍‌ଫି ଫଟୋ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରେମାଳାପ ଅଡିଓଟି ଅଶ୍ଳୀଳ ଭାଷାର ସବୁ ସୀମା ଟପିଯାଇଛି। ଏଭଳି ଭାଷା ଜଣେ ବିବାହିତା ମହିଳାଙ୍କ ସହ ଜଣେ କର୍ତ୍ତବ୍ୟରତ, ଦାୟିତ୍ୱ ସମ୍ପନ୍ନ ପୋଲିସବାବୁ କଥା ହୋଇପାରନ୍ତି ତାହା କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ପୋଲିସବାବୁ ଓ ମହିଳାଙ୍କ ମଧ୍ୟରେ ଏପରି ଗୁପ୍ତ ପ୍ରଣୟର ବାର୍ତ୍ତାଳାପକୁ କିଏ କେଉଁ ଉଦ୍ଦେଶ୍ୟରଖି ଭାଇରାଲ କଲା ସେନେଇ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଥାନାବାବୁ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଯାଇ ନିଜେ ଫସିଯାଇଛନ୍ତି। ତେବେ ଘଟଣା ସମ୍ପର୍କରେ ଥାନାବାବୁଙ୍କୁ ପଚାରିବାରେ ଭାଇରାଲ ହେଉଥିବା ଅଡିଓଟି ତାଙ୍କର ନୁହଁ ବୋଲି କହିଛନ୍ତି। ଅପରପକ୍ଷେ ଘଟଣାକୁ ନେଇ ମାହାଙ୍ଗା ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯିବା ସହ ଭାଇରାଲ ଅଡିଓର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏହି ବାର୍ତ୍ତାଳାପର ସ୍ବର ଫୋରେନସିକ୍‌ ଲାବୋରେଟୋରି ଦ୍ୱାରା ଯାଞ୍ଚ କରାଇଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି କୁହାଯାଇଛି। ଏହି ଅଭିଯୋଗକୁ ଭଦ୍ରେଶ୍ୱର ଥାନା ଅଧିକାରୀ କାବୁଲି ବାରିକ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri