ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ

ଭୁବନେଶ୍ୱର,୯ା୯(ବ୍ୟୁରୋ): ଗୁରୁବାର ମୌସୁମୀ ଅଧିବେଶନର ଶେଷଦିନ। ତଥାପି ସ୍ବାଭାବିକ ଭାବେ ଚାଲିପାରୁନି ଗୃହକାର୍ଯ୍ୟ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋ-ହଲ୍ଲା କରିଥିଲେ ବିରୋଧୀ। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଭାଜପା ଏବଂ କଂଗ୍ରେସର ହଟ୍ଟଗୋଳ ଯୋଗୁ ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ସାଢ଼େ ୧୧ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏକା ପ୍ରସଙ୍ଗକୁ ଦୋହରାଇଥିଲେ ବିରୋଧୀ। ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Share