ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ

ବାଲୁଗାଁ,୩।୧୧(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ଚିଲିକାକୁ ୧୫ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଆସିଛନ୍ତି। ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ୬୨୪୩ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଚିଲିକାରେ ଶୀତ ଦିନେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୩୧ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି। ସେଥିମଧ୍ୟରୁ ୟୁରାସିଆନ୍‌ ୱିଜିଅନ୍‌ ୨୬୪୩, ଗଡଓ୍ବାଲ ୨୪୫୮, ନର୍ଦନ୍‌ ପିଣ୍ଟେଲ୍‌ ୧୫୩୨, ସୋଭଲର ୧୧୦୦, କମନକୁଟ୍‌ ୯୪୫, ବ୍ରାହ୍ମିଣ ସେଲଡକ୍‌ ୫୦ରୁ ଊର୍ଦ୍ଧ୍ୱ ଏବଂ ଚିଲିକାକୁ ଶୋଭାବର୍ଦ୍ଧନ କରୁଥିବା ଆକର୍ଷଣୀୟ ଗ୍ରେଟର ଫ୍ଲେମିଙ୍ଗୋ ୨୦(ଏରା ପକ୍ଷୀ) ଆଦି ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି। ବର୍ତ୍ତମାନ ସୁଦ୍ଧା ବିଦେଶାଗତ ଓ ସ୍ଥାନୀୟ ମୋଟ୍‌ ୫୮ପ୍ରଜାତିର ୩୪ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଛି। ଅନ୍ୟପକ୍ଷରେ ପକ୍ଷୀଙ୍କ ସୁରକ୍ଷା ପାଇଁ ୧୯ଟି କ୍ୟାମ୍ପ ଓ ଦୁଇଟି ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି। ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୦ଟି କ୍ୟାମ୍ପ, ନଳବଣରେ ୪, ସାତପଡ଼ାରେ ୨, ରମ୍ଭା ୨ ଓ ଚିଲିକାରେ ଗୋଟିଏ କ୍ୟାମ୍ପ କରାଯାଇଛି। ଗୋଟିଏ ସ୍କ୍ବାଡ୍‌ ନଳବଣ ଅଞ୍ଚଳରେ ଏବଂ ଅନ୍ୟଟି ବାଲୁଗାଁଠାରୁ ଟାଙ୍ଗୀ ମଧ୍ୟରେ ଥିବା ବିଭିନ୍ନ ଢାବା ଓ ହୋଟେଲରେ ଚଢ଼ାଉ ପାଇଁ ନିୟୋଜିତ କରାଯାଇଛି। ପ୍ରତ୍ୟେକ କ୍ୟାମ୍ପ୍‌ରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏ ସଦସ୍ୟ ସାମିଲ୍‌ ହୋଇଛନ୍ତି। ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଏସିଏଫ୍‌ ଶରତ କୁମାର ମିଶ୍ର କହିଛନ୍ତି। ସୂଚନାଥାଉ କି, ଗତବର୍ଷ ସମଗ୍ର ଚିଲିକାରେ ୧୧ଲକ୍ଷ ୪୦ହଜାର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ଚଳିତବର୍ଷ ପାଗ ଅନୁକୂଳ ରହିଲେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପକ୍ଷୀ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri