ନିଲାମ ହେଲା ଅର୍ପଣ ଚାଉଳ, ଏତେ କୋଟି ଟଙ୍କାରେ ହେଲା ବିକ୍ରି…

ଭୁବନେଶ୍ୱର,୪।୧୦: ନିଲାମ ହେଲା ଅର୍ପଣ ଚାଉଳ। ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ। ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଲେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଆଜି ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା। ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହେଲା।

ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହା ‘ବି’ କାଟେଗୋରିରେ ଆସୁଥିବା ମାନ ଯାଞ୍ଚକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆବାସିକ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। କାରଣ ଅଧିକ ଦିନ ରହିଲେ ଚାଉଳର ମାନରେ ପ୍ରଭାବ ପଡ଼ିବ। ତେଣୁ ଆବଶ୍ୟକ ପ୍ରକ୍ରିୟା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ ଅର୍ପଣ ରଥ ସାରା ରାଜ୍ୟରେ ବୁଲି ଭକ୍ତଙ୍କ ଠାରୁ ଚାଉଳ, ଗୁଆ, ଟଙ୍କା ଆଦି ଦାନ ସୂତ୍ରରେ ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ସମୟରେ ସଂଗୃହୀତ ଅର୍ପଣ ଚାଉଳକୁ ନେଇ ବିବାଦ ଦେଖାଦେଇଥିଲା। ଶେଷରେ ସରକାର ଏବଂ ସୁଆର ମହାସୁଆର ନିଯୋଗର ନିଷ୍ପତ୍ତି ଅନୁଯାୟୀ ଉକ୍ତ ଚାଉଳରେ କାନିକା ଓ ଖେଚୁଡି ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯାଇଥିଲା। ତେବେ ର୍ନିବାଚନ ପରେ ସରକାର ପରିବର୍ତ୍ତନ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେହି କାନିକା, ଖେଚୁଡ଼ି ବଣ୍ଟନ ବନ୍ଦ କରିଦିଆଯାଇଥିଲା। ଫଳରେ ବଳକା ରହିଥିବା ଚାଉଳ ସେହିପରି ପଡ଼ିରହି ନଷ୍ଟ ହେଉଥିଲା। ବିଭିନ୍ନ ମହଲରେ ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଚାଉଳକୁ ମିଲ୍କୁ ପଠାଯାଇଥିଲା। ତେବେ ବାକି ରହିଥିବା ଚାଉଳକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସୋମବାର ଜିଲାପାଳ କହିଛନ୍ତି, ଯେଉଁ ଚାଉଳ ବଳକା ରହିଯାଇଛି ତାହା ମହାପ୍ରସାଦ ହେବା ଯୋଗ୍ୟ ନୁହେଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଅନୁମୋଦନ ନିମନ୍ତେ ପ୍ରଦାନ କରାଯାଇଥିଲା। ସରକାର ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଅନୁମୋଦନ ଦେଇଛନ୍ତି। ସରକାରଙ୍କ ଅନୁମୋଦନ ଆସିବା ପରେ ରବିବାର ଏକ ବୈଠକ ହୋଇଥିଲା। ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଥିଲା। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହାକୁ କୌଣସି ଅନୁଷ୍ଠାନକୁ ପ୍ରଦାନ କରାଯିବ ନାହିଁ। ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ। ଟେଣ୍ଡର ମାଧ୍ୟମରେ ଚାଉଳ ବିକ୍ରି କରାଯିବ। ଖୁବ୍ଶୀଘ୍ର ମିଲର୍‌ କିମ୍ବା ବ୍ୟକ୍ତିବିଶେଷ ଟେଣ୍ଡର ଯୋଗେ କିଣିବା ସହ ସ୍ପଟ ଭିଜିଟ ମଧ୍ୟ କରିପାରିବେ ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ସରକାର ଯେତିକି ଚାଉଳ ଦେଇଥିଲେ, ସେଥିରୁ ପ୍ରାୟ ୪ହଜାର କୁଇଣ୍ଟାଲ ଚାଉଳରେ କାନିକା ଓ ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟାଯାଇଛି। ଯାହା କିଛି ରହିଯାଇଥିଲା, ତାହାକୁ ପ୍ରୋସେସିଂ ନିମନ୍ତେ ମିଲକୁ ପଠାଯାଇଥିଲା। ସେଗୁଡିକ ଭଲ ରହିଛି। ପ୍ରଶାସନ ଯଦି ନିର୍ଦ୍ଦେଶ ଦେବ ସେଥିରୁ କାନିକା, ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟାଯିବ। ତେବେ ଯେଉଁ ସମୟରେ ଭକ୍ତଙ୍କୁ ବଣ୍ଟାଯାଉଥିଲା, ସେ ସମୟରେ ଯଦି ବନ୍ଦ କରାଯାଇ ନ ଥାନ୍ତା ତେବେ ଚାଉଳରେ କାନିକା ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯାଇପାରିଥାନ୍ତା। ଭକ୍ତଙ୍କୁ ମହାପ୍ରସାଦ ବଣ୍ଟାଯିବା ନେଇ ବ୍ୟବସ୍ଥା କରିବେ ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନ ଚାହିଁଲେ ପୁଣିଥରେ ତାହା ବଣ୍ଟା ଯାଇପାରିବ ବୋଲି ମହାସୁଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?