୨୮ରୁ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଆସନ୍ତା ୨୮ରୁ ରାଜ୍ୟରେ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବ। ଏନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗୀୟ ସଚିବ ସମସ୍ତ ଜିଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। ଅଙ୍ଗନଓ୍ବାଡ଼ି ଖୋଲିବା ନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି।ସକାଳ ସାଢ଼େ ୭ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ରହିବ। ଶିଶୁମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁଠି କେନ୍ଦ୍ର ବନ୍ଦ ରହିବ ସେଠାରେ ପିଲାମାନଙ୍କୁ ଘରେ ରାଶନ ପ୍ରଦାନ କରାଯିବ।

କରୋନା ପାଇଁ ଗତ ବର୍ଷ ଏପ୍ରିଲ ୧୯ରୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାଜ୍ୟ ସରକାର ବନ୍ଦ କରିଥିଲେ । ଏହି ସମୟରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାଶନ ଏବଂ ଅଣ୍ଡା ଘରେ ଦିଆଯାଉଥିଲା ।