ଅଧା ରାସ୍ତାରେ ଅଚଳ ହେଲା ଆମ୍ବୁଲାନ୍ସ, ଦୁଇ ଘଣ୍ଟା ଧରି ପଡ଼ିରହିଲେ ରୋଗୀ

ମୋରଡ଼ା,୬ା୮(ସ୍ମାରକ ମାଜୀ): ଲୋକଙ୍କୁ ଯଥାଶୀଘ୍ର ଉନ୍ନତସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଚିତ୍ରଡ଼ାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୋଟିଏ ୧୦୮ ଆମ୍ବୁଲାନ୍ସ ଅଧା ରାସ୍ତାରେ ଖରାପ ହେବା ଏବଂ ରୋଗୀକୁ ନେବା ପାଇଁ ଆସିଥିବା ଅନ୍ୟ ଏକ ଆମ୍ବୁଲାନ୍ସ ମଧ୍ୟ ଖରାପ ହୋଇ ଦୀର୍ଘ ଦୁଇ ଘଣ୍ଟା ଅଧା ରାସ୍ତାରେ ରୋଗୀ ଅଟକିଯିବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି।

ଘଟଣା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଓଡି-୦୨-ବିଏନ୍‌-୫୩୫୯ ନମ୍ବର ବିଶିଷ୍ଟ ଏକ ଆମ୍ବୁଲାନ୍ସ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଡାକ୍ତରଖାନାରୁ ରାଜେନ ବିନ୍ଧାଣୀ ନାମକ ଜଣେ ରୋଗୀଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଉଥିବା ବେଳେ ଚିତ୍ରଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଉକ୍ତ ଗାଡ଼ିର ଟାୟାର ଫାଟି ଯିବାରୁ ଗାଡ଼ି ଅଟକି ରହିଥିଲା।
ତେବେ ଗାଡ଼ିରେ ଥିବା ଫାର୍ମାସିଷ୍ଟ ଶୁଭମ ମହାନ୍ତି ଏବଂ ଡ୍ରାଇଭର ହିରୋଦ କୁମାର ବାରିକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଅନ୍ୟ ଏକ ଆମ୍ବୁଲାନ୍ସ (ଓଡି-୦୨-ବିଏଚ-୮୭୩୭) ଉକ୍ତ ରୋଗୀଙ୍କୁ ନେବା ପାଇଁ ଆସିଥିଲା କିନ୍ତୁ ଉକ୍ତ ଗାଡ଼ି ମଧ୍ୟ ଖରାପ ହୋଇଗଲା l ଉକ୍ତ ଗାଡିକୁ ମରାମତି ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିବା ପରେ ଗାଡ଼ି ଠିକ୍‌ ହୋଇ ରୋଗୀଙ୍କୁ ପିଆର୍‌ଏମ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ନେଇଥିଲା।

ତେବେ ଏନେଇ ଫାର୍ମାସିଷ୍ଟ ଶୁଭମ୍‌ ମହାନ୍ତି କୁହନ୍ତି, ଆମ୍ବୁଲାନ୍ସର ଚକ ଖରାପ ଥିବାର ସେ ମେଣ୍ଟେନାନ୍ସ ବିଭାଗକୁ ଜଣାଇଥିଲେ ଏବଂ ନୂଆ ଟାୟାର ଆସିବା ପର୍ଯ୍ୟନ୍ତ ଗାଡ଼ି ଏମିତି ଚାଲୁଥାଉ ବୋଲି ତାଙ୍କୁ କୁହାଯାଇଛି। ତେବେ ଏପରି ଅବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri