ଆଧିପତ୍ୟ ଯୁଗ ଶେଷ

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରୁ ଅନେକେ ଏହି ତୃତୀୟ ଶାସନ ପାଳିରେ ମନ୍ଥରତା ଏବଂ ଲକ୍ଷ୍ୟହୀନତାକୁ ଅନୁଭବ କରୁଛନ୍ତି। ଫେବୃଆରୀରେ ସଂସଦର ନୂତନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଭାଜପାର ତୃତୀୟ କାର୍ଯ୍ୟକାଳର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ପରବର୍ତ୍ତୀ ୧୦୦୦ ବର୍ଷକୁ ପ୍ରଭାବିତ କରିବ। ନିର୍ବାଚନ ପ୍ରଚାର ସମୟରେ ଏକ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଥିଲେ, ୪ ଜୁନ୍‌ ପରେ ପ୍ରଥମ ୧୨୫ ଦିନରେ ଫଳାଫଳ ସ୍ପଷ୍ଟ ହେବ। ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଛି ବୋଲି ସେ କହିଥିଲେ ଏବଂ ପରବର୍ତ୍ତୀ ୨୫ଦିନର କାର୍ଯ୍ୟସୂଚୀକୁ ସେ ଯୁବକମାନଙ୍କ ପାଇଁ ବ୍ୟବହାର କରିବେ। ଏଥିରୁ କୌଣସିଟି ହେବ ନାହିଁ। ନିର୍ବାଚନ ଫଳାଫଳ ଘୋଷଣା ଦିନଠାରୁ ୭ ଅକ୍ଟୋବରକୁ ୧୨୫ ଦିନ ହେବ। ହେଲେ ଏବେ ‘କିଛି ଘଟୁନାହିଁ’। ଏହାର ବଡ଼ କାରଣ ହେଉଛି ଭାଜପାର ବହୁମତ ନ ଥିବାରୁ ୨୦୧୪ରୁ ୨୦୨୪ ମଧ୍ୟରେ ଦଳ ପାର୍ଲାମେଣ୍ଟରେ ଯାହା କରିପାରୁଥିଲା ତାହା ଆଉ କରିପାରିବ ନାହିଁ। ମିଳିତ ସଂସଦୀୟ କମିଟିକୁ ପଠାଯାଇଥିବା ୱକଫ ବିଲ୍‌ କ୍ଷେତ୍ରରେ ଆମେ ଏହା ଦେଖିଛୁ। ବିଗତ ଏକ ଦଶନ୍ଧିରେ ପାର୍ଲାମେଣ୍ଟରେ ଏକ ଦୁର୍ବଳ ବିରୋଧୀ ଦଳ ଥିବାରୁ ସରକାର ବିଲ୍‌ଗୁଡ଼ିକୁ ଏକ କମିଟିକୁ ପଠାଇ ଯାଞ୍ଚ କରିବାକୁ ଅନୁମତି ଦେଇନାହାନ୍ତି। ମୋଦିଙ୍କ ଶାସନ କାଳର ପ୍ରଥମ ଦଶନ୍ଧିରେ ଆଇନଗୁଡ଼ିକରେ ବାସ୍ତବତାକୁ ବିଚାରକୁ ନ ନେଇ ଏକ କଠୋର ପ୍ରକ୍ରିୟା ମାଧ୍ୟମରେ ଆଇନ ପ୍ରଣୟନ କରାଯାଇଛି। ଦେଖିବାକୁ ଗଲେ ୧୪ତମ ଲୋକ ସଭା (୨୦୦୪-୦୯)ରେ ୬୦ ପ୍ରତିଶତ ବିଲ୍‌ ଯାଞ୍ଚ ପାଇଁ କମିଟି ନିକଟକୁ ପଠାଯାଇଥିଲା। ପରବର୍ତ୍ତୀ ଲୋକ ସଭା (୨୦୦୯-୧୪)ରେ ଏହି ସଂଖ୍ୟା ୭୧ ପ୍ରତିଶତ ଥିଲା। ହେଲେ ମୋଦିଙ୍କ ପ୍ରଥମ ପାଳିରେ ଏହା ୨୫ ପ୍ରତିଶତକୁ ଖସି ଆସିଥିଲା। ୨୦୧୪ରେ ପ୍ରଥମ ବିଜୟ ପରେ ଯାଞ୍ଚ ଏବଂ ପରୀକ୍ଷା ସକାଶେ ବିଭାଗ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକୁ ବିଲ୍‌ ପଠାଇବା ପାଇଁ ଆବଶ୍ୟକ ସଂସଦୀୟ ଅଧିବେଶନକୁ ଏହା ଜାଣିଶୁଣି ରଦ୍ଦ କରିଥିଲା। ଏପରି କି ଯେଉଁ ଆଇନଗୁଡ଼ିକ ପାସ୍‌ ହେବା ପୂର୍ବରୁ ଯାଞ୍ଚ କରାଯାଇଥିଲା ସେସବୁ ମୋଦିଙ୍କ ଦ୍ୱିତୀୟ ବିଜୟ ପରେ ଶେଷ ହୋଇଗଲା। ବିରୋଧୀ ଦଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତେଲୁଗୁ ଦେଶମ୍‌ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କ୍ସବାଦୀ)ର ୧୭ ଜଣ ସାଂସଦ ବିନା ସମୀକ୍ଷାରେ ତରବରିଆ ଭାବେ ବିଲ୍‌ ପାସ୍‌ ପ୍ରକ୍ରିୟାକୁ ନେଇ ସରକାରଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଜନସାଧାରଣଙ୍କ ପରାମର୍ଶ ନେବା ଲାଗି ନିର୍ଦ୍ଦିଷ୍ଟ ବିଷୟରେ ଜଡ଼ିତ ଥିବା ଗୋଷ୍ଠୀଗୁଡ଼ିକୁ ଏବଂ ବ୍ୟକ୍ତିବିଶେଷଙ୍କୁ ସମ୍ଭାବ୍ୟ ଆଇନ ଉପରେ ମତ ରଖିବା ଲାଗି ଆମନ୍ତ୍ରଣ କରିବା ଧାରା ବନ୍ଦ ହୋଇଗଲା। ସେମାନେ ଲେଖିଥିଲେ, ଜନତାଙ୍କ ପରାମର୍ଶ ନେବା କାର୍ଯ୍ୟ ବହୁ ପୂର୍ବରୁ ରହିଥିଲା; ଯେଉଁଥିରେ ସଂସଦୀୟ କମିଟି ବିଲ୍‌ ଯାଞ୍ଚ କରନ୍ତି, ସୁଚିନ୍ତିତ ଭାବରେ କାର୍ଯ୍ୟ କରନ୍ତି ଏବଂ ଆଇନର ବିଷୟବସ୍ତୁ ତଥା ଗୁଣବତ୍ତା ବିକାଶ ଦିଗରେ କାର୍ଯ୍ୟ କରନ୍ତି। ମୋଦିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା ଏବଂ ୨୦୨୦ରେ ଗୋଟିଏ ବି ବିଲ୍‌ ଯାଞ୍ଚ ପାଇଁ କମିଟି ନିକଟକୁ ପଠାଯାଇ ନ ଥିଲା। ସେହିବର୍ଷ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ସରକାର ୧୧ଟି ଅଧ୍ୟାଦେଶ ଆଣିଥିଲେ, ଯେଉଁଥିରେ ଆୟକର ଆଇନରେ ସଂଶୋଧନ କରାଯାଇଥିଲା ଏବଂ ପିଏମ୍‌ କେୟାର୍ସ ପାଣ୍ଠିରେ ଦିଆଯାଇଥିବା ଦାନକୁ ୧୦୦ ପ୍ରତିଶତ ଟିକସ ଛାଡ଼ କରିଦିଆଯାଇଥିଲା। ବିନା ଯାଞ୍ଚରେ ଆଇନ ପାସ୍‌ କରାଯାଇଥିଲା। ଏପରି କି କମିଟିଗୁଡ଼ିକ ଥିଲେ ମଧ୍ୟ ସରକାର ସେମାନଙ୍କ କାର୍ଯ୍ୟରେ ବାଧା ଦେଇଥିଲେ। ମହାମାରୀ ପରେ ଷ୍ଟାଣ୍ଡିଂ କମିଟିଗୁଡ଼ିକୁ ଭର୍ଚୁଆଲ ବୈଠକ କରିବାକୁ ଅନୁମତି ଦିଆଯାଇ ନ ଥିଲା। ବିରୋଧୀ ଦଳର ସାଂସଦମାନେ ଅଭିଯୋଗ କଲେ ମଧ୍ୟ ଭାଜପା ବିବାଦୀୟ ଟ୍ରିପଲ ତଲାକ ଏବଂ ଆର୍‌ଟିଆଇ (ବିରୋଧୀ ଦଳ ସଂସଦ ଛାଡ଼ି ଚାଲି ଆସିଲା ପରେ ଉଭୟ ପାରିତ ହୋଇଛି) ଏବଂ ବ୍ୟକ୍ତିଙ୍କୁ ଉଗ୍ରବାଦୀ ଭାବେ ନାମିତ କରୁଥିବା ୟୁଏପିଏରେ ସଂଶୋଧନ କରିଥିଲା। ସେହିଭଳି କୃଷି ଆଇନ, କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ ବିଲ୍‌ ଏବଂ ନାଗରିକତ୍ୱକୁ ସଂଶୋଧନ ବିଲ୍‌କୁ ନିଷ୍ପକ୍ଷ ବିଚାର ପାଇଁ ସଂସଦର କୌଣସି କମିଟିକୁ ପଠାଯାଇ ନ ଥିଲା। ସମସ୍ତେ ପରେ ଅସୁବିଧା ସୃଷ୍ଟି କରିବେ।
ବୈଧାନିକ ଯାଞ୍ଚକୁ ଏଡ଼ାଇଯିବା କାହିଁକି ଏକ ସମସ୍ୟା ବୋଲି ପିଆର୍‌ଏସ୍‌ ଲେଜିସ୍‌ଲେଟିଭ ରିସର୍ଚ୍ଚର ଚକ୍ଷୁ ରୟ ଲେଖିଛନ୍ତି। ସେ ଦର୍ଶାଇଛନ୍ତି ଯେ, ”କୃଷି ବିଲ୍‌ ଭଳି ରାଜନୈତିକ ବିବାଦୀୟ ବିଲ୍‌ଗୁଡ଼ିକ ଉପରେ ମତଭେଦ ଥିବାବେଳେ ତରବରିଆ ଭାବେ ସଂସଦରେ ପାସ୍‌ କଲେ ଅନିୟନ୍ତ୍ରିତ ସ୍ଥିତି ଉପୁଜେ। ଆଉ ଏକ ସମସ୍ୟା ହେଲା ସଂସଦୀୟ କମିଟି ବିଲ୍‌ ଯାଞ୍ଚ ନ କଲେ ଦେଶ ସମ୍ଭାବ୍ୟ ଅଧୁରା ଆଇନର ବୋଝ ମୁଣ୍ଡେଇବ।“ ତେଣୁ ଲୋକଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ନୁହେଁ ଓ ଆବଶ୍ୟକ ମଧ୍ୟ। ମୋଦି ପରାମର୍ଶ ବା ବିଚାର ବିମର୍ଶର ଏକ ପରମ୍ପରାକୁ ଓଲଟପାଲଟ କରିଦେଲେ, ଯାହାକୁ ଇଂରେଜମାନେ ଅନୁସରଣ କରିଥିଲେ। ୧୯୧୭ରେ ଯେତେବେଳେ ଜବରଦସ୍ତ ନୀଳ ଚାଷ ଉପରେ ଏକ ଆଇନ ପ୍ରସ୍ତୁତି ଆରମ୍ଭ ହେଲା ଏବଂ ବିହାର-ଓଡ଼ିଶା ବିଧାନସଭାରେ ଚମ୍ପାରନ କୃଷି ବିଲ୍‌ ଆଗତ ହେଲା, ସେତେବେଳେ ଅନେକ ସଦସ୍ୟ ଏହାକୁ ଯାଞ୍ଚ ଏବଂ ପରୀକ୍ଷା ପାଇଁ ଗୃହର ଚୟନ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ। ବ୍ରିଟିଶ ସରକାର ଏଥିରେ ରାଜି ହେଲେ ଏବଂ ଗାନ୍ଧୀଙ୍କୁ ଏହି ବିଲ୍‌ ସମୀକ୍ଷା କରିବାକୁ ଅନୁରୋଧ କରାଯାଇଥିଲା।
ବର୍ତ୍ତମାନ ପାର୍ଲାମେଣ୍ଟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଅଛି। ଭାଜପାର ସମ୍ପୂର୍ଣ୍ଣ ଆଧିପତ୍ୟ ବା ପ୍ରଭୁତ୍ୱର ଯୁଗ ଶେଷ ହୋଇଯାଇଛି। ପ୍ରଭାବୀ ଶୈଳୀରେ ଶାସନ କରିବାକୁ, ସଫଳତାର ସହ ଆଇନ କରିବାକୁ ମୋଦି ବିରୋଧୀଙ୍କ ସହଯୋଗ ନେବାକୁ ପଡ଼ିବ। ତାଙ୍କ ପୂର୍ବରୁ ଅନ୍ୟ ପ୍ରଧାନମନ୍ତ୍ରୀମାନେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସମସ୍ତଙ୍କୁ ଏକାଠି ନେଇ ଯେଭଳି କାର୍ଯ୍ୟ କରିଥିଲେ ମୋଦିଙ୍କୁ ସେଭଳି ନିଷ୍ପତ୍ତି ନେବାକୁ ପଡ଼ିବ। ସେ ଏହା ନ କଲେ ଏବଂ ବାସ୍ତବତାକୁ ଗ୍ରହଣ କରିବାର କୌଣସି ସଙ୍କେତ ନ ଦେଖାଇଲେ ଏହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ପୀଡ଼ାଦାୟକ ହୋଇଯିବ। ଏଭଳି ସ୍ଥିତିରେ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri