କାଟ୍ରିନା-ଭିକିଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ନେଇ ବଢୁଛି ଚର୍ଚ୍ଚା

ବଲିଉଡ ଷ୍ଟାର ଭୀକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଚାରିଆଡେ କେବଳ ବି-ଟାଉନର ଏହି ଷ୍ଟାର ଦମ୍ପତ୍ତିଙ୍କ ରୟାଲ ୱେଡିଂକୁ ନେଇ ଚାଲିଛି ଚର୍ଚ୍ଚା। ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ। ଆସନ୍ତା ୯ ତାରିଖ ଦିନ ରାଜସ୍ଥାନରେ ଉଭୟ ସାତ ଜନ୍ମର ସାଥୀ ହେବ। ତେବେ ଏହି ସମୟରେ କାଟ୍ରନା-ଭିକିଙ୍କ ବୟସକୁ ନେଇ ଚର୍ଚ୍ଚା ହେଉଛି। ଭିକିଙ୍କ ଜନ୍ମ ମେ’ ମାସ ୧୬ ତାରିଖ ୧୯୮୮ରେ ହୋଇଛି। ର୍ଥାତ୍‌ ଭିକି କୌଶଲଙ୍କ ବୟସ ୩୩ ବର୍ଷ । ସେହିଭଳି କାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ହୋଇଛି। ଅର୍ଥାତ କ୍ୟାଟ୍ରିନାଙ୍କ ବୟସ ୩୮ ବର୍ଷ । ଭିକିଙ୍କଠାରୁ କାଟ୍ରିନା ୫ବର୍ଷ ବଡ। ପୂର୍ବରୁ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ବୟସରେ ୧୦ ବର୍ଷ ସାନ ହଲିଉଡ ଅଭିନେତା ନିକ ଜୋନାସଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ଥିବା ଏହି ବୟସ ଅନ୍ତରକୁ ନେଇ ଚାରିଆଡେ ଆଲୋଚନା ହେଉଛି। ଏହି ଆଲୋଚନାରେ ମୁଣ୍ଡ ଖେଳାଇଛନ୍ତି ବଲିଉଡ କୁଇନ କଙ୍ଗନା ରାଣାୱତ।


ସେ ନିଜ ଇନ୍ଷ୍ଟାଗ୍ରାମରେ କ୍ୟାଟ୍ରିନା ଏବଂ ଭିକିଙ୍କ ବୟସ ପାର୍ଥକ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଏକ ଭଲ ନିଷ୍ପତ୍ତି, ଚଳିବ। ଆମେ ସଫଳ ଧନୀ ପୁରୁଷଙ୍କ ସହ କମ ବୟସ୍କା ଯୁବତୀଙ୍କ ବିବାହ କରିବାର ଅନେକ କାହାଣୀ ଶୁଣିଥିଲୁ। ମହିଳାମାନେ ନିଜ ସ୍ବାମୀଙ୍କ ଅପେକ୍ଷା ଅଧିକ ସଫଳ ହେବା ଏକ ବଡ ସଙ୍କଟ ଥିଲା। ଏକ ନିର୍ଦ୍ଦିଷ୍ଟ ବୟସ ପରେ ମହିଳାଙ୍କୁ ତାଙ୍କଠାରୁ ସାନ ପୁରୁଷକୁ ବିବାହ କରିବା ଅସମ୍ଭବ ଥିଲା। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଧନୀ ଏବଂ ସଫଳ ମହିଳାମାନଙ୍କୁ ଯୌନବାଦୀ ନିୟମ ଭାଙ୍ଗୁଥିବା ଦେଖି ଭଲ ଲାଗିଲା। ଲିଙ୍ଗଗତ ବୈଷମ୍ୟର ପୁନଃ ବ୍ୟାଖ୍ୟା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅଭିନନ୍ଦନ ବୋଲି ଲେଖିଛନ୍ତି କଙ୍ଗନା।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri