ଗୁହାରି ଶୁଣୁନି ପ୍ରଶାସନ,ଦୁର୍ଦ୍ଦଶାରେ ୬ ପ୍ରାଣୀ

ବୁଗୁଡ଼ା,୧୩ା୭(କାଳି ଚରଣ ଦାଶ) : ଦେଶରେ କେହି ବାସହୀନ ରହିବେ ନାହିଁ ଏବଂ ଭଙ୍ଗା ଦଦରା କୁଡ଼ିଆରେ ଯେପରି କେହି ଦୁର୍ବିଷହ ଜୀବନ ନ ବିତାଇବେ ସେଥିପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ଏହି ସରକାରୀ ଯୋଜନା ବାଟ ହୁଡ଼ି ଅବାଟରେ ଯାଉଥିବାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକର ବରଡ଼ିପଲ୍ଲୀ ଗ୍ରାମରେ। ସେହି ଗ୍ରାମର ଦିନ ମଜୁରିଆ ରାଜେନ୍ଦ୍ର ପାତ୍ର ସ୍ତ୍ରୀ ଓ ୪ ପିଲାଙ୍କୁ ନେଇ ପିପୁଲ୍ସ କଲେଜ ନିକଟସ୍ଥ ଏକ ଭଙ୍ଗା ଦଦରା ଚାଳ ଛପର କୁଡ଼ିଆରେ ଦୁର୍ବିଷହ ଜୀବନ ବିତାଉଛନ୍ତି। ରାଶନ କାର୍ଡରେ ୪ ପିଲାଙ୍କ ନାମ ଚଢ଼ି ନ ଥିବାରୁ କେବଳ ସ୍ବାମୀ ଓ ସ୍ତ୍ରୀଙ୍କୁ ୫ କେଜି ହିସାବରେ ମାସିକ ୧୦ କେଜି ଚାଉଳ ମିଳୁଛି। ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଜୁଟାଇବାକୁ ରାଜୁଙ୍କୁ ଦିନ ମଜୁରିଆ ଭାବେ ଖଟିବାକୁ ପଡୁଥିବା ବେଳେ ଛପର ଉଡ଼ା ଏବଂ କାଠବଲା ଠେସରେ ଥିବା ଝାଟିମାଟି କାନ୍ଥକୁ ସଜାଡ଼ିବାକୁ ସେ ସକ୍ଷମ ହୋଇପାରୁନାହାନ୍ତି। ତାଙ୍କର ଅବସ୍ଥା ଅସ୍ବଚ୍ଛଳ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସ୍ତ୍ରୀ ସୁକାନ୍ତି ଜେନା ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଆବେଦନକ୍ରମେ ପ୍ରଶାସନିକ ସର୍ଭେ ପରେ ଯୋଗ୍ୟ ହିତାଧିକାରୀ ତାଲିକାରେ ସୁକାନ୍ତିଙ୍କ ନାମ ରହିଥିଲେ ସୁଦ୍ଧା ଘର ମିଳିପାରୁନାହିଁ। ଗତ କାଳବୈଶାଖୀ ତାଣ୍ଡବ ପରଠାରୁ ବିପଜ୍ଜନକ ଅବସ୍ଥାରେ ରହିଥିବା ଭଙ୍ଗା ଦଦରା କୁଡ଼ିଆରେ ତାଙ୍କର ପରିବାର ମୁଣ୍ଡ ଗୁଞ୍ଜୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ଅନ୍ୟ ବାରଣ୍ଡାରେ ଆଶ୍ରୟ ନେବାକୁ ପଡୁଛି। ଗତ ମାସରେ ପରିବାର ଲୋକେ ଶୋଇଥିବା ବେଳେ ଷଷ୍ଠଶ୍ରେଣୀରେ ପଢୁଥିବା ଝିଅ ପୂର୍ଣ୍ଣିମା ସାପକାମୁଡ଼ାର ଶିକାର ହେବା ପରଠାରୁ ସମସ୍ତେ ସେହି ଭଙ୍ଗା କୁଡ଼ିଆରେ ଅସୁରକ୍ଷିତ ଭାବେ ଜୀବନ ବିତାଉଛନ୍ତି। ଜନ ପ୍ରତିନିଧିମାନେ ସୁକାନ୍ତିଙ୍କ କୁଡିଆକୁ ଯାଇ ତାଙ୍କ ପରିବାରର ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ସରକାର ଆବାସ ଖଣ୍ଡେ ଯୋଗାଇଦେବା ଉଚିତ ବୋଲି କହୁଥିଲେ ହେଁ କୌଣସି ପ୍ରକାର ସାହାଯ୍ୟ କରିପାରୁନାହାନ୍ତି। ପ୍ରଶାସନିକ ପକ୍ଷପାତିତା ଯୋଗୁ ଆବାସ ଯୋଜନା ବାଟବଣା ହୋଇ ଧନିକଙ୍କ ପାଖରେ ଆବାସ ପହଞ୍ଚୁଥିବା ବେଳେ ଗରିବକୁ ନିରାଶ ହେବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ନେଇ ବିଡିଓ ବାସୁଦେବ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri