ବେଆଇନ ଇଟାଭାଟିକୁ ପ୍ରଶାସନର ଲଗାମ ନାହିଁ

କୋରେଇ,୯ା୨(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଗଢ଼ିଉଠିଥିବା ବେଆଇନ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନର ଲଗାମ ନାହିଁ। କୋରେଇ ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ, ରଣପୁର, ମକୁନ୍ଦୁପୁର ଆଦି ପଞ୍ଚାୟତରେ ଚିମିନି ଇଟାଭାଟି ଥିବା ସହିତ ଅନେକ ଗ୍ରାମ ତଥା ରାସ୍ତା କଡ଼ରେ ଫ୍ଲାଏ ଆସ ଇଟା ଭାଟି ରହିଛି। ଏଥିରୁ ନିର୍ଗତ ଧୂଆଁ ଓ ଧୂଳି ଦ୍ୱାରା ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡୁଛି। ଏଥିରୁ ଅଧିକାଂଶ ଇଟାଭାଟି ସରକାରୀ, ଅନାବାଦୀ, ଗୋଚର ଓ ସର୍ବସାଧାରଣ ଜମିରେ ହୋଇଥିବାର ଅଭିଯୋଗ ହେଉଛି। ଇଟା ନିର୍ମାଣ ପାଇଁ ମାଟି ଓ ବାଲି ବୈତରଣୀ ନଦୀ ପଠାରୁ ସଂଗ୍ରହ କରାଯାଉଛି। ଫଳରେ ନଦୀ ପଠାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହାଦ୍ୱାରା ନଦୀ କୂଳବର୍ତ୍ତୀ ଗଁାଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଚିମିନି ଭାଟିରେ ଇଟା ପୋଡ଼ିବାକୁ କାଠ ବ୍ୟବହାର ହେଉଥିବାରୁ ଜଙ୍ଗଲ କ୍ଷୟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ତପ୍ତ ପରିବେଶ ସୃଷ୍ଟି ହେଉଛି। ମୃତ୍ତିକା କ୍ଷୟ ଓ ପ୍ରଦୂଷଣକୁ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ ଲଗାଇଛନ୍ତି । ଏଠାରେ ନିୟମ ଉଲଂଘନ କରାଯାଇ ମୂଳାପାଳ ପଞ୍ଚାୟତଠାରୁ ରଣପୁର ପଞ୍ଚାୟତ ପର୍ଯ୍ୟନ୍ତ ବୈତରଣୀ ନଦୀର ପାର୍ଶ୍ୱ ୨୦ କିମିରୁ ଊର୍ଦ୍ଧ୍ୱ ନଦୀବନ୍ଧ ରାସ୍ତାର ଉଭୟ କଡ଼ରେ ଅନେକ ବେଆଇନ ଇଟାଭାଟି ଗଢ଼ି ଉଠିଛି। ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାମ କରୁଛି। ହେଲେ ଏହି ଇଟାଭାଟି ମାଲିକଙ୍କ ପାଇଁ ପ୍ରଦୂଷଣ ବିଭାଗ ଆଖି ବୁଜିଦେଇଛି। ବ୍ୟାସନଗର ତହସିଲ ଓ କଳିଙ୍ଗନଗର ପ୍ରଦୂଷଣ ବିଭାଗର କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ ବ୍ୟବସାୟୀମାନେ ନିଜ କାମ ଆରାମରେ ଚଳାଇଛନ୍ତି। ତହସିଲ ପ୍ରଶାସନ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଅଭିଯୋଗ ହେଲେ କଁା ଭଁା ଚଢ଼ାଉ କରାଯାଇ କିଛି ଜରିମାନା ଆଦାୟ କରାଯାଉଛି। ଏନେଇ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ। ତେବେ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଇଟା ଭାଟି ପାଇଁ କୌଣସି ଅନୁମତି ଦିଆଯାଇ ନ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri