ଗାଁକୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ପ୍ରଶାସନ

ଫୁଲବାଣୀ ଅଫିସ, ୮।୧: କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବାହ୍ୟ ମଳମୁକ୍ତ ବିଷୟରେ ଅବଗତ କରାଇ ବୋର୍ଡ ମାରିଛନ୍ତି। ହେଲେ ପ୍ରକୃତ ସତ୍ୟ ଅଲଗା। ଗ୍ରାମକୁ ଯେଉଁଠି ସର୍ବନିମ୍ନ ସୁବିଧା ରାସ୍ତାଟିଏ ନାହିଁ, ସେଠି ବାହ୍ୟ ମଳମୁକ୍ତ ଗ୍ରାମ କି ବାର୍ତ୍ତା ବହନ କରୁଛି ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏଭଳି ଏକ ଗ୍ରାମ ହେଉଛି ଚକପାଦ ବ୍ଲକ ଚାହାଳୀ ପଞ୍ଚାୟତର ଆଦିବାସୀ ବହୁଳ ଅଣ୍ଡ୍ରିଗଡ ଗ୍ରାମ। ସରକାର ଆଦିବାସୀମାନଙ୍କ ବିକାଶ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅଣ୍ଡ୍ରିଗଡ଼ ଗ୍ରାମବାସୀଙ୍କ ସମସ୍ୟା ସୁଧୁରୁନି।
ଚାହାଳୀ ପଞ୍ଚାୟତର ୧୬ ନଂ. ୱାର୍ଡ ହେଉଛି ଅଣ୍ଡ୍ରିଗଡ ଗ୍ରାମ। ଦୁର୍ଗମ ଅଞ୍ଚଳ ବୋଲି ବିକାଶ ଏଠି ସାତ ସପନ ପାଲଟିଛି। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ସବୁ କ୍ଷେତ୍ରରେ ଅବହେଳିତ ଏହି ଗ୍ରାମ। ଗାଁରେ ୫୦ରୁ ଊର୍ଦ୍ଧ୍ୱ ଘରେ ୧୫୦ ଲୋକେ ରହୁଛନ୍ତି। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ରାସ୍ତା ନ ଥିବାରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି। ଗ୍ରାମର ପିଲାମାନେ ଉପର ଶ୍ରେଣୀରେ ପଢ଼ିବା ପାଇଁ ୧୦ କିମି ଦୂରରେ ଥିବା ବିଦ୍ୟାଳୟକୁ ପାହାଡିଆ ରାସ୍ତାରେ ଯାଇ ଥାନ୍ତି। ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେ ନାହିଁ। କୌଣସି ରୋଗୀ କିମ୍ବା ଆସନ୍ନ ପ୍ରସବା ଜଙ୍ଗଲ ରାସ୍ତାରେ ୧୦ କିମି ଦୂର ଜମ୍ବୁବଣିଆ ନିକଟକୁ ଆସିିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗାଲେରି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ଗ୍ରାମରେ ଗୋଟିଏ ହେଲେ ନଳକୂପ ନାହିଁ। କୂଅ ଏବଂ ଦୂଷିତ ଝରଣା ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ପଡ଼େ। ସରକାରୀ ଚାଊଳ ଆଣିବାକୁ ପାହାଡ ରାସ୍ତାରେ ୧୦ କିମି ଯିବାକୁ ପଡେ। ଗାଁରେ ବିଜୁଳି ମାସରେ ୨୦ ଦିନ ଲୁଚକାଳି ଖେଳେ। ଆବାସ ଯୋଜନାରେ ଘର ବି କରି ହେଉନାହିଁ। ଏସବୁ ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନ ଏବଂ ରାଜନେତାଙ୍କୁ ଅବଗତ କରି ଆସୁଥିଲେ ମଧ୍ୟ ସମସ୍ୟା ଅପରିବର୍ତ୍ତିତ ରହିଛି। ଆମକୁ ବିକାଶ ଦରକାର। ସର୍ବନିମ୍ନ ଆବଶ୍ୟକତା କହିଲେ ଆଗେ ରାସ୍ତା ଦରକାର ବୋଲି ଗ୍ରାମ ସଭାପତି ନରହରି ମଳିକ, କିଶୋର ଚନ୍ଦ୍ର ମଳିକ, ପଙ୍କଜ ମଳିକ, ନରୋତ୍ତମ ମଳିକ, ରାଜେନ୍ଦ୍ର ମଳିକ, ବୃନ୍ଦାବତୀ କହଁର, ଯୁଧିଷ୍ଠିର କହଁରଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri