ଗାଁକୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ପ୍ରଶାସନ

ଫୁଲବାଣୀ ଅଫିସ, ୮।୧: କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବାହ୍ୟ ମଳମୁକ୍ତ ବିଷୟରେ ଅବଗତ କରାଇ ବୋର୍ଡ ମାରିଛନ୍ତି। ହେଲେ ପ୍ରକୃତ ସତ୍ୟ ଅଲଗା। ଗ୍ରାମକୁ ଯେଉଁଠି ସର୍ବନିମ୍ନ ସୁବିଧା ରାସ୍ତାଟିଏ ନାହିଁ, ସେଠି ବାହ୍ୟ ମଳମୁକ୍ତ ଗ୍ରାମ କି ବାର୍ତ୍ତା ବହନ କରୁଛି ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏଭଳି ଏକ ଗ୍ରାମ ହେଉଛି ଚକପାଦ ବ୍ଲକ ଚାହାଳୀ ପଞ୍ଚାୟତର ଆଦିବାସୀ ବହୁଳ ଅଣ୍ଡ୍ରିଗଡ ଗ୍ରାମ। ସରକାର ଆଦିବାସୀମାନଙ୍କ ବିକାଶ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅଣ୍ଡ୍ରିଗଡ଼ ଗ୍ରାମବାସୀଙ୍କ ସମସ୍ୟା ସୁଧୁରୁନି।
ଚାହାଳୀ ପଞ୍ଚାୟତର ୧୬ ନଂ. ୱାର୍ଡ ହେଉଛି ଅଣ୍ଡ୍ରିଗଡ ଗ୍ରାମ। ଦୁର୍ଗମ ଅଞ୍ଚଳ ବୋଲି ବିକାଶ ଏଠି ସାତ ସପନ ପାଲଟିଛି। ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ସବୁ କ୍ଷେତ୍ରରେ ଅବହେଳିତ ଏହି ଗ୍ରାମ। ଗାଁରେ ୫୦ରୁ ଊର୍ଦ୍ଧ୍ୱ ଘରେ ୧୫୦ ଲୋକେ ରହୁଛନ୍ତି। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ରାସ୍ତା ନ ଥିବାରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି। ଗ୍ରାମର ପିଲାମାନେ ଉପର ଶ୍ରେଣୀରେ ପଢ଼ିବା ପାଇଁ ୧୦ କିମି ଦୂରରେ ଥିବା ବିଦ୍ୟାଳୟକୁ ପାହାଡିଆ ରାସ୍ତାରେ ଯାଇ ଥାନ୍ତି। ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେ ନାହିଁ। କୌଣସି ରୋଗୀ କିମ୍ବା ଆସନ୍ନ ପ୍ରସବା ଜଙ୍ଗଲ ରାସ୍ତାରେ ୧୦ କିମି ଦୂର ଜମ୍ବୁବଣିଆ ନିକଟକୁ ଆସିିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗାଲେରି ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ଗ୍ରାମରେ ଗୋଟିଏ ହେଲେ ନଳକୂପ ନାହିଁ। କୂଅ ଏବଂ ଦୂଷିତ ଝରଣା ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ପଡ଼େ। ସରକାରୀ ଚାଊଳ ଆଣିବାକୁ ପାହାଡ ରାସ୍ତାରେ ୧୦ କିମି ଯିବାକୁ ପଡେ। ଗାଁରେ ବିଜୁଳି ମାସରେ ୨୦ ଦିନ ଲୁଚକାଳି ଖେଳେ। ଆବାସ ଯୋଜନାରେ ଘର ବି କରି ହେଉନାହିଁ। ଏସବୁ ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନ ଏବଂ ରାଜନେତାଙ୍କୁ ଅବଗତ କରି ଆସୁଥିଲେ ମଧ୍ୟ ସମସ୍ୟା ଅପରିବର୍ତ୍ତିତ ରହିଛି। ଆମକୁ ବିକାଶ ଦରକାର। ସର୍ବନିମ୍ନ ଆବଶ୍ୟକତା କହିଲେ ଆଗେ ରାସ୍ତା ଦରକାର ବୋଲି ଗ୍ରାମ ସଭାପତି ନରହରି ମଳିକ, କିଶୋର ଚନ୍ଦ୍ର ମଳିକ, ପଙ୍କଜ ମଳିକ, ନରୋତ୍ତମ ମଳିକ, ରାଜେନ୍ଦ୍ର ମଳିକ, ବୃନ୍ଦାବତୀ କହଁର, ଯୁଧିଷ୍ଠିର କହଁରଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri