ରେଲ୍‌ଓ୍ବେର ପ୍ରକୃତ ଅପରେଟିଂ କଷ୍ଟ୍‌ ଦେଖାଯାଇନି:ସିଏଜି

 

ନୂଆଦିଲ୍ଲୀ: କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାରତୀୟ ରେଲ୍‌ଓ୍ବେର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ସିଏଜି କହିଛନ୍ତି ଯେ, ରେଲଓ୍ବେର ଅପରେଟିଂ କଷ୍ଟ ପରିଚାଳନା ମୂଲ୍ୟରେ ହେରଫେର ହୋଇଛି। ରେଲଓ୍ବେ ଲାଭରେ ଚାଲୁଥିବା ସରକାର ଦେଖାଇଛନ୍ତି। ଏହା ହୋଇ ନ ଥିବା ବେଳେ ସରକାର ପ୍ରକୃତ ସ୍ଥିତିକୁ ଦେଖାଇ ନ ଥିବା ରିପୋର୍ଟରେ କୁହାଯାଇଛି। ଆର୍ଥତ୍କ ସ୍ଥିତିକୁ ଉନ୍ନତ ଦେଖାଇବା ଲାଗି ଭବିଷ୍ୟତର ଆୟକୁ ନିଜ ଆକାଉଣ୍ଟରେ ରେଲଓ୍ବେ ଯୋଡିଥିବା କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୮-୧୯ରେ ରେଲଓ୍ବେର ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ ୯୭.୨୭% ଦେଖାଯାଇଛି। ମାତ୍ର ବଜେଟ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଏହାକୁ ୯୨.୮%ରେ ସୀମିତ ରଖିବାର ଥିଲା। ରେଲଓ୍ବେ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିଲାଗି ଠିକ୍‌ ତରିକା ଗ୍ରହଣ କରାଯାଇନାହିଁ। ଭବିଷ୍ୟତର ଆୟକୁ ଡାଟାରେ ସାମିଲ କରାଯାଇଛି। ଏନ୍‌ଟିପିସି ଏବଂ କନକରଠାରୁ ଭବିଷ୍ୟତରେ ମିଳିବାକୁ ଥିବା ୮୩୫୧ କୋଟି ଟଙ୍କାକୁ ରେଲଓ୍ବେ ନିଜର ମାଲ୍‌ ଭଡ଼ା ଖାତାରେ ଯୋଡିଛି। ଫଳରେ ରେଲଓ୍ବେକୁ ଅଧିକ ଆୟ ହୋଇଥିବା କୁହାଯାଏ। ଯଦି ଏଭଳି ହୋଇ ନ ଥାନ୍ତା ତେବେ ରେଲଓ୍ବେର ଅପରେଟିଂ ରେସିଓ ୨୦୧୮ରେ ୧୦୧.୭୭ ରହିଥାନ୍ତା। ସରଳ ଭାବେ କହିବାକୁ ଗଲେ ଏହି ସମୟରେ ରେଲଓ୍ବେ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୧୦୨ ଟଙ୍କା ଖର୍ଚ୍ଚ କରିଛି। ଏହି ତଥ୍ୟକୁ ଦେଖିଲେ, ରେଳପଥର ଆର୍ଥତ୍କ ସ୍ଥିତି ସମ୍ପର୍କରେ ଅନୁମାନ କରିହେବ।
ସିଏଜିଙ୍କ କହିବା ମୁତାବକ, ତଥ୍ୟକୁ ଭୁଲ୍‌ ଭାବେ ଦେଖାଇ ରେଲଓ୍ବେକୁ ୩୩୭୭ କୋଟି ଟଙ୍କା ଲାଭ ହୋଇଥିବା କୁହାଯାଇଛି। ପ୍ରକୃତ ପକ୍ଷେ ଏହି ଆର୍ଥତ୍କ ବର୍ଷରେ ରେଲଓ୍ବେର ଅଭିବୃଦ୍ଧି ନକାରାତ୍ମକ ରହିଥିଲା। ଯଦି ଆକଳନ ଠିକ୍‌ ଭାବେ ଦେଖାଯାଇଥାନ୍ତା ତେବେ କ୍ଷତି ୭୩୩୪ କୋଟି ରହିଥାନ୍ତା ବୋଲି କୁହାଯାଇଛି। ଏଲ୍‌ଆଇସିଠାରୁ ଏହା ୧.୫ ଲକ୍ଷ କୋଟି ଋଣ ନେବାର ଯୋଜନା ଧାର୍ଯ୍ୟ ହୋଇଥିବା ବେଳେ କେବଳ ୧୬,୫୦୦ କୋଟି ଋଣ ନେଇଛି। ସେହିଭଳି ପ୍ରକଳ୍ପ କାର୍ଯ୍ୟରେ ହେଉଥିବା ବିଳମ୍ବକୁ ନେଇ ସିଏଜି ଚିନ୍ତା ପ୍ରକଟ କରିଛନ୍ତି। ଏଥିଲାଗି ସିଏଜି ରେଳ ବୋର୍ଡକୁ ଭତ୍ସର୍ନା କରିଛନ୍ତି। ରିପୋର୍ଟ ମୁତାବକ ୩୯୫ ପ୍ରକଳ୍ପ ମଧ୍ୟରୁ ୨୬୮ ପ୍ରକଳ୍ପ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇ ନ ଥିଲା। କୋଇଲା ପରିବହନରୁ ରେଲଓ୍ବେକୁ ସବୁଠାରୁ ଅଧିକ ଆୟ ହୋଇଛି। ମୋଟ ମାଲ ପରିବହନ ଆୟର ଏହା ପ୍ରାୟ ଅଧା। କୋଇଲା ପରିବହନ ଉପରେ ରେଲଓ୍ବେ ବିଶେଷ ଭାବେ ନିର୍ଭରଶୀଳ ହୋଇଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ହେଲେ ଏହା ଆୟରେ ପ୍ରଭାବ ପକାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri