ରେଲ୍‌ଓ୍ବେର ପ୍ରକୃତ ଅପରେଟିଂ କଷ୍ଟ୍‌ ଦେଖାଯାଇନି:ସିଏଜି

 

ନୂଆଦିଲ୍ଲୀ: କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭାରତୀୟ ରେଲ୍‌ଓ୍ବେର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ପାର୍ଲାମେଣ୍ଟରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ସିଏଜି କହିଛନ୍ତି ଯେ, ରେଲଓ୍ବେର ଅପରେଟିଂ କଷ୍ଟ ପରିଚାଳନା ମୂଲ୍ୟରେ ହେରଫେର ହୋଇଛି। ରେଲଓ୍ବେ ଲାଭରେ ଚାଲୁଥିବା ସରକାର ଦେଖାଇଛନ୍ତି। ଏହା ହୋଇ ନ ଥିବା ବେଳେ ସରକାର ପ୍ରକୃତ ସ୍ଥିତିକୁ ଦେଖାଇ ନ ଥିବା ରିପୋର୍ଟରେ କୁହାଯାଇଛି। ଆର୍ଥତ୍କ ସ୍ଥିତିକୁ ଉନ୍ନତ ଦେଖାଇବା ଲାଗି ଭବିଷ୍ୟତର ଆୟକୁ ନିଜ ଆକାଉଣ୍ଟରେ ରେଲଓ୍ବେ ଯୋଡିଥିବା କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ୨୦୨୮-୧୯ରେ ରେଲଓ୍ବେର ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ ୯୭.୨୭% ଦେଖାଯାଇଛି। ମାତ୍ର ବଜେଟ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ଏହାକୁ ୯୨.୮%ରେ ସୀମିତ ରଖିବାର ଥିଲା। ରେଲଓ୍ବେ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିଲାଗି ଠିକ୍‌ ତରିକା ଗ୍ରହଣ କରାଯାଇନାହିଁ। ଭବିଷ୍ୟତର ଆୟକୁ ଡାଟାରେ ସାମିଲ କରାଯାଇଛି। ଏନ୍‌ଟିପିସି ଏବଂ କନକରଠାରୁ ଭବିଷ୍ୟତରେ ମିଳିବାକୁ ଥିବା ୮୩୫୧ କୋଟି ଟଙ୍କାକୁ ରେଲଓ୍ବେ ନିଜର ମାଲ୍‌ ଭଡ଼ା ଖାତାରେ ଯୋଡିଛି। ଫଳରେ ରେଲଓ୍ବେକୁ ଅଧିକ ଆୟ ହୋଇଥିବା କୁହାଯାଏ। ଯଦି ଏଭଳି ହୋଇ ନ ଥାନ୍ତା ତେବେ ରେଲଓ୍ବେର ଅପରେଟିଂ ରେସିଓ ୨୦୧୮ରେ ୧୦୧.୭୭ ରହିଥାନ୍ତା। ସରଳ ଭାବେ କହିବାକୁ ଗଲେ ଏହି ସମୟରେ ରେଲଓ୍ବେ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୧୦୨ ଟଙ୍କା ଖର୍ଚ୍ଚ କରିଛି। ଏହି ତଥ୍ୟକୁ ଦେଖିଲେ, ରେଳପଥର ଆର୍ଥତ୍କ ସ୍ଥିତି ସମ୍ପର୍କରେ ଅନୁମାନ କରିହେବ।
ସିଏଜିଙ୍କ କହିବା ମୁତାବକ, ତଥ୍ୟକୁ ଭୁଲ୍‌ ଭାବେ ଦେଖାଇ ରେଲଓ୍ବେକୁ ୩୩୭୭ କୋଟି ଟଙ୍କା ଲାଭ ହୋଇଥିବା କୁହାଯାଇଛି। ପ୍ରକୃତ ପକ୍ଷେ ଏହି ଆର୍ଥତ୍କ ବର୍ଷରେ ରେଲଓ୍ବେର ଅଭିବୃଦ୍ଧି ନକାରାତ୍ମକ ରହିଥିଲା। ଯଦି ଆକଳନ ଠିକ୍‌ ଭାବେ ଦେଖାଯାଇଥାନ୍ତା ତେବେ କ୍ଷତି ୭୩୩୪ କୋଟି ରହିଥାନ୍ତା ବୋଲି କୁହାଯାଇଛି। ଏଲ୍‌ଆଇସିଠାରୁ ଏହା ୧.୫ ଲକ୍ଷ କୋଟି ଋଣ ନେବାର ଯୋଜନା ଧାର୍ଯ୍ୟ ହୋଇଥିବା ବେଳେ କେବଳ ୧୬,୫୦୦ କୋଟି ଋଣ ନେଇଛି। ସେହିଭଳି ପ୍ରକଳ୍ପ କାର୍ଯ୍ୟରେ ହେଉଥିବା ବିଳମ୍ବକୁ ନେଇ ସିଏଜି ଚିନ୍ତା ପ୍ରକଟ କରିଛନ୍ତି। ଏଥିଲାଗି ସିଏଜି ରେଳ ବୋର୍ଡକୁ ଭତ୍ସର୍ନା କରିଛନ୍ତି। ରିପୋର୍ଟ ମୁତାବକ ୩୯୫ ପ୍ରକଳ୍ପ ମଧ୍ୟରୁ ୨୬୮ ପ୍ରକଳ୍ପ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇ ନ ଥିଲା। କୋଇଲା ପରିବହନରୁ ରେଲଓ୍ବେକୁ ସବୁଠାରୁ ଅଧିକ ଆୟ ହୋଇଛି। ମୋଟ ମାଲ ପରିବହନ ଆୟର ଏହା ପ୍ରାୟ ଅଧା। କୋଇଲା ପରିବହନ ଉପରେ ରେଲଓ୍ବେ ବିଶେଷ ଭାବେ ନିର୍ଭରଶୀଳ ହୋଇଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ହେଲେ ଏହା ଆୟରେ ପ୍ରଭାବ ପକାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri