ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ ଲୁଚିଥିବା ଦେଖିବାକୁ ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ ପାଣିଟାଙ୍କି ଉପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ କାବୁ କରି କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି କରିଛି। ପଟାସ ପାଣି ପିଆଇ ବିଷ ବାହାର କରିବାକୁ ଚେଷ୍ଟା କରାଯାଉଛି। ଚିକିତ୍ସା ପାଇଁ ସହଯୋଗ କରୁ ନାହିଁ ହତ୍ୟାକାରୀ ରମେଶ ଗରିଆ। ଉଚ୍ଚତର ଚିକିତ୍ସା ପାଇଁ ଛତାବର ସିଏଚସିକୁ ପଠାଯାଇଛି। ସୂଚନାଯୋଗ୍ୟ, ସ୍ତ୍ରୀ , ବୋହୂ ଏବଂ ନାତୁଣୀଙ୍କୁ ହତ୍ୟା ପରେ ରମେଶ ଗରିଆ ଫେରାର୍ ମାରିଥିଲେ।