ଚାକିରି କରାଇ ଦେବି କହି ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ତହସିଲ କିମ୍ବା ବ୍ଲକ କାର୍ଯ୍ୟାଳୟରେ ସରକାରୀ ଚାକିରି କରାଇ ଦେବି କହି ଜଣେ ମହିଳାଙ୍କ ନିକଟରୁ ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୯୦ ହଜାର ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ମହିଳା ଜଣକ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା କୌତୁକି ନଗର ୨ୟ ଲେନର ଚନ୍ଦନା ଚୌଧୁରୀ। ସେ ଏନେଇ ଦିଗପହଣ୍ଡି ଥାନାରେ ଗତ ଶନିବାର ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା କେସ୍‌ ନଂ ନଂ.୩୩/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ମହିଳାଙ୍କୁ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ସହ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନର ଦୀପ୍ତିରଞ୍ଜନ ମିଶ୍ରଙ୍କୁ ରବିବାର ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୪ ତାରିଖରେ ଅଭିଯୁକ୍ତ ମହିଳାଙ୍କ ନିକଟରେ ବିଶ୍ୱାସ ଜନ୍ମାଇ ଚାକିରି କରାଇଦେବି କହି ପ୍ରଥମେ ୧୯ ହଜାର ଟଙ୍କା ନଗଦ ନେଇଥିଲେ। ପରେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ନିକଟରୁ ଫୋନ୍‌ ପେ’ ମାଧ୍ୟମରେ ୨ ଲକ୍ଷ ୭୧ ହଜାର ନେଇଥିଲେ। ପରେ ମହିଳା ଜଣକ ଠକେଇର ଶିକାର ହୋଇଥିବା ଜାଣିବା ପରେ ଅଭିଯୁକ୍ତ ଦୀପ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଅଭିଯୁକ୍ତ ଜଣକ ଟଙ୍କା ଫେରସ୍ତ କରାଯିବ ନାହିଁ। ସେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ଏବଂ ତାଙ୍କ ଭାଇ ଜଣେ ପୋଲିସ କର୍ମଚାରୀ। ମୋର କିଏ କିଛି କରିପାରିବ ନାହିଁ। ଥାନାର ଦ୍ୱାରସ୍ଥ ହେଲେ ତୋତେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ନେଇ ମହିଳା ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ସୂର୍ଯ୍ୟ-ଗମ୍ଭୀରଙ୍କ ହଜିଲା ନିଦ…ଫାଇନାଲ ପୂର୍ୱରୁ ଟେନଶନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର କେବଳ ଏକ ମ୍ୟାଚ ନୁହେଁ, ବରଂ 2023 ର କ୍ଷତର ହିସାବ ହେବ! ନ୍ୟୁଜିଲାଣ୍ଡ ବିପକ୍ଷରେ T20 ବିଶ୍ୱକପ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri