Posted inଫୁରସତ

ନିଜକୁ ବିବାହକଲେ ୭୭ ବର୍ଷୀୟା

ୱାଶିଂଟନ: ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହର ସ୍ବପ୍ନ ଦେଖିଥାନ୍ତି। ସେଥିରେ ସେ ନିଜ ହିସାବରେ ବିବାହ କରିବାକୁ ଚାହିଁଥାନ୍ତି। ସେଥିପାଇଁ ଆଗରୁ ସବୁ ପ୍ଲାନ ମଧ୍ୟ କରନ୍ତି। ନିକଟରେ ଆମେରିକାର ଜଣେ ୭୭ ବର୍ଷୀୟା ଡୋରୋଥି ଡୋଟି ଫିଡେଲି ନିଜ ହିସାବରେ ବିବାହ କରି ଖୁସିବ୍ୟକ୍ତ କରିଛନ୍ତି। ଏଥିରେ ଏକ ଆଶ୍ଚର୍ଯ୍ୟକର କଥା ହେଉଛି, ୩ ସନ୍ତାନ ଥିବା ଡୋଟି ନିଜେ ନିଜକୁ ବିବାହ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ୧୯୬୫ରେ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ତାଙ୍କ ସ୍ବାମୀ କାମ ଅନ୍ବେଷଣରେ ବାହାରକୁ ପଳାଇଥିଲେ। ଏହାର ୯ ବର୍ଷ ପରେ ସେମାନଙ୍କ ଛାଡପତ୍ର ହୋଇଯାଇଥିଲା। ବିବାହ ସମୟରେ ସେ ଏକ କଳାରଙ୍ଗର ପୋଷାକ ପିନ୍ଧିଥିଲେ, ସେଥିପାଇଁ ତାଙ୍କର ବିବାହ ଜୀବନ ବରବାଦ ହୋଇଯାଇଥିଲା। ତା’ପରଠାରୁ ସେ ଦୀର୍ଘ ୪୦ ବର୍ଷ ହେବ ଏକା ରହୁଥିଲେ। ଏବେ ବହୁତ ଡେରି ହୋଇଯାଇଥିଲେ ମଧ୍ୟ ସେ ନିଜକୁ ଖୁସିରେ ରଖିବାକୁ ଚାହୁଁଥିବା କହିଛନ୍ତି। ଏପରି କି ନିଜେ ନିଜକୁ ବିବାହ କରିବା ଚିନ୍ତା ସର୍ବପ୍ରଥମେ ତାଙ୍କୁ ତାଙ୍କ ସାଙ୍ଗ ମାଧ୍ୟମରେ ମିଳିଥିଲା। ସେ ଏକ ଟିଭି ଶୋ’ରେ ଦେଖିଥିଲେ ଯେ ସେଥିରେ ଜଣେ ନିଜକୁ ବିବାହ କରିବା କଥା ତାଙ୍କ ସାଙ୍ଗକୁ କହୁଥିଲେ। ତା’ ପରେ ସେ ନିଜେ ନିଜକୁ ବିବାହ କରିବା କଥା ଚିନ୍ତା କଲେ। ଏହା ତାଙ୍କ ଝିଅ ଡୋନା ପେନିଂଟନ୍‌ଙ୍କୁ ବି ଭଲ ଲାଗିଲା। ଡୋଟିଙ୍କ ରୁମ୍‌କୁ ଡୋନା ସଜାଇଲେ। ତାଙ୍କ ମା’ଙ୍କ ପାଇଁ ଏକ ହାର୍ଟ ଆକାରର କେକ୍‌ ମଧ୍ୟ ପ୍ରସ୍ତୁତ କଲେ। ଧୁମ୍‌ଧାମରେ ବିବାହ ଉତ୍ସବ ପାଳନ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri