ବଜାରକୁ ଆସିଲା ୫ମ ପିଢ଼ି ‘ହୋଣ୍ଡା ସିଟି’; ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୭: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ହୋଣ୍ଡା ସିଟିର ପଞ୍ଚମ ପିଢ଼ିକୁ ଭାରତ ବଜାରରେ ଶୁଭାରମ୍ଭ କରାଯାଇଛି। ହୋଣ୍ଡା କାର୍‌ସ ଇଣ୍ଡିଆର ସିଇଓ ତଥା ସଭାପତି ଗାକୁ ନାକାନିସି ଏବଂ ସେଲ୍‌ସ ଓ ମାର୍କେଟିଂ ବିଭାଗ ବରିଷ୍ଠ ଉପସଭାପତି ତଥା ନିର୍ଦ୍ଦେଶକ ରାଜେଶ ଗୋଏଲ ଏହାକୁ ବଜାର ପ୍ରବେଶ କରାଇଥିଲେ। ମଧ୍ୟମ ବର୍ଗ ସେଡାନ ସେଗ୍‌ମେଣ୍ଟରେ ଗ୍ରାହକଙ୍କୁ ନୂତନ ଭାଲ୍ୟୁ ପ୍ରଦାନ ଦିଗରେ ନୂଆ ଯାନଟି ବିଶେଷ ସହାୟକ ହେବ ବୋଲି ସିଇଓ ନାକାନିସି କହିଛନ୍ତି। ନୂଆ ମଡେଲଟି ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହେବା ନେଇ ଆଶାବାଦୀ ବୋଲି ଗୋଏଲ କହିଛନ୍ତି। ଭୁବନେଶ୍ୱରସ୍ଥିତ ହାଇଓ୍ବେ ହୋଣ୍ଡା ଶୋ’ରୁମ୍‌ରେ ଆଦିତ୍ୟ ଗ୍ରୁପ୍‌ ଏମ୍‌ଡି ଆଦିତ୍ୟ ପାତ୍ର ଏବଂ ହାଇଓ୍ବେ ହୋଣ୍ଡା ସିଇଓ ରାଜୀବ ପଣ୍ଡା ନୂଆ ଯାନଟିକୁ ଶୁଭାରମ୍ଭ କରିଥିଲେ। ସେହିଭଳି ଯାନଟିକୁ ସ୍ଥାନୀୟ ସେଣ୍ଟ୍ରାଲ ହୋଣ୍ଡା ଶୋ’ରୁମରେ ଏହାର ଏମ୍‌ଡି. ବିଶାଲ ଧାଓ୍ବନ ଉନ୍ମୋଚନ କରିଥିଲେ।
ଗ୍ରାହକମାନେ ଏଥିରେ ଆଲେକ୍ସା କନେକ୍ଟିଭିଟି ସୁବିଧା ପାଇପାରିବେ। ଏହା ଦେଶର ପ୍ରଥମ କନେକ୍ଟେଟ କାର୍‌ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ହୋଣ୍ଡା କନେକ୍ଟ ସହ ଟେଲିମାଟିକ୍ସ କଣ୍ଟ୍ରୋଲ, ବିଏସ୍‌-୬ ଇଞ୍ଜିନ, ୧.୫ ଲିଟର କ୍ଷମତା ବିଶିଷ୍ଟ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ, ସମ୍ପୂର୍ଣ୍ଣ ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ, ଜି ସେପ୍‌ ଏଲ୍‌ଇଡି ଟ୍ରେଲ ଲ୍ୟାମ୍ପ ଏଥିରେ ରହିଛି। ସେହିଭଳି ୧୭.୭ ସେମି ଏଚ୍‌ଡି ଫୁଲ୍‌ କଲର ଟିଏଫ୍‌ଟି ମିଟର ଓ୍ବିଥ୍‌ ଜି ମିଟର, ଲେନ୍‌ ଓ୍ବାଚ୍‌ କ୍ୟାମେରା, ଭେଇକିଲ ଷ୍ଟାବିଲିଟି ଆସିଷ୍ଟ, ଏଜାଇଲ ହ୍ୟାଣ୍ଡଲିଂ ଆସିଷ୍ଟ, ୫ କଲର ବିକଳ୍ପକୁ ଗ୍ରାହକ ଚୟନ କରିପାରିବେ। ଯାନଟିର ପେଟ୍ରୋଲ ଭାରିଆଣ୍ଟକୁ ହୋଣ୍ଡା ଡିଲରଶିପଗୁଡ଼ିକରେ ଡେଲିଭରି ଆରମ୍ଭ କରାଯାଇଛି। ଡିଜେଲ ଭାରିଆଣ୍ଟର ଡେଲିଭରି ଅଗଷ୍ଟରୁ ଆରମ୍ଭ ହେବ। ଏହି ଯାନଟିକୁ ଗ୍ରାହକ ଡିଲରଶିପ ସମେତ କମ୍ପାନୀର ଅନଲାଇନ ପ୍ଲାଟଫର୍ମ ‘ହୋଣ୍ଡା ଫ୍ରମ ହୋମ’ରୁ ଗ୍ରାହକ ବୁକିଂ କରିବାକୁ ସକ୍ଷମ ହେବେ। ଯାନଟିକର ଏକ୍ସ ଶୋ’ରୁମ ବଜାର ଦର ୧୦.୮୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri