ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରାରମ୍ଭ

ପୁରୁଷୋତ୍ତମପୁର, ୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଲୋକପର୍ବ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ଶନିବାର ଆରମ୍ଭ ହୋଇଛି। ଏ ନେଇ ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଜିଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୁରୁଷୋତ୍ତମପୁର ସହରରେ ଥିବା ୩ଟିି ଦଣ୍ଡ ଯାତ୍ରା ଦଳ (ଧୋବା ପୁଞ୍ଜା, ବିପତ୍ତିହାରିଣୀ ତେଲୀ ପୁଞ୍ଜା ଓ ଗୌଡ ପୁଞ୍ଜା)ରେ ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭୁକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୨୧ ଦିନ କାଳ କଷାବସ୍ତ୍ରକୁ ପରିଧାନକରି ଶିବକାଳୀଙ୍କୁ ସଙ୍ଗରେ ଧରି ସମଗ୍ର ଜିଲାର ବିଭିନ୍ନ ଗ୍ରାମଗୁଡ଼ିକୁ ଖାଲି ପାଦରେ ଚାଲିଚାଲି ଯାଇ ମାନସିକଧାରୀ ବ୍ୟକ୍ତିଙ୍କ ଦାଣ୍ଡରେ କଠୋର ନୃତ୍ୟମାନ ପରିବେଷଣ କରିବେ। ଯାହାକି ମଧ୍ୟାହ୍ନରେ ଟାଣ ଖରାରେ ଧୂଳିଦଣ୍ଡ, ନଦୀ କିମ୍ବା ପୋଖରୀରେ ପାଣିଦଣ୍ଡ, ଅର୍ଦ୍ଧରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ କରିବେ। ଏହା ସହ ଭୁକ୍ତାମାନେ ଆମ୍ବପତ୍ରରେ ଦାନ୍ତ ଘଷିବେ, ଖୋଲା ଆକାଶ ତଳେ, ଖରାରେ ବର୍ଷାରେ ନିକାଞ୍ଚନ ସ୍ଥାନରେ ରହିବା ସହ ଦିନକୁ ଗୋଟିଏଥର ନିଃଶବ୍ଦ ରାତ୍ରରେ ଅକଟା, ଅବଟା, ଅଫୁଟା ଖାଦ୍ୟ ଖାଇବେ। ଏହା ଆସନ୍ତା ମେଷ ବା ପଣା ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ। ଧୋବାପୁଞ୍ଜାର ଅଧିକାରୀ ଭାବେ ଭାସ୍କର ବେହେରା, ବିପତ୍ତିହାରିଣୀ ତେଲିପୁଞ୍ଜାର ଅଧିକାରୀ ଭାବେ ତଥା ଗୌଡ ପୁଞ୍ଜାର ଅଧିକାରୀ ଭାବେ ବୀଣା ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେହିଭଳି ଆଛୁଲିଠାରେ ରହିଥିବା ବିପତ୍ତିତାରିଣୀ ଦଣ୍ଡଯାତ୍ରା ଦଳରେ ଅଧିକାରୀ ଭାବେ ମୋଚିରାମ ବେହେରା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri