Posted inଫୁରସତ

୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ

ଭୋପାଳ: ମଧ୍ୟପ୍ରଦେଶର ରତ୍‌ନାମ ନିବାସୀ ଲଳିତ ପାଟିଦାର (୧୮)ଙ୍କ ନାମ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ମୁହଁରେ ସବୁଠାରୁ ଅଧିକ କେଶ ଥିବା ବ୍ୟକ୍ତି ଭାବେ ଲଳିତ ଜିଡବ୍ଲ୍ୟୁଆର୍‌ର ଅଧିକାରୀ ହୋଇପାରିଛନ୍ତି। ସେ ଲମ୍ବା ସମୟ ଧରି ହାଇପର୍‌ଟ୍ରିଚୋସିସ୍‌ ନାମକ ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି।
ଏହି ରୋଗକୁ ଓ୍ବେର୍‌ଓଲ୍ଫ ସିଣ୍ଡ୍ରୋମ ମଧ୍ୟ କୁହାଯାଏ, ଯାହାଫଳରେ ମଣିଷଙ୍କ ଚେହେରାରେ ଅନ୍ୟ ଲୋକଙ୍କ ତୁଳନାରେ ଅସାମାନ୍ୟ ଭାବେ କେଶ ଉଠିଯାଇଥାଏ।
ସିଣ୍ଡ୍ରୋମ ରୋଗ ଏତେ ବିରଳ ଯେ, ସମଗ୍ର ବିଶ୍ୱରେ ଏହି ରୋଗର କେବଳ ୫୦ଟି ମାମଲା ପଞ୍ଜୀକୃତ ହୋଇଛି। ଜିଡବ୍ଲ୍ୟୁଆର୍‌ ଅନୁଯାୟୀ, ଲଳିତଙ୍କ ମୁହଁର ପ୍ରତି ବର୍ଗ ସେଣ୍ଟିମିଟର ସ୍ଥାନରେ ୨୦୧.୭୨ କେଶ ରହିଛି। ତାଙ୍କ ଚେହେରାର ୯୫% ଅଂଶ ସମ୍ପୂର୍ଣ୍ଣ ଭାବେ କେଶ ଦ୍ୱାରା ଆଚ୍ଛାଦିତ ହୋଇରହିଛି। ଲଳିତଙ୍କ ମୁହଁରେ ଅତ୍ୟଧିକ କେଶ ଯୋଗୁ ତାଙ୍କ ଚେହେରା ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯାଇଥାଏ। ଲଳିତଙ୍କ ମୁହଁରେ ଥିବା କେଶ ଏତେ ଘନ ଯେ ତାଙ୍କ ଆଖି ବ୍ୟତୀତ ଆଉ କିଛି ଦେଖାଯାଏନାହିଁ। ତାଙ୍କର ଗାଲ, ନାକ, କପାଳ, ପାଟି, ଓଠ ଆଦି କେଶ ଦ୍ୱାରା ଆଚ୍ଛାଦିତ ହୋଇରହିଥାଏ। ଲଳିତ କହିଛନ୍ତି, ଯେତେବେଳେ ତାଙ୍କୁ ତାଙ୍କ ସହପାଠୀମାନେ ପ୍ରଥମେ ଦେଖିଥିଲେ, ସେତେବେଳେ ସେମାନେ ଡରିଯାଇଥିଲେ। ତେବେ ପରେ ଯେତେବେଳେ ସେମାନେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କ ପ୍ରତି ସହପାଠୀମାନଙ୍କର ଧାରଣା ବଦଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ, ସମସ୍ତ କୁଳପତିଙ୍କୁ ଚିଠି ଲେଖି…

ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ…

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

Melody Toffee ପରେ ମେଲୋନିଙ୍କୁ ଆଉ ଏକ ବିଶେଷ ଉପହାର ଦେଲେ ମୋଦି

ରୋମ,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଗସ୍ତ କରି ଫେରିଛନ୍ତି। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେ ଯେଉଁ ଦେଶ ଗସ୍ତ କରିଥିଲେ ସେହି…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୬୦% କୁ ବୃଦ୍ଧି

ଲକ୍ଷ୍ନୌ,୨୧ା୫: ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ, ଯୋଗୀ ସରକାର ରାଜ୍ୟ କର୍ମଚାରୀମାନଙ୍କୁ ଏକ…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri