୧୧ରେ ଡ୍ରିମ୍‌ସର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୮।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକ ନିକଟସ୍ଥ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ୨୦୨୫ ଜାନୁୟାରୀ ୧୧ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ସହ ଅଧ୍ୟକ୍ଷ ଇଂ. ଦୁର୍ଗାପ୍ରସାଦ ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା (ସମନ୍ବୟ) ଚିନ୍ମୟୀ ରଥ, ବୋର୍ଡ ଅଫ୍‌ ଗଭର୍ନର ସଦସ୍ୟ ବିଧାୟକ ଛବି ମଲ୍ଲିକ, ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ, ପ୍ରଫେସର ଡା. ଶକ୍ତି ପ୍ରସାଦ ଦାସ, ଇଂ. ଡ. ପ୍ରଭାକର ସ୍ବାଇଁ, ପ୍ରଫେସର ଡ. ବିଜୟାନନ୍ଦ ସିଂ, ଇଂ. ଅଶୋକ କୁମାର ବାସାଙ୍କ ସମେତ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟ ଏବଂ ଏକାଡେମିକ୍‌ କାଉନ୍‌ସିଲର ସମସ୍ତ ସଦସ୍ୟ ମଧ୍ୟ ଯୋଗ ଦେବେ।
  ଏହି ଅବସରରେ ସମାଜ ଓ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗୀକୃତ ଜୀବନବ୍ୟାପୀ ସାଧନା ନିମନ୍ତେ ବିଶିଷ୍ଟ ଗାନ୍ଧିବାଦୀ ତଥା ସମାଜସେବୀ କୃଷ୍ଣା ମହାନ୍ତିଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ସମ୍ମାନସୂଚକ ଡକ୍ଟରେଟ୍‌’ ଉପାଧି ପ୍ରଦାନ କରାଯିବ। ଏଥିସହିତ ବିଭିନ୍ନ ବିଭାଗରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ଓ ସର୍ବୋଚ୍ଚ ନମ୍ବର ରଖିଥିବା ଶିକ୍ଷାର୍ଥୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ଯୋଗୁ ଡିସେମ୍ବର ୨୭ରେ ଅନୁଷ୍ଠିତ ହେବାକୁ ଥିବା ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସ୍ଥଗିତ ରହିଥିବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁଥୁଟ୍‌ ଫାଇନାନ୍ସ ଫ୍ରି ଲକର ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୧: ଦୀର୍ଘ ୧୨ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ‘ମହାକୁମ୍ଭ’ (ମହା କୁମ୍ଭ ପ୍ରୟାଗରାଜ-୨୦୨୫) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଥୁଟ୍‌ ଫାଇନାନ୍ସ ପକ୍ଷରୁ...

୩ୟ ତ୍ରୈମାସରେ ୬୩୯ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୨।୧(ଅଭୟ ଦାଶ): ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏପରିକି ୨୦୨୪ ଡିସେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଚଳିତ...

ବଜେଟ ପୂର୍ବବର୍ତ୍ତୀ ସମୟ ସୁନା କିଣିବାର ସୁବର୍ଣ୍ଣ ସୁଯୋଗ:ହଂସ

ଭୁବନେଶ୍ୱର,୨୨।୧: ଚଳିତ ବର୍ଷ ଫେବୃଆରୀରେ ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ସମୟର ସରକାର ସୁନା ଉପରେ ସୀମାଶୁଳ୍କ ବଢ଼ାଇପାରନ୍ତି। ଏପରିକି...

ଆର୍ଥିକ ଏକୀକରଣ ଉପରେ ଧ୍ୟାନଦେବା ଆବଶ୍ୟକ

ଭୁବନେଶ୍ୱର,୨୨ା୧(ଅନୁରାଧା ମହାରଣା): ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟରେ ଉପଭୋକ୍ତା ଚାହିଦା ଏବଂ ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତକରି ଆର୍ଥିକ ଏକୀକରଣ ଢାଞ୍ଚା ଉପରେ ଧ୍ୟାନଦେବା ଆବଶ୍ୟକ...

ପୁଞ୍ଜିବଜାରରେ ଟ୍ରମ୍ପ୍‌ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍‌ରେ...

ବଜାରରେ ଅଲ୍‌ ନ୍ୟୁ ହ୍ୟୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ୍‌

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଆଇଏଲ) ର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକଟ୍ରିକ ଭେହିକଲ (ଇଭି) ‘ଇ-କ୍ରେଟା’ର...

ବିଶ୍ୱସ୍ତରୀୟ ଇଭି ଉତ୍କର୍ଷ କେନ୍ଦ୍ର ହେବ ଭାରତ

ନୂଆଦିଲ୍ଲୀ,୨୧।୧: ବର୍ତ୍ତମାନର ପରିବେଶ ଓ ବଜାର ଚାହିଦାକୁ ଆଖିଆଗରେ ରଖି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ) ମଧ୍ୟ ଇଲେକ୍‌ଟ୍ରିକ୍‌ ଭେଇକଲ ବା ଇଭି ଉତ୍ପାଦନରେ ମନୋନିବେଶ...

ଅଂଶୀଦାରମାନଙ୍କ ସହ ଆଲୋଚନା କଲେ କିଶନ ରେଡ୍ଡୀ

ଭୁବନେଶ୍ୱର,୨୧।୧: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ଏପରିକି ଭୁବନେଶ୍ୱରସ୍ଥିତ ନାଲ୍‌କୋ ଭବନଠାରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri