Inside pictures of Puri Jagannath Temple go viral again
ପୁରୀ ଅଫିସ,୭।୨: ନ୍ୟାଶନାଲ୍ ମନୁମେଣ୍ଟ ଆକ୍ଟ(ଏନ୍ଏମ୍ଏ) ଅନୁସାରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସଂକ୍ରାନ୍ତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତିଆରି କରାଯାଇଛି। ଶ୍ରୀମନ୍ଦିରକୁ ଲାଗି ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ନିଷିଦ୍ଧାଞ୍ଚଳଠାରୁ ୨ଶହ ମିଟର ପରିଧିକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ନିଷିଦ୍ଧାଞ୍ଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବା ନେଇ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିବା ବେଳେ ନିୟନ୍ତ୍ରିତ ଅଞ୍ଚଳରେ ଯେକୌଣସି ପ୍ରକାର ନିର୍ମାଣ ପୂର୍ବରୁ ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କର ଅନୁମତି ବାଧ୍ୟତାମୂଳକ ବୋଲି ବାଇ-ଲରେ ଉଲ୍ଲେଖ ରହିଛି। ଏପରିକି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କରାଯିବାକୁ ଥିବା ଘରର ଉଚ୍ଚତା ୯ ମିଟର ମଧ୍ୟରେ ସୀମିତ ରଖିବା ନେଇ ଏଥିରେ କୁହାଯାଇଛି। ପ୍ରସ୍ତାବିତ ବାଇ-ଲକୁ ନେଇ କୌଣସି ପ୍ରକାର ଅଭିଯୋଗ କିମ୍ବା ମତାମତ ଦାଖଲ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଆସନ୍ତା ୧୮ ତାରିଖ ମଧ୍ୟରେ ଏସଂକ୍ରାନ୍ତ ଅଭିଯୋଗ ଦାଖଲ କରାଯାଇପାରିବ।