ଭିଜିଲାନ୍ସ ଜାଲରେ ବାଲିଅନ୍ତା ଥାନା ASI

ଭୁବନେଶ୍ୱର, ୧୩। ୧୧(ତ୍ରିନାଥ ମହାନ୍ତି): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ASI ସୋମନାଥ ପଲେଇ। ଏକ ପାରିବାରିକ ବିବାଦର ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ASI ସୋମନାଥ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ଭିଜିଲାନ୍ସର ଏକ ଟିମ୍‌ ସୋମନାଥଙ୍କୁ ପଚରାଚଉରା କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share