ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ ପରିବାର କୋର୍ଟରେ ଦାୟର ହୋଇଥିବା ଛାଡପତ୍ର ଆବେଦନରେ ବ୍ୟଭିଚାର, ମାନସିକ ନିଷ୍ଠୁରତା ଏବଂ ପରକୀୟାପ୍ରୀତିର ଅଭିଯୋଗ ଉଲ୍ଲେଖ କରାଯାଇଛି। ଏହା ମଧ୍ୟରେଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ନାମ ବିଜୟଙ୍କ ଛାଡପତ୍ର ସହିତ ଯୋଡାଯାଉଛି।
ତାଙ୍କ ଆବେଦନରେ ଥାଲାପତି ବିଜୟଙ୍କ ସ୍ତ୍ରୀ ସଙ୍ଗୀତା ଦାବି କରିଛନ୍ତି, ସେ ଏପ୍ରିଲ ୨୦୨୧ରେ ବିଜୟଙ୍କ ଜଣେ ଅଭିନେତ୍ରୀଙ୍କ ସହ ଅବୈଧ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଯଦିଓ ସେ ତାଙ୍କ ଆବେଦନରେ ଅଭିନେତ୍ରୀଙ୍କ ନାମ ନେଇ ନ ଥିଲେ, ସୋସିଆଲ ମିଡିଆରେ ଗୁଜବ ତ୍ରିଶା କୃଷ୍ଣନଙ୍କ ଆଡ଼କୁ ଇଙ୍ଗିତ କରୁଛି, ଯିଏ ବିଜୟଙ୍କ ସହିତ ଗିଲି ଏବଂ ଆଥି ଭଳି ଅନେକ ହିଟ ଫିଲ୍ମରେ କାମ କରିଛନ୍ତି।
ବିଜୟ ଏକ କାର୍ଯ୍ୟକ୍ରମରେ ତ୍ରିଶାଙ୍କୁ ‘ରାଜକୁମାରୀ’ ବୋଲି କହିଥିଲେ, ଯାହା ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଥିଲା। ଯଦିଓ ତ୍ରିଶା ଏବଂ ବିଜୟ ଉଭୟ କୌଣସି ବ୍ୟକ୍ତିଗତ ସମ୍ପୃକ୍ତିକୁ ନିଶ୍ଚିତ କରିନାହାଁନ୍ତି, ତ୍ରିଶାଙ୍କ ନାମ ଏବେ ଅଭିନେତାଙ୍କ ଛାଡପତ୍ର ସହିତ ଯୋଡା ଯାଉଛି।
ବିଜୟଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ଛାଡପତ୍ର ଦାଖଲ ହୋଇଛି, କାରଣ ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ଏବଂ ନିଜର ଦଳ, ତମିଜାଗା ଭେଟ୍ରି କାଜାଗମ (TVK) ଗଠନ କରିଛନ୍ତି।
Dharitri – Odisha’s No.1 Odia Daily

