ଜୁନ ୩ରୁ ଅଗସ୍ତିନୂଆଗାଁରେ ଠାକୁରାଣୀ ଯାତ୍ରା

ଛତ୍ରପୁର,୬।୫(ସନ୍ତୋଷ ପାଢ଼ୀ): ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ରେ ବୁଢ଼ୀ ମାଆ ଠାକୁରାଣୀଙ୍କ ଯାତ୍ରା ହୁଏ l ଚଳିତ ବର୍ଷ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଗ୍ରାମ୍ୟ କମିଟି ସଭାପତି ରଜତ କୁମାର ନାୟକଙ୍କ ସଭାପତିତ୍ୱରେ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ହେଲା ପରେ ଆସନ୍ତା ୯ ଅର୍ଥାତ ମେ’୯ରେ ଗ୍ରାମକୁ ମାଆଙ୍କ ବାନା ଆସି ଶୁଭଖୁଣ୍ଟି ସ୍ଥାପନ ହେବ ଓ ଜୁନ ୩ରେ ଗ୍ରାମକୁ ମାଆଙ୍କ ହାଣ୍ଡି ଆସିବ ଅର୍ଥାତ ମାଆ ଆସି ଅସ୍ଥାୟୀ ମଣ୍ଡପରେ ବିଦ୍ୟମାନ ହେବେ। ଜୁନ ୧୮ ତାରିଖରେ ଗ୍ରାମ ଭ୍ରମଣ କରି ଜାତୀୟ ରାଜପଥ କଡ଼ରେ ଥିବା ମାଆଙ୍କ ସ୍ଥାୟୀ ମନ୍ଦିରକୁ ଫେରିଯିବେ l ମାଆଙ୍କ ଆଗମନରେ ରଜ ତିନିଦିନ ବ୍ୟତୀତ ଜୁନ ୩ ତାରିଖରୁ ଜୁନ ୧୬ ତାରିଖ ପଯ୍ୟନ୍ତ ପ୍ରତ୍ୟେକ ଦିନ ମାଆ ଗ୍ରାମ ସାଜସଜ୍ଜା ସାଙ୍ଗକୁ ବାଘ ନାଚ, ଶଙ୍ଖମହୁରୀ, ଧୁମଧଡ଼କା, ଡିଜେ, ଅଘୋରି ବିଭିନ୍ନ ସାଂସ୍କୃତିକ ନାଚ ପଟୁଆର ମଧ୍ୟରେ ଗ୍ରାମ ଭ୍ରମଣ କରିବେ l ଜୁନ ୧୭ ତାରିଖରେ ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଦୁଇ ଗୋଟି ରାମାୟଣ ନାଚ ୨୪ ଘଣ୍ଟା ପାଇଁ ପରିବେଷଣ କରାଯିବା ସାଙ୍ଗକୁ ଜନସାଧାରଣଙ୍କ ପାଇଁ ରାମଦୋଳି , ମୀନାବଜାରର ଆୟୋଜନ କରାଯିବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି l ତାହସହିତ ଯାତ୍ରାରେ ଶାନ୍ତି ଶୃଙ୍ଖଳା ଓ ଗ୍ରାମର ସୁରକ୍ଷା ନିମନ୍ତେ ଜିଲାପ୍ରଶାସନ ଓ ପୋଲିସ ପ୍ରଶାସନଙ୍କ ଅନୁମତି ଓ ସାହାଯ୍ୟ ମଗାଯିବାକୁ ବୈଠକରେ ସ୍ଥିର ହୋଇଛି l ଉକ୍ତ ବୈଠକରେ ଗ୍ରାମ୍ୟ କମିଟିର ଉପଦେଷ୍ଟା, ସମ୍ପାଦକଙ୍କ ସମେତ ବହୁମାତ୍ରାରେ ଗ୍ରାମବାସୀ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri