ହିଣ୍ଡାଲ୍‌କୋ ସହ ଟେକ୍ସମାକୋର ଚୁକ୍ତି

ଭୁବନେଶ୍ୱର, ୧୧।୮:ବିଶ୍ୱର ସର୍ବବୃହତ୍‌ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ଟେକ୍ସମାକୋ ରେଳ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ନିକଟରେ ସ୍ବାକ୍ଷାରିତ ହୋଇଯାଇଛି। ବିଶେଷକରି ବିଶ୍ୱ ଶ୍ରେଣୀର ଆଲୁମିନିୟମ ରେଳ ୱାଗନ ଏବଂ କୋଚ ବିକାଶ ଓ ବିନିର୍ମାଣ ନିମନ୍ତେ ଉଭୟ କମ୍ପାନୀ ଏକ ରଣକୌଶଳାମତ୍କ ଚୁକ୍ତି କରିଛନ୍ତି, ଯାହା ଭାରତୀୟ ରେଳ ବିଭାଗକୁ ଏହାର ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ଏବଂ ପରିଚାଳନାଗତ ସାମର୍ଥ୍ୟକୁ ଅଧିକ ସୁଦୃଢ କରିବ।
ଏ ସମ୍ପର୍କରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ମ୍ୟାନେଜିଂ ଡାଇରେକ୍ଟର ସତୀଶ ପାଇ କହିଥିଲେ,ଭାରତର ପ୍ରଥମ ଆଲୁମିନିୟମ ରେକ୍‌ ପ୍ରଚଳନ ସହ ଆମେ ଉଚ୍ଚତର ଭାର ପରିବହନର ଫାଇଦା ଏବଂ ଆଲୁମିନିୟମ ରେକ୍‌ ବ୍ୟବହାର ଦ୍ୱାରା ହେଉଥିବା ସିଓ୨ ନିର୍ଗମନ ହ୍ରାସର ପ୍ରଦର୍ଶନ କରିଛୁ। ଏହି ସହଭାଗିତା ପଣ୍ୟ ପରିବହନ ସହିତ ଶିଳ୍ପ ଏବଂ ଯାତ୍ରୀ ପରିବହନ ନିମନ୍ତେ ମୂଲ୍ୟ ଗତ ଦିଗ ଉପରେ ବୃଦ୍ଧି ଘଟାଇବା ଆମ ଭୂମିକାକୁ ଅଧିକ ସୁଦୃଢ କରିବ। ସେହି ସମୟରେ ରେଳ ବିଭାଗକୁ ତା’ର ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଏହା ବେଶ୍‌ ସହାୟତା କରିବ।
ସେହିଭଳି ଟେକ୍ସମାକୋ ରେଳ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍‌ର ଭାଇସ ଚେୟାରମ୍ୟାନ ଇନ୍ଦ୍ରଜିତ ମୁଖାର୍ଜୀ କହିଛନ୍ତି, ଏହି ମୂଲ୍ୟବାନ୍‌ ସହଭାଗିତା ନବୋନ୍ମେଷୀ ଏବଂ ଦୀର୍ଘସ୍ଥାୟୀ ଉପତ୍ାଦ ସୃଷ୍ଟି ଦିଗରେ ବିଶେଷ ସହାୟକ ହେବ। ଏହା ସହିତ ଶିଳ୍ପର ଅଙ୍ଗାରକ ନିର୍ଗମନ ହ୍ରାସ ତଥା ଏକ ସକାରାମତ୍କ ପରିବେଶ ପ୍ରଭାବକୁ ଏହା ଆଗେଇ ନେବା ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃ ମଜଭୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri