ନିଟ୍‌ ପ୍ରବେଶିକା ପରୀକ୍ଷାରେ ଟେଟ୍ରାହେଡ୍ରନ୍‌ର ସଫଳତା

ମଙ୍ଗୁଳି-ଜଗତପୁର,୭ା୬(ମାନସ ସାମଲ): ସର୍ବଭାରତୀୟ ନିଟ୍‌ ପ୍ରବେଶିକା ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଟେଟ୍ରାହେଡ୍ରନ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରିଛନ୍ତି। ନିଟ୍‌ କୋଚିଂ ନେଉଥିବା ମୋଟ୍‌ ୧୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୧୫ ଜଣ ୬୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରୁ ସତ୍ୟଜିତ୍‌ ସ୍ବାଇଁ, ଅବିନାଶ ସାହୁ, ସ୍ବସ୍ତିକ୍‌ ଦଳାଇ, ଦୀପ୍ତିମୟୀ ବେହେରା ଓ ସତ୍ୟଜିତ୍‌ ବେହେରା ଫ୍ରେସର୍‌ ଭାବେ ଏହି କୃତିତ୍ୱ ହାସଲ କରିବା ସହିତ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ୫ ଜଣ ବିଦ୍ୟାର୍ଥୀ ୭୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବାବେଳେ ସର୍ବୋଚ୍ଚ ନମ୍ବର ରଖିଥିବା କମଳାକାନ୍ତ ଦାସ-୭୧୫ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଜିଜ୍ଞାସୁ ପରିଡା ଓ ରାହୁଲ କର୍ମୀ ଉଭୟ ୭୦୫ ନମ୍ବର ରଖିଛନ୍ତି। ସେହିପରି ଓମ୍‌ ପ୍ରକାଶ ସାହୁ ଓ ସ୍ବାଗତିକା ପ୍ରିୟଦର୍ଶିନୀ ସାହୁ ୭୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିବାରେ ଗୌରବ ଅର୍ଜନ କରିଛନ୍ତି। ଏହି ଅବସରରେ ଟେଟ୍ରାହେଡ୍ରନ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ କଲେଜ ପରିସରରେ ନିଟ୍‌ର ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଇନ୍‌ଷ୍ଟିଚ୍ୟୁଶନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାର୍ଥୀମାନେ କିପରି ଏହି ଶିକ୍ଷାନୁଷ୍ଠାନରେ ନିର୍ଦ୍ଦିଷ୍ଟ ଶିକ୍ଷାପ୍ରଣାଳୀ ତଥା ଗାଇଡ୍‌ଲାଇନ୍‌ ମାନି କୃତକାର୍ଯ୍ୟ ହୋଇଛନ୍ତି ସେ ସମ୍ପର୍କରେ କହିଥିଲେ। ବରିଷ୍ଠ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ରାଉତ ଓ ବୈକୁଣ୍ଠ ନାରାୟଣ ଦାସ ପିଲାମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଥିଲେ। ଏଥିରେ ଅଧ୍ୟାପକ ମହେଶ୍ୱର ପରିଡା, ଭାଗୀରଥି ମଲ୍ଲିକ, ଅଶୋକ ରାଉଳ, ମିଲନ ସାମଲ, କମଳାକାନ୍ତ ସାହୁ, ଅମିତାଭ ବେହେରା, ମାନସ ମିଶ୍ର, କେଶବ ଚନ୍ଦ୍ର ନାଥ, ସତ୍ୟସାଇ ବିଶ୍ୱାଳ, ରଶ୍ମିରଞ୍ଜନ ଦାସ, ସୁମନ କୁମାର, ନାରାୟଣ ସାହୁ, ଅନଙ୍ଗ ଉଦୟ ବଳ, ଅକ୍ଷୟ ମହାନ୍ତି, ବିନୟ କୁମାର, ମାନସ ଖୁଣ୍ଟିଆ ଓ ଶୁଭ୍ରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସହକର୍ମୀ ଭାବରେ କୈଳାସ ଚନ୍ଦ୍ର ପରିଡା, ଦୀପାଞ୍ଜଳି ସାହୁ, ଲିପ୍ସାମୟୀ ସାହୁ, ପ୍ରପିତା ପରିଡା ଉପସ୍ଥିତ ଥିଲେ।

ଏହି ସମ୍ବର୍ଦ୍ଧନା ଅବସରରେ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନିଟ୍‌ ପରୀକ୍ଷାରେ ଯେଉଁ ବିଦ୍ୟାର୍ଥୀମାନେ ୬୦୦ରୁ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯିବ। ଏଥିସହ ୫୯୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ୧୦,୦୦୦ ଟଙ୍କାରେ କୋଚିଂ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ବେହେରା ଘୋଷଣା କରିଥିଲେ। ସେହିପରି ୫୮୦ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୨୦ ହଜାର ଟଙ୍କା, ୫୭୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ୩୦ ହଜାର ଟଙ୍କା, ୫୬୦ରୁ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୪୦ ହଜାର ଟଙ୍କା, ୫୫୦ରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୫୦ ହଜାର ଟଙ୍କା, ୫୨୫ରୁ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ୬୦ ହଜାର ଟଙ୍କା ଏବଂ ୫୦୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବିଦ୍ୟାର୍ଥୀମାନଙ୍କୁ ୭୦ ହଜାର ଟଙ୍କାରେ କୋଚିଂ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?