ପାକିସ୍ତାନରେ ପୁଣି ଆତଙ୍କବାଦୀ

ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଇଆସୁଥିବା ପାକିସ୍ତାନ ଏବେ ଘୋର ବିପଦର ସମ୍ମୁଖୀନ ହୋଇଛି। ବେଲୁଚିସ୍ତାନ ପ୍ରଦେଶରେ ମାର୍ଚ୍ଚ ୧୧ରେ ବାଲୋଚ ଲିବରେଶନ ଆର୍ମି(ବିଏଲ୍‌ଏ) କ୍ୱେଟାରୁ ପେଶାଓ୍ବାର ଯାଉଥିବା ଜାଫର ଏକ୍ସପ୍ରେସ୍‌କୁ ଅପହରଣ କରି ନେଇଥିଲା। ୪୦୦ରୁ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଟ୍ରେନ୍‌ରେ ଅଧିକାଂଶ ପାକିସ୍ତାନ ସାମରିକ ଅଧିକାରୀ ଓ ଯବାନ ଥିଲେ। ଅପହରଣକାରୀମାନେ ସାଧାରଣ ଲୋକଙ୍କୁ ଛାଡ଼ିଦେଇ ଆର୍ମି ଲୋକଙ୍କୁ ପଣବନ୍ଦୀ ରଖିଥିଲେ। ବାଲୋଚ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କଲେ ପଣବନ୍ଦୀମାନଙ୍କୁ ଛାଡ଼ି ଦିଆଯିବ କହି ବିଏଲ୍‌ଏ ୧୪ ମାର୍ଚ୍ଚକୁ ଡେଡ୍‌ଲାଇନ୍‌ ବା ମୃତ୍ୟୁରେଖା ଦେଇଥିଲା। ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା କୌଣସି ଅଗ୍ରଗତି ନ ଘଟିବାରୁ ବିଏଲ୍‌ଏ ୨୧୪ ଜଣ ପାକିସ୍ତାନୀ ମିଲିଟାରୀ ଲୋକଙ୍କୁ ହତ୍ୟା କରିଥିବା ଏବେ ପ୍ରକାଶ କରିଛି। ଏଥିସହିତ କୁହାଯାଇଛି ଯେ, ପାକିସ୍ତାନ ସରକାର ଯେଉଁ ଦାବି କରୁଛନ୍ତି ଟ୍ରେନ୍‌ ଅବରୋଧ ହଟିବା ସହ ସବୁ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ୍‌। ଏକଜିଦିଆ ନିଷ୍ପତ୍ତି ଯୋଗୁ ନିଜ ଲୋକମାନଙ୍କୁ ରକ୍ଷା କରିବାରେ ପାକିସ୍ତାନ ସକ୍ଷମ ହୋଇ ନ ଥିବା ବିଏଲ୍‌ଏ ପକ୍ଷରୁ କୁହାଯାଇଛି।
ଉକ୍ତ ଅପହରଣ ଘଟଣାରେ କିଏ କେତେ ସତ କହୁଛନ୍ତି, ତାହା ସ୍ପଷ୍ଟ ହୋଇପାରୁ ନାହିଁ। କିନ୍ତୁ ଏହା ସତ୍ୟ ଯେ, ପାକିସ୍ତାନ ଅତୀତରେ ଆତଙ୍କବାଦୀଙ୍କୁ ଯେଭଳି ପୋଷି ଆସିଥିଲା, ତାହାର ପରିଣାମ ନିଜେ ଭୋଗୁଛି। ପାକିସ୍ତାନ ଅନେକ ଦଶନ୍ଧି ଧରି ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟି ଆସିଥିଲା। ତା’ର ଅନେକ କାର୍ଯ୍ୟ ଭାରତ ପ୍ରତି ସୀମାପାର ଆତଙ୍କବାଦ ରୂପ ନେଇଥିଲା। ନିଜ ଦେଶ ଭିତରେ ଥିବା ବିଦ୍ରୋହକୁ ଚାପି ଦେଇ ଭାରତ ବିରୋଧରେ ପାକିସ୍ତାନ କ୍ରମାଗତ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଆସିଥିଲା। ବିଗତ କିଛି ବର୍ଷ ହେବ ଏହାର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଭାରତ ବିରୋଧୀ ଆଭିମୁଖ୍ୟ କମିନାହିଁ। ଅନ୍ୟପକ୍ଷରେ ଭାରତର ରାଜନୈତିକ ନେତୃତ୍ୱ ନିଜ ଦେଶର ବୃହତ୍‌ ସ୍ଥିତିକୁ ଭୁଲିଯାଇ ସବୁବେଳେ କ୍ଷୁଦ୍ର ପାକିସ୍ତାନକୁ ଶତ୍ରୁ ଭାବେ ଦେଖିବାକୁ ସୁବିଧା ମନେକରି ଆସିଛନ୍ତି। ସେହି ଆଳରେ ଭାରତୀୟ ସେନା ବାସ୍ତବ ଶତ୍ରୁ ଚାଇନାକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବା ପରିବର୍ତ୍ତେ ପାକିସ୍ତାନକୁ ଲକ୍ଷ୍ୟ ରଖି ନିଜର ଅକ୍ଷମତା ଲୁଚାଇ ଆସିଛି। ଉଦାହରଣସ୍ବରୂପ, ଅନେକ ସେନା ଅଧିକାରୀ ତାଙ୍କର କାର୍ଯ୍ୟକାଳ ସମୟରେ ସୀମାନ୍ତ ଅଞ୍ଚଳରେ ପୋଷ୍ଟିଂ ହେବା ପରିବର୍ତ୍ତେ ଦେଶର ବିଭିନ୍ନ କ୍ୟାଣ୍ଟନମେଣ୍ଟରେ ଅବସ୍ଥାନ କରି ବରିଷ୍ଠତା ଅର୍ଜନ କରିଛନ୍ତି। ସେଥିପାଇଁ ରାଜନୈତିକ ଚାପ ମଧ୍ୟ ବ୍ୟବହାର କରାଯାଇଥାଏ। ଏବର ପାକିସ୍ତାନ ଘଟଣାକୁ ଦେଖିଲେ ସମ୍ପୃକ୍ତ ଟ୍ରେନ୍‌ ଅପହରଣ ପାଇଁ ବିଏଲ୍‌ଏ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିଛି। ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରେ ଏହି ଉଗ୍ରପନ୍ଥୀ ସଙ୍ଗଠନ ଗଢ଼ାଯାଇଥିଲା। ଆଫଗାନିସ୍ତାନର ବେଲୁଚିସ୍ତାନ ଅଞ୍ଚଳରୁ ଏହା ପ୍ରାରମ୍ଭିକ ଅବସ୍ଥାରେ କାର୍ଯ୍ୟ କରିଥିଲା। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରୁ ଏହି ସଙ୍ଗଠନ ଅନ୍ତର୍ଘାତୀ କାର୍ଯ୍ୟକଳାପ ଜାରି ରଖିଆସିଛି। ପାକିସ୍ତାନଠାରୁ ବେଲୁଚିସ୍ତାନକୁ ଅଲଗା କରିବା ଲକ୍ଷ୍ୟ ରଖି ବିଏଲ୍‌ଏ କ୍ରମାଗତ ପାକିସ୍ତାନର ସଶସ୍ତ୍ର ସାମରିକ ବଳ ଓ ତା’ର ନାଗରିକ ଏବଂ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରିଆସିଛି। ପ୍ରାକୃତିକ ସମ୍ପଦରେ ଭରପୂର ବେଲୁଚିସ୍ତାନରୁ ପାକିସ୍ତାନ ସର୍ବାଧିକ ରାଜସ୍ବ ପାଉଥିଲେ ମଧ୍ୟ ଏହି ପ୍ରଦେଶର ବିକାଶରେ ତାହା ବିନିଯୋଗ କରୁ ନ ଥିବାରୁ ସେଠାକାର ନାଗରିକ ଉତ୍‌କ୍ଷିପ୍ତ ରହିଛନ୍ତି। ଏଥିସହିତ ବେଲୁଚିସ୍ତାନବାସୀଙ୍କୁ ପାକିସ୍ତାନ ଶାସକ ନୂ୍ୟନ ଦୃଷ୍ଟିରେ ଦେଖିବା ଅସନ୍ତୋଷର ଆଉ ଏକ କାରଣ ପାଲଟିଯାଇଛି। ପାକିସ୍ତାନଠାରୁ ବେଲୁଚିସ୍ତାନକୁ ଅଲଗା କରିବା ଲାଗି ୧୯୭୩ରୁ ୧୯୭୭ ଯାଏ ସ୍ବାଧୀନ ବେଲୁଚିସ୍ତାନ ଆନ୍ଦୋଳନ ସେତେବେଳେ ଉଗ୍ର ରୂପ ଧାରଣ କରିଥିଲା।
ଆତଙ୍କବାଦ ବିରୋଧରେ ସମସ୍ତେ ଚିତ୍କାର କରୁଛନ୍ତି। କିନ୍ତୁ କେଉଁ କାରଣରୁ ଗୋଟିଏ ଅଞ୍ଚଳରେ ଆତଙ୍କବାଦ ଜନ୍ମ ନେଉଛି, ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି। ରୋଗ ବ୍ୟାପିଲା ପରେ ଔଷଧ ଖୋଜା ହେଉଛି। ଏହା ସତ୍ୟ ଯେ, ଇସ୍‌ଲାମୀୟ ଦେଶଗୁଡ଼ିକରେ ଯେଉଁଭଳି ଭାବେ ଆତଙ୍କବାଦୀ ଚିନ୍ତାଧାରା ସୃଷ୍ଟି ହେଉଛି ତାହା ଅନ୍ୟ ଧର୍ମୀୟ ଦେଶରେ ଦେଖାଯାଉ ନାହିଁ। କେବଳ ଭାରତ ନୁହେଁ, ଅଷ୍ଟ୍ରେଲିଆରୁ ଫ୍ରାନ୍ସ ପର୍ଯ୍ୟନ୍ତ ସବୁ ଆତଙ୍କବାଦୀ ଆକ୍ରମଣ ପଛରେ ମୁସଲମାନ ସମ୍ପ୍ରଦାୟର ସିଧାସଳଖ ସମ୍ପୃକ୍ତି ରହିଛି। ଏଥିରୁ ବୁଝିବାକୁ ହେବ ଯେ, ଇସ୍‌ଲାମୀୟ ଦେଶଗୁଡ଼ିକରେ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ସେଠାକାର ଲୋକମାନେ ଅତିଷ୍ଠ ହୋଇ ଅନ୍ୟ ଦେଶକୁ ପଳାଉଛନ୍ତି। ସେମାନଙ୍କ ଚରିତ୍ର ବଦଳୁ ନ ଥିବା ହେତୁ ନୂଆ ଦେଶରେ ମଧ୍ୟ ନିଅଁା ଲଗାଉଛନ୍ତି। ପାକିସ୍ତାନ କଥା ଦେଖିଲେ ତା’ର ଅର୍ଥନୀତି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ସେହି ଦିଗରେ ଅର୍ଥ ବରବାଦ କରିଥିବା ପାକିସ୍ତାନ ଅର୍ଥନୀତିକୁ ସୁଧାରିବାକୁ ଚାହିଁବା ବେଳକୁ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ ଯୋଗୁ ନଇଁପଡ଼ିବା ସ୍ବାଭାବିକ। କେବଳ ପାକିସ୍ତାନ ନୁହେଁ, ବିଶ୍ୱର ଅନେକ ଇସ୍‌ଲାମିକ ରାଷ୍ଟ୍ର ଆତଙ୍କବାଦ ସହ ଜଡ଼ିତ ରହିଥିବାରୁ ଅସ୍ବାଭାବିକ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଆଫଗାନିସ୍ତାନରେ ତାଲିବାନଙ୍କ ପ୍ରାଦୁର୍ଭାବ ଯୋଗୁ ସେହି ଦେଶ ଘୋର ସଙ୍କଟ ଦେଇ ଗତି କରୁଛି। ଇରାକ୍‌, ଇରାନ୍‌, ଲିବ୍ୟା, ସିରିଆ ସମେତ ମଧ୍ୟପ୍ରାଚ୍ୟ ଆତଙ୍କବାଦୀ କାର୍ଯ୍ୟକାଳପ ଯୋଗୁ ଅସ୍ଥିରତା ଦେଇ ଗତି କରୁଛି। ଅଲ୍‌ କାଏଦା ହେଉ ବା ଇସ୍‌ଲାମିକ୍‌ ଷ୍ଟେଟ(ଆଇଏସ୍‌) ଭଳି ଆତଙ୍କବାଦୀ ସଙ୍ଗଠନକୁ ପରୋକ୍ଷରେ ଜନ୍ମ ଦେଇଥିବା ଆମେରିକା ମଧ୍ୟ ନିଜେ ଉଗ୍ରବାଦର ସମ୍ମୁଖୀନ ହୋଇଥିବାର ପ୍ରମାଣ ଅତୀତ ଦେଇସାରିଛି। ଯେତେବେଳେ ଆମେରିକା ଭଳି ରାଷ୍ଟ୍ର ଏହାର କୁପ୍ରଭାବକୁ ସାମ୍ନା କଲା, ସେଭଳି ସ୍ଥଳେ ଯୁଦ୍ଧ, ଅନ୍ତର୍ଘାତୀ ବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତ୍ୟେକ ଦେଶ ନିରୁତ୍ସାହିତ କରିବା ଦରକାର। ଆସନ୍ନ ବିପଦକୁ ଦେଖିପାରୁଥିବା ରାଷ୍ଟ୍ର ଯଦି ଏଭଳି ସମୟରେ ନିଜକୁ ସୁଧାରିବାକୁ ନ ଚାହିଁବ, ତେବେ ତାକୁ ରକ୍ଷା କରିବା ଲାଗି କେହି ଆଗେଇ ଆସିବେ ନାହିଁ। କାରଣ ଭୂରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ପ୍ରାୟ ପ୍ରତ୍ୟେକ ରାଷ୍ଟ୍ରକୁ କାବୁ କରିସାରିଛି। ନିଜ ଆଭ୍ୟନ୍ତରୀଣ ରାଜନୈତିକ ସମସ୍ୟାରୁ ବଞ୍ଚତ୍ବା ପାଇଁ ଅନ୍ୟ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଯାଇ ଆତଙ୍କବାଦ ବ୍ୟବହାର କଲେ ତାହା ଭଷ୍ମାସୁର ରୂପ ନେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri