Posted inଜାତୀୟ

ଜମ୍ମୁ-କଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ପ୍ରଥମଥର ଜବତ ହେଲା ଫରଫ୍ୟୁମ ଆଇଇଡି

ଜମ୍ମୁ,୨ ।୨: ଜମ୍ମୁ-କଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ନରୱାଲ ବ୍ଲାଷ୍ଟ ସମେତ କିଛି ବିସ୍ଫୋରଣ ମାମଲାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଜମ୍ମୁ-ପୋଲିସ ଉକ୍ତ ଆତଙ୍କବାଦୀଙ୍କ ନିକଟରୁ ପରଫ୍ୟୁମ ଆଇଇଡି ଜବତ କରିଛନ୍ତି । ଏହା ପ୍ରଥମଥର ହୋଇଛି, ପୋଲିସକୁ କିଛି ପରଫ୍ୟୁମ ଆଇଇଡି ମିଳିଛି । ଯଦି କେହି ବ୍ୟକ୍ତି ପରଫ୍ୟୁମ ବୋତଲ ଖୋଲିବାକୁ ଚେଷ୍ଟା କରନ୍ତି ତେବେ ଏହା ବିସ୍ଫୋରଣ ହୋଇଯାଇଥାଏ ।

ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂ ପ୍ରେସ କନଫରେନ୍ସ କରି କହିଛନ୍ତି, ବିଗତ ଦିନରେ ଜମ୍ମୁର ନରୱାଲରେ ହୋଇଥିବା ୨ଟି ବ୍ଲାଷ୍ଟର ଯାଞ୍ଚ ପରେ ପୋଲିସ ରିୟାସିରେ ରହୁଥିବା ଆରିଫ ଅହମ୍ମଦଙ୍କୁ ଗିରଫ କରିଥିଲା । ଡିସେମ୍ବର ମାସର ଶେଷ ବେଳକୁ ୩ ଆଇଇଡି ସପ୍ଲାଇ ମିଳିଥିଲା । ମାରୱଲ ଅଞ୍ଚଳରେ ସେ ୨ଟି ଆଇଇଡିର ବ୍ୟବହାର କରିଥିଲେ । ସେ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ କାସିମଙ୍କ ସମ୍ପର୍କରେ ଥିଲେ ଓ ତାଙ୍କ ଇସାରାରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ।
ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଜମ୍ମୁ ପୋଲିସ ଆତଙ୍କବାଦୀ ଆରିଫଙ୍କ ନିକଟରୁ ଏକ ଆଇଇଡି ଜବତ କରିଛି, ଯାହାକୁ ପରଫ୍ୟୁମ ବୋତଲ ଭିତରେ ଅଣାଯାଇଥିଲା । ପାକିସ୍ତାନରୁ ଡ୍ରୋନ୍ ଜରିଆରେ ଆଇଇଡିର ସପ୍ଲାଇ କରାଯାଇଥିଲା । ସ୍ପେଶାଲ ଟିମ ଆଇଇଡିର ମାମଲା ଦେଖୁଛି । ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ନିଜ ମାଟିରେ ଆତଙ୍କବାଦ ବୃଦ୍ଧି କରିବା ଓ ବିଶ୍ୱରେ ବହୁ ନିରିହ ଲୋକଙ୍କୁ ମାରି ବଦନାମ ହେଉଛି । ଆତଙ୍କବାଦୀ କିଛିଦିନ ହେବ ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଟାର୍ଗେଟ କରୁଛି । ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ଏକ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାକୁ ସର୍ବଦା ପ୍ରୟାସ କରୁଛି ପକିସ୍ତାନ ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri