Posted inଜାତୀୟ

‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’

ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରବିବାର ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। ସୋମବାର ବିଧାନସଭାରେ ନୂତନ ସରକାର ନିଜର ଶକ୍ତି ପ୍ରଦର୍ଶନ କରିବେ। ସମସ୍ତ ବିଦ୍ରୋହୀ ବିଧାୟକ ଫ୍ଲୋର ଟେଷ୍ଟରେ ଯୋଗଦେବା ପାଇଁ ମୁମ୍ବାଇ ଆସିଛନ୍ତି। ଏହାପୂର୍ବରୁ ରବିବାର ଶିବସେନା ନେତା ଆଦିତ୍ୟ ଠାକରେ ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରି ବିଦ୍ରୋହୀ ବିଧାୟକମାନଙ୍କୁ ଦିଆଯାଇଥିବା କଡା ସୁରକ୍ଷା ଉପରେ ପ୍ରଶ୍ନ କରିଛନ୍ତି।
ସିନ୍ଧେଙ୍କ ସମର୍ଥକ ବିଦ୍ରୋହୀ ବିଧାୟକମାନେ ରବିବାର ସ୍ବତନ୍ତ୍ର ବସ ଯୋଗେ ଏକ ବିଳାସପୂର୍ଣ୍ଣ ହୋଟେଲରୁ ବିଧାନ ଭବନ ପରିସରରେ ପହଞ୍ଚିଥିଲେ। ଆଦିତ୍ୟ ଠାକରେ କହିଛନ୍ତି, ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା। ମୁମ୍ବାଇରେ ଆମେ ଏପରି ସୁରକ୍ଷା କେବେ ଦେଖିନାହୁଁ। କାହିଁକି ଏତେ ଭୟ? କେହି ପଳାଇବେ କି? ବିଦ୍ରୋହୀ ବିଧାୟକମାନେ ଲୁଚୁଥିଲେ। ଗତ ୧୦-୧୫ ଦିନ ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଯାହା ଘଟିଛି ଆଜିର ଯୁବପିଢି ଏସବୁ ପସନ୍ଦ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ଆଦିତ୍ୟ।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ସମୟରେ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ କସବ ଜୀବନ୍ତ ଧରାପଡିଥିଲେ ଏବଂ ତାଙ୍କୁ ପୁଣେର ୟେରୱାଡା ଜେଲରେ ଫାଶୀ ଦିଆଯାଇଥିଲା।
ମହାରାଷ୍ଟ୍ରରେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ଗୋଷ୍ଠୀ ଏବଂ ଭାଜପାର ମିଳିତ ସରକାର ଜୁଲାଇ ୪ରେ ବିଧାନସଭା ଅଧିବେଶନରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡିବ। ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଦ୍ରୋହୀ ଶିବସେନା ବିଧାୟକମାନେ ଶନିବାର ସାରେ ଗୋଆରୁ ମୁମ୍ବାଇ ଫେରିଥିଲେ। ସେମାନଙ୍କୁ ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri