ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦକାରବାର ବୃଦ୍ଧି ଯୋଗୁ ସିମନବାଡି ଅଞ୍ଚଳକୁ ବାହାର ବ୍ଲକ ଅଞ୍ଚଳର ଅସାମାଜିକ ଯୁବକଙ୍କ ଡେରା ପକାଇବା ମୁଖ୍ୟ କାରଣ ବୋଲି କୁହାଯାଉଛି । ସିମନବାଡିର ମୁଖ୍ୟ ବଜାର ଦେଇ ରାଇକିଆକୁ ସଂଯୋଗ କରୁଥିବା ରାସ୍ତାରେ ବେଧଡକ ଚାଲିଛି ଏହି ଚୋରାମଦ କାରବାର ଏକାଧିକ ଦମ୍ପତ୍ତି ପୋଲିସ ଓ ଅବକାରୀ ବିଭାଗକୁ ଟିକିଏ ମଧ୍ୟ ଖାତିର ନକରି ବେଧଡକ ଚୋରାମଦ କାରବାର ସହ ନିଜ ସାମ୍ରାଜ୍ୟକୁ ବିକଶିତ କରୁଥିବା ବେକେ ଗରୀବ ଖଟିକିଆଙ୍କ ପରିବାର ମଦ ନିଶା ଯୋଗୁ କ୍ଷତି ସହୁଥିବା ଜଣାପଡିଛ। ସେପଟେ ଏହି ମଦ କାରବାର ଯୋଗୁ ଅଜଣା ଲୋକଙ୍କ ସିମନବାଡିରେ ବୁଲିବା ସେ ପୁଣି ବିଳମ୍ବିତ ରାତିରେ ଘର ଘର ବୁଲି କିଛି ଜାଣିବାକୁ ଉଦ୍ୟମ କିମ୍ବା ଚୋରୀ ଡକାୟତ ପାଇଁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। ଏଭଳି ସିମନବାଡି ଅଞ୍ଚଳରେ ଗୁରୁବାର ଭୋର ୨ ଟା ରୁ ସାଢେ ୩ ପର୍ଯ୍ୟନ୍ତ ୨ ଅଜଣା ଯୁବକ ଘର ଘର ବୁଲି କିଛି ଦେଖୁଥିବା ଓ ସାହି ସାହି ବୁଲିଥିବା ସିସି କ୍ୟାମେରାରେ କଏଦ ହୋଇଥିବା ଜଣାପଡିଛି । ସେମାନେ କେବେ ସିମନବାଡି ଅଞ୍ଚଳରେ ପୁର୍ବରୁ ଦେଖିବାକୁ ମିଳିନଥିବା ଯୋଗୁ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ବିଳମ୍ବିତ ରାତିରେ ଏହି ଅଜଣା ଲୋକଙ୍କ ବୁଲିବା କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ କେଉଁ ଉଦ୍ଧେଶ୍ୟରେ ସେମାନେ ବୁଲୁଥିଲେ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ଉଠାଇଛି।
Dharitri – The Largest & Most Trusted Odia Daily

